ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ରେ ଆସନ୍ତା ଅକ୍ଟୋବର ୪ ତାରିଖ “ଧର୍ମଗଡ ଉପଖଣ୍ଡ ବନ୍ଦ ଡାକରା” ଦେଲା କ୍ରିୟାନୁଷ୍ଠାନ କମିଟି

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ରେ ଆସନ୍ତା ଅକ୍ଟୋବର ୪ ତାରିଖ “ଧର୍ମଗଡ ଉପଖଣ୍ଡ ବନ୍ଦ ଡାକରା” ଦେଲା କ୍ରିୟାନୁଷ୍ଠାନ କମିଟି

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ଆଜି ୩୦ ଦିନରେ ପହଞ୍ଚି ଥିବା ବେଳେ ଆସନ୍ତା ଅକ୍ଟୋବର ୪ ତାରିଖ ଦିନ ଧର୍ମଗଡ ଉପଖଣ୍ଡ ବନ୍ଦ ଡାକରା ଦେଇଛି ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି। 

ଜିଲ୍ଳା ଦାବୀ କ୍ରିୟାନୁଷ୍ଠାନ କମିଟି ର ଏକ ଜରୁରୀ ବୈଠକ ହୋଟେଲ ଆଜି ରୟାଲ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଅଛି। କ୍ରିୟାନୁଷ୍ଠାନ କମିଟି ର ଆବାହକ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

ଆସନ୍ତା ଅକ୍ଟୋବର ୪ ତାରିଖ ଦିନ “ଧର୍ମଗଡ ଉପଖଣ୍ଡ ବନ୍ଦ ଡାକରା”ପ୍ରସ୍ତାବ କୁ ସର୍ଵ ସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଧର୍ମଗଡ ଉପଖଣ୍ଡ ର ୬ ଗୋଟି ବ୍ଲକ ରେ କ୍ରିୟାନୁଷ୍ଠାନ କମିଟିର କୋର୍ କମିଟି ସଦସ୍ୟ ମାନେ ଉପସ୍ଥିତ ରହି ବନ୍ଦ ପାଳନ ପରିଚାଳନା କରିବା ପାଇଁ ସ୍ଥିରିକୃତ ହୋଇଥଲା। ଆଗାମୀ ଅକ୍ଟୋବର ୪ ତାରିଖ ସକାଳ ୬ ଘଣ୍ଟା ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇ ସମସ୍ତଙ୍କ ର ସହଯୋଗ କାମନା କରାଯାଇଥିଲା। ବନ୍ଦ ପାଳନ ସମୟରେ ଜରୁରୀ ସେବାକୁ ବାଦ ଦିଆ ଯିବା ସହ ବନ୍ଦ ପାଳନରେ ସହଯୋଗ କରିବା ପାଇଁ ଘରୋଇ ବସ ମାଲିକ ସଂଘ, ଡ଼୍ରାଇଭର ସଂଘ, ଓକିଲ ସଂଘ,ବ୍ୟବସାୟୀ ସଙ୍ଘ, ଆଦିବାସୀ ସଂଘ, ଯାଦବ ସଙ୍ଘ ସମେତ ଗଣ ଧାରଣା ରେ ଭାଗ ନେଇଥିବା ସମସ୍ତ ଅନୁଷ୍ଠାନ କୁ ଅନୁରୋଧ କରାଯାଇଥିଲା। 

ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ୩୦ ଦିନରେ ପହଞ୍ଚିଛି । ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଇ ଆସୁଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶାନ୍ତି ଶକ୍ତି ଭବନରେ ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳିତ 

ରାଇରଙ୍ଗପୁର:ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ କଂଗ୍ରେସର ପ୍ରତିବାଦ ସଭା ସହ ମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବଙ୍କ କୁଶପୁତ୍ତଳିକା ଦାହ

masiha

ବିଜାତଳା ଵ୍ଳକ! ଚଢ଼େଇ ପାହାଡି ପଞ୍ଚାୟତ! କଙ୍କଡବେଡା ଗ୍ରାମ୍ୟ ପୋଖରୀରେ ଗାର୍ଡୱାଲ ନିର୍ମାଣ ଦାଵି

Sunil Chandra Nayak

Leave a Comment

error: Content is protected !!