ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆସନ୍ନ ମରୁଡିକୁ ପ୍ରତିହତ କରିବା ପାଇଁ ଇନ୍ଦ୍ର ଦେବଙ୍କ ପୂଜା , ବର୍ଷା ପାଇଁ ଶରଣାପନ୍ନ ହେଲେ ବଙ୍ଗୋମୁଣ୍ଡା ଗ୍ରାମବାସୀ

ଆସନ୍ନ ମରୁଡିକୁ ପ୍ରତିହତ କରିବା ପାଇଁ ଇନ୍ଦ୍ର ଦେବଙ୍କ ପୂଜା , ବର୍ଷା ପାଇଁ ଶରଣାପନ୍ନ ହେଲେ ବଙ୍ଗୋମୁଣ୍ଡା ଗ୍ରାମବାସୀ

କୋକସରା,୧୨/୯ // ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ୨୨ ପଞ୍ଚାୟତରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଉପୁଜିଛି । ବ୍ଲକର ଅନେକ ପଞ୍ଚାୟତର ଚାଷୀ ମାନେ ଦୁଖଃରେ ମ୍ରିୟମାଣ ହୋଇ ନିରାଶାରେ ରହିଛନ୍ତି। ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗାଁର ଚାଷୀମାନେ ବର୍ଷା ପାଇଁ ଇନ୍ଦ୍ର ଦେବତା ଓ ଗ୍ରାମ ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରି ଶରଣାପନ୍ନ ହେଉଥିବା ଦେଖିବାକୁ ମିଳିଛି। ବଙ୍ଗୋମୁଣ୍ଡା ଗ୍ରାମର ଗୌନ୍ତିଆ ଡବଲ ମାଝୀ, ଗ୍ରାମ୍ୟ ପୁଜକ ହର ପ୍ରସାଦ ପୁଝାରି, ଗାଁ ଗଣ୍ଡା ପୁରୁଷୋତ୍ତମ ନାଏକ ଓ ଚାଷୀମାନେ ଗାଁରେ ଏକ ବୈଠକ କରି ବର୍ଷା ପାଇଁ ଗ୍ରାମ ଦେବାଦେବୀଙ୍କୁ ସନ୍ତୁଷ୍ଟ କଲେ ହିଁ ବର୍ଷାର ଆଗମନ ହେବ ବୋଳି ଶନିବାର ସନ୍ଧ୍ୟା ଠାରୁ ଗାଁ ମୁଣ୍ଡରେ ଥିବା ଦେବୀ ପୀଠରେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି। ଗ୍ରାମର ଦେବାଦେବୀ ମା ବସ୍ତରେନ ମାଉଳି, ମା ମାନପୁରିଆଣି, ମା ଠାକୁରାଣୀ ବର୍ଷେଳ ମାଝୀ, ହରିବୋଲ ଭିମା, ଜଙ୍ଗଲିଆ ଭିମା, ମା ଛୋଟି ଗଡ଼ିଆଣି, ମା ପୋଏରେନ ଦେବୀଙ୍କ ଲାଠିକୁର୍ସି ଆସି ଗ୍ରାମର ମାଟି ଘର ନିକଟରେ ଏକତ୍ରିତ ହୋଇଥିଲେ। ସେମାନଙ୍କୁ ଗ୍ରାମ୍ୟ ପୁଝାରି ସ୍ୱାଗତ କରି ପୂଜାର୍ଚ୍ଚନା କରିବା ପରେ ଦେବାଦେବୀଙ୍କ ଶିରା ମାନଙ୍କୁ କାଲିସି ଲାଗିଥିଲା। ଗ୍ରାମବାସୀଙ୍କ ଅଗାଢ଼ ବିଶ୍ୱାସ ଯେ ବର୍ଷାର ଦେବତା ଗ୍ରାମ ଦେବାଦେବୀଙ୍କ କୋପ ଦୃଷ୍ଟି କାରଣରୁ ବର୍ଷା ହେଉନାହିଁ, ସେମାନଙ୍କୁ ପୂଜାର୍ଚ୍ଚନା କରି ସନ୍ତୁଷ୍ଟ କଲେ ବର୍ଷା ହେବ ବୋଳି ବିଶ୍ୱାସ ରଖି ପୂଜାର୍ଚ୍ଚନା କରାଯାଉଛି। ଶନିବାର ଠାରୁ ପୂଜା ଆରମ୍ଭ ହୋଇଥିବା ବେଳେ ରବିବାର ମଧ୍ୟାହ୍ନରେ ସତକୁସତ ବର୍ଷା ହୋଇଯାଇଛି। ଏହି ପୂଜାର୍ଚ୍ଚନା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବା ନେଇ କମିଟି ପକ୍ଷରୁ କୁହାଯାଇଛି। ବଙ୍ଗୋମୁଣ୍ଡା ଗ୍ରାମ୍ୟ ଦେବାଦେବୀଙ୍କ ଶିରା ମଧୁସୂଦନ ବାଗ, ନାଥ ପୁଝାରି,ବିଶ୍ୱମ୍ବର ଦଳପତି, ଜଗନ୍ନାଥ ଦଳପତି, ସହଦେବ ପୁଝାରି ଗ୍ରାମବାସୀ ଦେବରାଜ ଦଳପତି, ଦୁର୍ଯୋଧନ ପୁଝାରି, ଘାସିରାମ ପୁଝାରି, ଝଯାଙ୍ଗ ଦଳପତି, ଦିବାକର ମାଝୀ ପ୍ରମୁଖ ସହଯୋଗ କରୁଛନ୍ତି।

ମସିହା ନିୟୂଜ୍ ସର୍ଭିସ୍ 

Related posts

କାର୍ତ୍ତିକେଶ୍ୱର ପଞ୍ଚୁକ ବ୍ରତ ପାଇଁ କପିଳାସ ପୀଠ ଚଳଞ୍ଚଚଳ

Sunil Chandra Nayak

ଅଭ୍ୟାସ ଟେକ୍ନୋ ସ୍କୁଲ ପଦ୍ମପୁର ନିଆରା ଢଙ୍ଗରେ ପାଳନ କରିଛି ଶ୍ରୀ ପଞ୍ଚମୀ / ବସନ୍ତ ପଞ୍ଚମୀ

masiha

ଚିଲକପୁର ରେଲଷ୍ମୀ ପୂଜା କଳସ ଶୋଭାଯାତ୍ରା

masiha

Leave a Comment

error: Content is protected !!