ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚଢାଉ ବେଳେ ମହିଳା କର୍ମଚାରି ଙ୍କୁ ଆକ୍ରମଣ ନେଇ ଥାନାରେ ମାମଲା 

ଚଢାଉ ବେଳେ ମହିଳା କର୍ମଚାରି ଙ୍କୁ ଆକ୍ରମଣ ନେଇ ଥାନାରେ ମାମଲା 

ଡାବୁଗାଁ, ୨୯/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାରେ ଅବକାରୀ ଚଢାଉ ବେଳେ ମହିଳା ଅବକାରୀ କର୍ମଚାରୀ ଙ୍କୁ ଆକ୍ରମଣ ହୋଇଥିବା ନେଇ ସୋମବାର ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ସୋମବାର ଡାବୁଗାଁ ଅବକାରୀ ବିଭାଗ , ପୋଲିସ ଓ ମାଜିଷ୍ଟ୍ରେଟ ଭାବେ ସ୍ଥାନୀୟ ତହସିଲଦାର ଙ୍କ ଉପସ୍ଥିତିରେ ଡାବୁଗାଁ ବ୍ଲକ ର ବିଭିନ୍ନ ଗ୍ରାମରେ ଚଢାଉ କରଯାଇଥିଲା | ପୂର୍ବାହ୍ନ ୯.୩୦ ସମୟରେ ଫୁଲଭଟ୍ଟା ଗ୍ରାମର ଅବକାରୀ ବନବାସୀ ବିଶୋଇ ଙ୍କ ଘରେ ଚଢାଉ ସମୟରେ ବନବାସୀ ମହିଳା ଅବକାରୀ କର୍ମଚାରୀ ସୁରେଖା ଭତ୍ରା ଙ୍କ ବେକକୁ ଚାପି ଧରି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କର ଡାହାଣ ହାତକୁ ଆଘାତ କରିଥଲେ | ଫଳରେ ମହିଳା ଅବକାରୀ କର୍ମଚାରୀ ଜଣଙ୍କ ଆହତ ହୋଇଥିଲେ | ପରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଚିକିତ୍ସିତ ହୋଇଥିଲେ | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ ଭରପ୍ରାପ୍ତ ଅଧିକାରୀ ତଥା ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୧୧୩/୨୪ ରେ ଏକ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଜିଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ମୁଖ୍ୟାଳୟ ଡିଏସପି ଉଲ୍ଲାସ ମାଝି ଘଟଣାର ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବଜାର ମଝିରେ କାଠ ଫାଳିଆ ଆକ୍ରମଣ: ଯୁବକ ଗୁରୁତର ଆହତ, ଅଞ୍ଚଳରେ ଭୟର ପରିବେଶ

Sunil Chandra Nayak

ତଦନ୍ତ କରିବାକୁ ଆସି ଆକ୍ରମଣର ଶିକାର ହେଲେ ଫାଣ୍ଡି ଅଧିକାରୀ  , ୨ଜଣଙ୍କୁ ଉଠାଇନେଲା ପୁଲିସ

masiha

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା! ଶ୍ରୀରାମ ଗ୍ରାମରେ ଜାମୁଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର 

masiha

Leave a Comment

error: Content is protected !!