ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଷଷ୍ଠ ଦିନରେ ପହଞ୍ଚିଲା ଧାରଣା , ସମର୍ଥନ ଦେଇ ଧାରଣାରେ ବସିଲେ ମାରୱାଡି ଯୁବାମଞ୍ଚ ଓ ସିନିୟର ସିଟିଜେନ ଫୋରମ

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଷଷ୍ଠ ଦିନରେ ପହଞ୍ଚିଲା ଧାରଣା

ସମର୍ଥନ ଦେଇ ଧାରଣାରେ ବସିଲେ ମାରୱାଡି ଯୁବାମଞ୍ଚ ଓ ସିନିୟର ସିଟିଜେନ ଫୋରମ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ଗଣଧାରଣା ଷଷ୍ଠ ଦିନରେ ପହଞ୍ଚିଛି । ଓଡ଼ିଶାରେ ସର୍ଵ ପୁରାତନ ସହର ମଧ୍ୟରେ ପ୍ରଥମେ କଟକ ଓ ଦ୍ୱିତୀୟ ରେ ଅଛି ଜୁନାଗଡ଼ ସହର । ଇନ୍ଦ୍ର ଓ ଇନ୍ଦ୍ରାବତୀଙ୍କ କୃପାରୁ ଏହି ଜୁନାଗଡ଼ ଜିଲ୍ଲା,ରାଜ୍ୟ, ଦେଶ ତଥା ଦେଶ ବାହାରେ କଳାହାଣ୍ଡିର ନାମ କୁ ସ୍ବର୍ଣ୍ଣିମ ଅକ୍ଷରେ ଲେଖୁଛି । ଅନ୍ୟ ପକ୍ଷରେ ଜୁନାଗଡ଼ ହେଉଛି କିମ୍ବଦନ୍ତୀର ସହର । ଅନେକ ଇତିହାସ ବହନ କରିଛି ଏହି ଜୁନାଗଡ଼ । ତେଣୁ ରାଜ୍ୟ ସରକାର ଜୁନାଗଡ଼ର ଇତିହାସ କୁ ହୃଦବୋଧ କରି ଜୁନାଗଡ଼ିଆଙ୍କ ଦାବୀକୁ ଯତାର୍ଥ ଭାବି ଜିଲ୍ଲା ମାନ୍ୟତା ପ୍ରଦାନ କରିବା ପାଇଁ ସରକାରଙ୍କୁ ଦାବୀ ଜଣାଇଥିଲେ । ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ ଓ ସଂଯୋଜକ ତଥା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ଆବାହକତ୍ଵରେ ମାରୱାଡି ସମ୍ମେଳନର ଅଧ୍ୟକ୍ଷ ଚମ୍ପକ ଅଗ୍ରୱାଲ ଓ ସିନିୟର ସିଟିଜେନ ଫୋରମର ସଭାପତି ଈଶ୍ୱର ପୁଝାରୀ ଅଧ୍ୟକ୍ଷତା କରିଥିଲେ । ଆଜିର ଏହି ଅନୁଷ୍ଠିତ ବିକ୍ଷୋଭ ସଭାରେ ମାରୱାଡି ଯୁବାମଞ୍ଚର ସନ୍ତୋଷ ସିଙ୍ଘଲ, କେଶବ ଗୋଏଲ, ମିଳନ ଅଗ୍ରୱାଲ, ବିଶାଳ ସ୍ଵର୍ଣକାର, ଦିଲ୍ଲୀପ ଖେମକା, ଆଶିଷ ଗୋଏଲ, ଅଙ୍କିତ ଶର୍ମା, ଅମନ ଗୋଏଲ, ସୁରଜ ଅଗ୍ରୱାଲ, ଭାରତ ଗୋଏଲ, ପ୍ରେମ ନାରାୟଣ ଶର୍ମା, ବିକାଶ କୁମାର ଗୋଏଲ, ଦିନେଶ ଅଗ୍ରୱାଲ, ସୁନିଲ ଅଗ୍ରୱାଲ, ଅତୁଳ ଅଗ୍ରୱାଲ, ଗୋପାଳ କୁମାର ମିତଲ, ସୁନୀଲ ଅଗ୍ରୱାଲ, ରାଜେଶ କୁମାର ଅଗ୍ରୱାଲ, କୂଳଦୀପ ଗୁପ୍ତା, , ସୁବାଷ ଖେମକା, ଅନିଲ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ସିନିୟର ସିଟିଜେନର ସମ୍ପାଦକ ଭୁବନେଶ୍ୱର ସାହୁ, ଦିଲ୍ଲୀପ କୁମାର ମେହେର, ରାଧେଶ୍ୟାମ ପଣ୍ଡା, ବାଲାଜି ଯାଦବ, ଯୁଗଳ କିଶୋର ନାଏକ,ରଶ୍ମି ରଞ୍ଜନ ନାଏକ, ମୀନକେତନ ରଣା ,ସୁଦର୍ଶନ ନାଏକ, ପ୍ରମୁଖ ଉଦବୋଧନ ଦେଇଥିଲେ । ଆଜି ପ୍ରବଳ ବର୍ଷାକୁ ମଧ୍ୟ ଖାତିର ନ କରି ଜଣେ ଜଣେ ସ୍ୱଭିମାନୀ ଜୁନାଗଡିଆ ଭାବେ ସିନିୟର ସିଟିଜେନ ଫୋରମ ଓ ଜୁନାଗଡ଼ର ହକ ପାଇଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ନିଜ ନିଜ ଦୋକାନ ବଜାରକୁ ବନ୍ଦ ରଖି ଧାରଣା ସ୍ଥଳରେ ଯୋଗ ଦେଇ ସରକାରଙ୍କୁ ଜୁନାଗଡ଼ର ପୂର୍ବ ଗୌରବ ଫେରାଇ ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦେବାକୁ ନିବେଦନ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ନର୍ଲା କିନ୍ନର ମହାସଙ୍ଘ ତରଫରୁ ମା ମଞ୍ଜୁ ଦୁର୍ଗା ପରିବାରକୁ ଅର୍ଥ ସହଯୋଗ

Sunil Chandra Nayak

ଦ୍ବାଦଶ କଳାରେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ସୋହାନୀ ଚଲାନ କଳାହାଣ୍ଡି ଟପ୍ପର

masiha

୭୬ତମ ସମ୍ବିଧାନ ଦିବସ ଓ ଜାତୀୟ ଆଇନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!