ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡାକ୍ତରଙ୍କ ଘରେ ଭିଜିଲାନ୍ସ ବିଭାଗର ଛାନଭିନ , ନଗଦ ୨୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସୁନା ଗହଣା ପାଇଲା ଭିଜିଲାନ୍ସ

ଡାକ୍ତରଙ୍କ ଘରେ ଭିଜିଲାନ୍ସ ବିଭାଗର ଛାନଭିନ ,

ନଗଦ ୨୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସୁନା ଗହଣା ପାଇଲା ଭିଜିଲାନ୍ସ

ଜୁନାଗଡ଼,୧୬/୪(ମନୀସ)ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟର ରାମଚନ୍ଦ୍ର ଶତପଥୀ ଭିଜିଲାନ୍ସ ଜାଲରେ ଛନ୍ଦି ହେବା ପରେ ଆଜି ଭୋର ସକାଳୁ କଟକ ଭିଜିଲାନ୍ସ ବିଭାଗର ୭ ଜଣିଆ ଟିମ ରାମଚନ୍ଦ୍ର ଶତପଥୀଙ୍କ କଳାହାଣ୍ଡିରେ ଥିବା ଜ୍ବାଇଁ ତଥା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡଃ ତପନ କୁମାର ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲେ। ପ୍ରାଥମିକ ଭାବେ ଭିଜିଲାନ୍ସ ଟିମ୍ ଡଃ ତ୍ରିପାଠୀଙ୍କ ଘରୁ ପ୍ରାୟ ୨୨ ଲକ୍ଷରୁ ଅଧିକ ନଗଦ ଟଙ୍କା ଠାବ କରିଥିବା ସୂଚନା ମିଳିଛି। ଜୁନାଗଡ଼ ସହର କଲମପୁର ରାସ୍ତାର ଗାୟତ୍ରୀ ନଗରରେ ଏକ ଭଡ଼ା ଘରେ ରହୁଥିବା ଡଃ ତ୍ରିପାଠୀ ସେଠାରେ ଏକ ଅଲଟ୍ରା ସାଉଣ୍ଡ କ୍ଲିନିକ୍ ଖୋଲିବା ସହିତ ସେହି ପରିସରରେ ଏକ ଔଷଧ ଦୋକାନ ମଧ୍ୟ ରହିଛି। ଏଥିସହିତ ଇଁ ଶତପଥୀଙ୍କ ଅନ୍ୟଜଣେ ଜ୍ବାଇଁ ଡଃ ବିଶ୍ୱଜିତ୍ ପାଣିଗ୍ରାହୀଙ୍କ ସ୍ଥାନୀୟ ହିଲ ଟାଉନ୍ ସ୍ଥିତ ଘରେ ମଧ୍ୟ ଚଢାଉ ହେବାର ଥିଲା। କିନ୍ତୁ ସେ ଅନୁପସ୍ଥିତ ଥିବାରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଅପେକ୍ଷା କରିଛି। କଟକ ଭିଜିଲାନ୍ସର ଦୁଇଟି ଟିମ୍ ଚଢାଉରେ ସାମିଲ ହେଇଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସାମ୍ୱାଦିକ ରବିନ୍ ଦାସ ପ୍ରତି ପୋଲିସର ଦୁଃବ୍ୟବହାର: ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା 

Sunil Chandra Nayak

ଦୁଇ ଦୁଇ ଥର ବିଦ୍ୟୁତ ତାର ଚୋରି, ବାଘ ମୁଣ୍ଡା ଗାଁ ଅନ୍ଧାରରେ 

masiha

ବୃଦ୍ଧଙ୍କ ନିଖୋଜ ଘଟଣାରେ ନୂଆମୋଡ଼ କାଣ୍ଡାମାରେ ପହଞ୍ଚିଲା ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ଗୁଣି ସନ୍ଦେହରେ ହତ୍ୟା : ୩୦ କିମି ଦୂର ରେଳଧାରଣାରେ ଫିଙ୍ଗିଦେଲେ ଶବ ୪ ସନ୍ଦିଗ୍ଧ ଅଟକ, ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!