ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କୋଟ ପରିସରରେ ଆଇନ ସଚେତନତା ଶିବିର

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କୋଟ ପରିସରରେ ଆଇନ ସଚେତନତା ଶିବିର

    ଅଦ୍ୟ ତା-୧୪.୦୯.୨୦୨୩ ରିଖ ଗୁରୁବାର ଦିନ ସକାଳ ଘ.୯.୩୦ମି ରେ ସ୍ଥାନୀୟ ଜିଲ୍ଳା ଅଦାଲତ ର ଭିଡିଓ କନଫରେନ୍ସ ହଲ୍ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ କର୍ମକ୍ଷେତ୍ରରେ ମହିଳାମାନଙ୍କର ଯୌନ ନିର୍ଯ୍ୟାତନ ସୁରକ୍ଷା ଆଇନ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଏହି ଆଇନ ସଚେତନତା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଆଇନ ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ପରିଚାଳନା କରିଥିଲେ I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍ସ ଅଦାଲତର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାଏକ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷୀ ପ୍ରିୟଦର୍ଶିନି, ମହିଳା କୋଟ ର ବିଚାରପତି ଶ୍ରୀମତି ଶୋନଲ ସର୍ମା, ରେଜିଷ୍ଟର ଦେବିଜ୍ୟୋତି ମହାପାତ୍ର, ସବ୍ ଜଜ୍ ଶ୍ରୀ ସୋମ୍ୟରୂପ ସାହୁ, ନ୍ୟାୟଧିକାରୀ ଶ୍ରୀ ଚନ୍ଦନ କୁମାର ଦେହୁରୀ ପ୍ରମୁଖ ଯୋଗଦେଇଥିଲେ I ଏଥିସହିତ ଜିଲ୍ଳା ଅଦାଲତ ଓ ଜିଲ୍ଳା ଆଇନସେବା ପ୍ରାଧିକରଣର ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ମହିଳା ମାନେ କର୍ମକ୍ଷେତ୍ରରେ ଯୌନନିର୍ଯ୍ୟାତନର ଶିକାର ହେଉଛନ୍ତି ତାକୁ କିପରି ପ୍ରତିରୋଧ କରିବା ଓ କିପରି ଯୌନ ନିର୍ଯ୍ୟାତନା ସୀକାର ନହୁଅନ୍ତି ସେଥିପାଇ ସେମାନେ କମ୍ପ୍ଲେନ କମିଟିର ସହଯୋଗ ନେବାକଥା ସେ ବିଷୟରେ ବିସୃତ ଭାବରେ ଅଶଗ୍ରହଣକାରୀମାନଙ୍କୁ ବୁଝାଇଥିଲେ I ଏଥିସହିତ ମହିଳାମାନେ କର୍ମକ୍ଷେତ୍ରରେ ରେ ଯୌନନିର୍ଯ୍ୟାତନର ସୀକାର ହେଲେ ସେମାନଙ୍କ ପାଇ ନ୍ୟାୟିକ ବ୍ୟବସ୍ଥା ଓ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ପରିଶେଷରେ ଅତିଥିମାନେ ଏହି ଆଇନ ଉପରେ ଥିବା ସୁପ୍ରିମକୋଟ ର ଥିବା ବିଭିନ୍ନ ଜଜମେଣ୍ଟ ଉପରେ ଅଶଗ୍ରହଣକାରୀମାନଙ୍କୁ ଧାରଣା ଦେଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଅଦାଲତ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗ୍ରାମ ପଞ୍ଚାୟତ ସ୍ତରିୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ

Sunil Chandra Nayak

ସମ୍ବଲପୁରରେ ହିନ୍ଦୁମାନଙ୍କୁ ଆକ୍ରମଣ ଘଟଣାରେ ଢେଙ୍କାନାଳ ହିନ୍ଦୁ ଏକତା ମଂଚ ତରଫରୁ ନିନ୍ଦା 

Sunil Chandra Nayak

ଜାତୀୟ ସେବା ଯୋଜନାରେ ଏନ ଏସ ଏସ ପକ୍ଷରୁ ଶୀତ କାଳୀନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!