ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲୁଟ ଘଟଣା ର ପର୍ଦାଫାଶ କଲା ଜୁନାଗଡ଼ ପୋଲିସ ,୩ ଡକାୟତ କୋର୍ଟ ଚାଲାଣ 

ଲୁଟ ଘଟଣା ର ପର୍ଦାଫାଶ କଲା ଜୁନାଗଡ଼ ପୋଲିସ ,୩ ଡକାୟତ କୋର୍ଟ ଚାଲାଣ 

ଜୁନାଗଡ଼୧୪/୯ ( ମ ନି ସ) -ଗତ ଏପ୍ରିଲ ୧୦ ତାରିଖ ଦିନ ଭବାନୀପାଟଣା ଏକ୍ସିସ ବେଙ୍କ ର ସୁଶାନ୍ତ କୁମାର ନାଏକ ନାମକ ଏକ କର୍ମଚାରୀ ଏବଂ ତାଙ୍କ ସହକର୍ମୀ ଲୋନ ଟଙ୍କା କଲେକ୍ସନ ପାଇଁ ଜୁନାଗଡ଼ ବ୍ଲକ ର ନlନ୍ଦୋଲ, କେନ୍ଦୁପlଟି ଅଂଚଳ କୁ ଯାଇଥିଲେ l ଅପରାହ୍ନ ୪ଟା ସମୟ ରେ ଲୋନ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ତଲ ଜାରିଙ୍ଗ ରେଲୱେ ଅଣ୍ଡର ବ୍ରିଜ ନିକଟରେ ୭ଜଣ ଦୁର୍ବୁତ୍ତ ସେମାନଙ୍କୁ ଅଟକାଇ, ମାଡ଼ ମାରିବା ସହ ସଂଗ୍ରହ କରିଥିବା ୧ଲକ୍ଷ୍ୟ ୮୬ ହଜାର ଟଙ୍କା ଲୁଟ କରି ଚମ୍ପଟ ମାରି ଥିଲେ l ଏନେଇ ସୁଶାନ୍ତ ନାଏକ ଜୁନାଗଡ଼ ଥାନା କୁ ଆସି ଲିଖିତ ଅଭିଯୋଗ କରିଥିଲେ l ଏ ସଂକ୍ରାନ୍ତ ରେ ଜୁନାଗଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ l ଶୁକ୍ରବାର ଦିନ ଜୁନାଗଡ଼ ଥାନା ଅଧିକାରୀ ନିଜ ଟିମ ସହ ୩ ଜଣ ଲୁଟେରା କୁ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ l ଗିରଫ ଲୁଟେରା ଙ୍କ ଠାରୁ ଗୋଟିଏ ଗ୍ଲେମର ବାଇକ, ୩ଗୋଟି ମୋବାଇଲ ଫୋନ ଏବଂ ୬୫ ହଜାର ନଗଦ ଟଙ୍କା ଯବତ କରିବା ସହ ୩ଜଣ ଡକାୟତଙ୍କୁ ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଜୁନାଗଡ଼ ଥାନା ଅଧିକାରୀ ପ୍ରକାଶ କରିଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ରେ ଡିଜିଟାଲ ପେମେଣୁ ଠକେଇ ଅଭିଯୋଗ। ଅଗ୍ରସେନ ଭବନରୁ ଅଭିଯୁକ୍ତଙ୍କୁ ଧରି ପୁଲିସ ଜିମା ଦେଲେ ବଣିକ ସଂଘ ସଦସ୍ୟ..

Sunil Chandra Nayak

ନାରାୟଣ ପାଟଣାରେ ମାଓ ପୋଷ୍ଟର

masiha

ଘୁଡୁଘୁଡି ଜୁଆ ଖେଳ ଚଢ଼ାଉ,୧୫ ବାଇକ ୩୩ ହଜାର ଟଙ୍କା ଜବତ

masiha

Leave a Comment

error: Content is protected !!