ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପରଦା ଫାର୍ସ , ହତ୍ୟାକାରୀ ବାପା ସମେତ ଦୁଇ ଗିରଫ

ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପରଦା ଫାର୍ସ କରିଛି କଳାହାଣ୍ଡି ପୋଲିସ। ଏହି ଘଟଣାର ଜଡ଼ିତ ହତ୍ୟାକାରୀ ବାପା ସମେତ ଆଉ ଦୁଇଜଣ କୁ ଗିରଫ କରିଛି ଧର୍ମଗଡ ଥାନା ପୋଲିସ। ସୂଚନଯୋଗ୍ୟ ଯେ,ଧର୍ମଗଡ ବ୍ଲକ ଅନ୍ତର୍ଗତ ଡ଼ୁମେରଗୁଡା ପଞ୍ଚାୟତ ବାଞ୍ଜିପଦର ଗ୍ରାମ ର ଉଭୟ ପୁଅ ଝିଅ ଉଭୟଙ୍କ ପ୍ରେମ ସମ୍ପର୍କ ଥିବାରୁ କିଛି ଦିନ ତଳେ ଏହି ପ୍ରେମୀ ଯୁଗଳ ଘରୁ ପଳାଇ ଯାଇଥିଲେ l ସାବୁନିଭାଡ଼ି ଓ ବାଞ୍ଜିପଦର ଗ୍ରାମ ମଝିରେ ଉଭୟଙ୍କ ଗଳିତ ମୃତ ଶରୀର ମିଳିବା ପରେ ସୂଚନା ପାଇ ଧର୍ମଗଡ ପୋଲିସ ଗଳିତ ମୃତ ଶରୀର କୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଏହି ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଧର୍ମଗଡ ଥାନା ପୋଲିସ ତ୍ଵରିତ୍ଵ ତଦନ୍ତ କରି ଘଟଣାର ଦୁଇ ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର ଗାଁର ନାବାଳକ ସୁନୀଲ ପଟେଲ ଓ ନାବାଳିକା ଜେମାମଣି ପଟେଲ ଉଭୟ ଙ୍କ ମଧ୍ୟରେ ପ୍ରାୟ ଦୁଇ ବର୍ଷ ହେଲା ପ୍ରେମ ସଂପର୍କ ଗଢି ଥିଲା। ଏହି ସମ୍ପର୍କ କୁ ନାବାଳକ ସୁନୀଲ ର ପରିବାର ସମର୍ଥନ ଦେଇ ଆସୁଥିବା ବେଳେ ପ୍ରେମୀଯୁଗଳ ସଂପର୍କ ରେ କକା ଓ ଝିଆରୀ ହୋଇଥିବାରୁ ନାବାଳିକା ଜେମାମାଣି ଙ୍କ ପରିବାର ଏହି ସମ୍ପର୍କ କୁ ବିରୋଧ କରିଥିଲେ। ଗତ ୩୦.୬.୨୩ ତାରିଖ ଉଭୟ ଘର ଛାଡି ଚାଲି ଯାଇଥିଲେ।ଗାଁ ରୁ ବାହାରି ଉଭୟ ଗତାଗୁଡା ଗାଁ ପାଖରେ ଥିବା ଆଖୁ କିଆରୀରେ ଲୁଚି ରହିଥିଲେ।ନାବାଳିକା ଜେମାମାଣି ଙ୍କ ବାପା କନେଶ୍ୱର ପଟେଲ କୌଣସି ମତେ ଖବର ପାଇ ନାବାଳିକାର କାକା ଓ ଭେଣେଇ କୁ ସାଙ୍ଗରେ ନେଇ ପ୍ରେମୀ ଯୁଗଳ ଲୁଚି ରହିଥିବା ସ୍ଥାନରେ ପହଞ୍ଚି ପ୍ରେମୀ ଯୁଗଳଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ମୃତଦେହକୁ ସେଠାରେ ଏକ ଗଛ ରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥଲେ। ଯେପରି କାହାର ସନ୍ଦେହ ନ ହେବ ସେଥିପାଇଁ ଜୁଲାଇ ଦୁଇ ତାରିଖ ରେ ନବଳିକାର ବାପା ଝିଅ ନିଖୋଜ ହୋଇଥିବା ନେଇ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗ କୁ ଭିତ୍ତି କରି ତଦନ୍ତ କରିଥିଲା ଧର୍ମଗଡ଼ ଥାନା ପୋଲିସ।ପରେ କିଛି ଦିନ ବିତି ଯିବାରୁ ମୃତଦେହ ରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇ ଥିଲେ।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା।ପରେ ଉଭୟ ନାବାଳକ ଓ ନାବାଳିକାଙ୍କୁ ନାବାଳିକା ର ପରିବାର ଲୋକେ ହତ୍ୟା କରିଥିବା ନେଇ ସୁନୀଲ ଙ୍କ ବାପା ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ।ପ୍ରେମୀ ଯୁଗଳ ଙ୍କୁ ହତ୍ୟା କରିଥିବା ମାନି ଯାଇଥିଲେ ଅଭିଯୁକ୍ତ ମାନେ। 

ତଦନ୍ତ ଅନୁଯାୟୀ, ପୋଲିସ ଅଭିଯୁକ୍ତ ନାବାଳିକାର ବାପା କୁ ପ୍ରଥମେ ଗିରଫ କରିବା ସହ ନାବାଳିକା ର ଭିଣୋଇ ଠନ ସୁନ୍ଦର ନାଏକ ଓ କାକା ଦେବାନନ୍ଦ ପଟେଲ କୁ ଗିରଫ କରିବା ଯାଇଥିବା ଆଜି ଭବାନୀପାଟଣା ଠାରେ ଏକ ପ୍ରେସମିଟ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଧର୍ମଗଡ ଥାନା ଅଧିକାରୀ ରୁନୁ ମାଝୀ ପ୍ରକାଶ କରିଛନ୍ତି। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

 

Related posts

ବନ ବିଭାଗ ଦ୍ୱାରା ବାଘ ଛାଲ ସହ 16ସାମଗ୍ରୀ ଜବତ 

Sunil Chandra Nayak

କନ୍ଧମାଳରେ ଟିଫିନ ବୋମା ସାମଗ୍ରୀ ସହ ଆଇଇଡି ଜବତ, ଟାର୍ଗେଟରେ ଥିଲେ ବିଏସ୍‌ଏଫ୍‌ ଜବାନ

masiha

ନିଶାସକ୍ତ ପୁଅର ଉନ୍ମକ୍ତ କାଣ୍ଡ , ବାଡ଼େଇ ବାଡ଼େଇ ମା କୁ ହତ୍ୟା

Sunil Chandra Nayak

Leave a Comment

error: Content is protected !!