ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଣାର୍କ ସ୍ପିନିଙ୍ଗ ମିଲ ପୁନଃ ଉଦ୍ଧାର ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ସାଇନିଙ୍ଗ କଳାହାଣ୍ଡି ଅଧ୍ୟକ୍ଷ

କୋଣାର୍କ ସ୍ପିନିଙ୍ଗ ମିଲ ପୁନଃ ଉଦ୍ଧାର ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ସାଇନିଙ୍ଗ କଳାହାଣ୍ଡି ଅଧ୍ୟକ୍ଷ

କଳାହାଣ୍ଡିର ବହୁ ଚର୍ଚ୍ଚିତ କେସିଙ୍ଗା କୋଣାର୍କ ସ୍ପିନିଙ୍ଗ ମିଲକୁ ପୁନଃ ଉଦ୍ଧାର କରିବାପାଇଁ ମୁଖ୍ୟ ଶାସନସଚିବ ଓଡିଶା ସରକାର ମନୋଜ ଅହୁଜା ଙ୍କୁ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଜରିଆରେ ସାଇନିଙ୍ଗ କଳାହାଣ୍ଡି ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ସାକ୍ଷାତ କରିଛନ୍ତି । ସୂଚନା ଯୋଗ୍ୟ ଯେ,ଗତ ଜିଲ୍ଲାପାଳ ଜିନିଙ୍ଗ ମିଲକୁ ଦେଢ଼କୋଟି ଏବଂ ସ୍ପିନିଙ୍ଗ ମିଳକୁ ୫୦କୋଟି ଆର୍ଥିକ ଅନୁଦାନ ହେବାପାଇଁ ରାଜ୍ୟ ସରକାରଙ୍କୁ ନିବେଦନ ଜଣାଇଥିଲେ । ଯଦି ଏହି ଆର୍ଥିକ ଆବଣ୍ଟନ ସ୍ପିନିଙ୍ଗ ମିଲ ଓ ଜିନିଙ୍ଗ ମିଲ ପାଇଁ କରାଯାଏ ତାହେଲେ ନିଶ୍ଚିତ ଭାବରେ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ରାୟଗଡା ଏବଂ ନବରଙ୍ଗପୁର ଜିଲ୍ଲାର ଚାଷୀ ଏଠି ଉପକୃତ ହେବା ସହ ବାର୍ଷିକ ୪୦ ହଜାର କର୍ମସଂସ୍ଥାନ ଯୋଗାଇବାରେ ସକ୍ଷମ ହେଇପାରିବ।ଏହା ଜିଲ୍ଲାରେ ୨ ହଜାର କ୍ଵିଣ୍ଟାଲ କପା ଉତ୍ପାଦନରୁ ଆରମ୍ଭ ହୋଇଥିଲା। ଯାହା ଏବେ ୭ ଲକ୍ଷ କ୍ଵିଣ୍ଟାଲ ଉତ୍ପାଦନରେ ପହଂଚିଲାଣି। ଯେଉଁଥିରେ ଗୋଟିଏ ନୁହେଁ ୩ଟି ସୂତାକଳ ଚାଲି ପାରିବ। ସରକାର କେବିକେ ଜିଲ୍ଲାର କପାକୁ ଆକଳନ କରି କାରଖାନା ଆରମ୍ଭ କରିଥିଲେ। କେବିକେ କପା ଆକଳନ କୁ ଦେଖିଲେ ୮ଟି ସୂତାକଳ ଏହି କପାରେ ଚାଲି ପାରିବ। ଏଠୁ କପା ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାତ ଯାଇ ସେଠୁ ସୁତା ହୋଇ ପୁଣି ରାଜ୍ୟକୁ ଆସୁଛି। ଏଠି ସୂତାକଳ ଥିଲେ ବୁଣାକାର ଶସ୍ତାରେ ସୁତା ପାଆନ୍ତେ। ହେଲେ ନିଜ ଜିନିଷ ଅନ୍ୟ ରାଜ୍ୟକୁ ଯିବା ଫଳରେ ବୁଣାକାର ମହଙ୍ଗାରେ ସୂତା କିଣୁଛି। ଯାହାଦ୍ୱାରା ବିଭିନ୍ନ କପଡା ର ମୂଲ୍ୟ ବି ବୃଦ୍ଧି ହେଉଛି। ଗୁଜରାତ ଭଳି ରାଜ୍ୟରେ ପ୍ରଯ୍ୟାପ୍ତ କଞ୍ଚାମାଲ ନ ଥାଇ ସୂତାକଳ କାରଖାନାମାନ ସ୍ଥାପନ କରି ଇତିହାସ ସୃଷ୍ଟି କରିଛି।ଏଥିପ୍ରତି ତୁରନ୍ତ ରାଜ୍ୟସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି। କୋଣାର୍କ ସ୍ପିନିଙ୍ଗ ମିଲର ପୁନଃ ଉଦ୍ଧାର ପାଇଁ ଓଡିଶା ଉଚ୍ଚତମ ନ୍ୟାୟାଳୟ ଡ଼. ନିଆଲ ଏବଂ ନୀଳମାଧବ ସିଂହ ଦେଓ ଦୁଇଜଣ ଜନସ୍ୱାର୍ଥ ମାମଲା ରୁଜ୍ଜୁ ମଧ୍ୟ କରିଥିଲେ। ମୁଖ୍ୟ ଶାସନ ସଚିବଙ୍କର ସହିତ ଏହି ସାକ୍ଷ୍ୟାତକାର କୋଣାର୍କ ସୂତାକଳ ପୁନଃଉଦ୍ଧାର ଦିଗରେ ସାହାଯ୍ୟ କରିବାର ସମ୍ଭାବନା ଦିଶୁଛି। 

( ମ ନି ସ ) 

Related posts

Government should take positive steps to make media fearless.

masiha

ଏମଜିଏନଆରଏଜିଏରେ ପ୍ରଶାସନିକ କଣ୍ଟିଜେନ୍ସି କିଣାରେ ଅନିୟମିତତାର ତଦନ୍ତ ଦାବି 

masiha

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩, ୨୯୮ଟି ମାମଲା ଫଇସଲା

masiha

Leave a Comment

error: Content is protected !!