ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଫେସର ସଞ୍ଜୟ କୁମାର ଶତପଥି ସ୍ମାରକୀ ବକ୍ତୃତାମାଳା: ୧   ‘ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଲୋକ ଦେବଦେବୀ ଓ ଲୋକବିଶ୍ୱାସ’

ପ୍ରଫେସର ସଞ୍ଜୟ କୁମାର ଶତପଥି ସ୍ମାରକୀ ବକ୍ତୃତାମାଳା: ୧

  ‘ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଲୋକ ଦେବଦେବୀ ଓ ଲୋକବିଶ୍ୱାସ’

          କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଥିଲେ ପ୍ରଫେସର ସଞ୍ଜୟ କୁମାର ଶତପଥି । ନୂଆ ବିଶ୍ୱବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ କୁଳପତି ପ୍ରାଣପଣେ ଚେଷ୍ଟା କରୁଥିଲେ । ଦୁର୍ଭାଗ୍ଯର ବିଷୟ ନିଜର କାର୍ଯ୍ୟକାଳ ମଧ୍ଯରେ ହିଁ ସେ ନିଜର ପ୍ରିୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଛାଡି ଚାଲିଗଲେ । କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓରଫ୍ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟକୁ ସାରା ବିଶ୍ବରେ ପରିଚିତ କରିବା ପାଇଁ ସେ ସ୍ବପ୍ନ ଦେଖିଥିଲେ । ସେହି ସ୍ବପ୍ନ ,ସ୍ବପ୍ନରେ ହିଁ ରହିଗଲା । ତାଙ୍କର ଅବଦାନ , ପ୍ରତିଭା ଓ ସ୍ମୃତିକୁ ମନେ ପକାଇବା ପାଇଁ ତଥା ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରଫେସର ସଞ୍ଜୟ କୁମାର ଶତପଥି ସ୍ମାରକୀ ବକ୍ତୃତାମାଳା ‘କଳାହାଣ୍ଡି ଜିଲ୍ଲାର ଲୋକ ଦେବଦେବୀ ଓ ଲୋକବିଶ୍ୱାସ’ ଶୀର୍ଷକରେ ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ସଭାପତି ଆସନ ଅଳଙ୍କୃତ କରି ପ୍ରଫେସର ସଞ୍ଜୟ କୁମାର ଶତପଥିଙ୍କ ବିଶ୍ୱବିଦ୍ୟାଳୟ ପ୍ରତି ଥିବା ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂପର୍କରେ ବଖାଣିଥିଲେ । ଚଳିତ ବର୍ଷଠାରୁ ମହାରାଜା ପ୍ରତାପ କେଶରୀ ଦେଓ ବକ୍ତୃତାମାଳା ଅକ୍ଟୋବର ମାସରେ , ସହୀଦ ରେଣ୍ଡୋମାଝୀ ବକ୍ତୃତାମାଳା ଡିସେମ୍ବର ମାସରେ ଓ ପ୍ରଫେସର ଭୁବନେଶ୍ବର ବେହେରା ବକ୍ତୃତାମାଳା ଜାନୁଆରୀ ମାସରେ ଅନୁଷ୍ଠିତ ହେବ ବୋଲି ଭାରପ୍ରାପ୍ତ କୁଳପତି ନିଜର ବକ୍ତବ୍ଯରେ କହିଥିଲେ । ଉପ-କୁଳସଚିବ ମେଜର ଡକ୍ଟର ଜୟଦେବ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ପ୍ରଫେସର ସଞ୍ଜୟ କୁମାର ଶତପଥିଙ୍କ ଗୁଣଗାନ କରିଥିଲେ । ବିଶ୍ୱବିଦ୍ୟାଳୟର ବିତ୍ତ ନିୟନ୍ତ୍ରକ ଶ୍ରୀ ସୁରେଶ ପିଡିସିକା ପ୍ରଫେସର ସଞ୍ଜୟ ଶତପଥିଙ୍କ ଅମ୍ଳାନ ପ୍ରତିଭା ସଂପର୍କରେ ନିଜର ବକ୍ତବ୍ଯ ଉପସ୍ଥାପନ କରିଥିଲେ । ଏହି ବକ୍ତୃତାମାଳାର ପ୍ରଥମ ବକ୍ତା ହେଉଛନ୍ତି ପ୍ରଫେସର ସଞ୍ଜୟ କୁମାର ଶତପଥିଙ୍କ ପ୍ରିୟ ଭାଇନା ମେଜର ଡକ୍ଟର ରାମଚନ୍ଦ୍ର ମିଶ୍ର । କଳାହାଣ୍ଡି ଓ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାକୁ ଗୁରୁତ୍ୱ ଦେଉଥିଲେ ଶତପଥି ମହୋଦୟ । ତେଣୁ ପ୍ରଥମ ବିଷୟ ‘କଳାହାଣ୍ଡି ଜିଲ୍ଲାର ଲୋକ ଦେବଦେବୀ ଓ ଲୋକବିଶ୍ୱାସ’ ଉପରେ ବକ୍ତା ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । 

ପଦାର୍ଥ ବିଜ୍ଞାନ ବିଭାଗର ସ୍ନାତକ ଦ୍ୱିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ସୁହାନୀ ନାଏକ ଚଳିତ ବର୍ଷ ପ୍ରଫେସର ସଞ୍ଜୟ କୁମାର ଶତପଥି ସ୍ମାରକୀ ପୁରସ୍କାର ପାଇଥିଲେ । ନିଜର ପ୍ରଜ୍ଞା , ପ୍ରତିଭା , ପାଠ୍ୟ ବହିର୍ଭୂତ କାର୍ଯ୍ୟକ୍ରମ ତଥା ଦିଲ୍ଲୀରେ ଅନୁଷ୍ଠିତ ଯୁବ ପାର୍ଲିଆମେଣ୍ଟରେ ପ୍ରତିନିଧିତ୍ବ କରିଥିବାରୁ ସେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ପ୍ରତିବର୍ଷ ଏହି ପୁରସ୍କାର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ଇଂରାଜୀ ବିଭାଗର ସ୍ନାତକୋତ୍ତର ଛାତ୍ରୀ ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶନୀ ଜେନା ମଞ୍ଚ ପରିଚାଳନା କରିଥିବାବେଳେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ଯ ଡକ୍ଟର କୈଳାସ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବକ୍ତୃତାମାଳାରେ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ଓ ଗବେଷକ- ଗବେଷିକା ଉପସ୍ଥିତ ଥିଲେ । 

( ମ ନି ସ ) 

Related posts

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଏକ ଘରୋଇ ଆମ୍ବୁଲାନ୍ସ , ଷ୍ଟ୍ରିଟ୍ ଲାଇଟ୍ ବିଦ୍ୟୁତ ସେବା ବନ୍ଦ

masiha

ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଧର୍ମଗଡ:ଅଣ୍ଡର -୧୭ ସ୍କୁଲ ସ୍ତରୀୟ ଜିଲ୍ଲା କ୍ରିକେଟ ଦଳ ଚୟନ

Sunil Chandra Nayak

Leave a Comment

error: Content is protected !!