ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ୍ପୋ ବିଜେପି କୋର୍ କମିଟି ଗୁରୁତତ୍ୱପୂର୍ଣ୍ଣ ବୈଠକ 

ନାମ୍ପୋ ବିଜେପି କୋର୍ କମିଟି ଗୁରୁତତ୍ୱପୂର୍ଣ୍ଣ ବୈଠକ 

ଜଳେଶ୍ଵର,୧୫/୬-(ମନିସ)-, ଜଳେଶ୍ଵର ବ୍ଲକ ଅନ୍ତର୍ଗତ ପଶ୍ଚିମବାର୍ଡ ଅଧୀନ ନାମ୍ପୋ ପଂଚାୟତ ବିଜେପି କୋର୍ କମିଟି ବୈଠକ ସଭାପତି ଜଗଦୀଶ ପ୍ରଧାନଙ୍କ ପୌରହିତ୍ଵରେ ଅନୁଷ୍ଠିତ ହେଇଯାଇଛି।ଉକ୍ତ ବୈଠକରେ ନୂଆଦିଲ୍ଲୀରେ କାର୍ଯ୍ୟରତ ସାମ୍ବାଦିକ ତଥା ଯୁବ ନେତ୍ରୀ ସୁରଞ୍ଜିତା ରଣା ଅତିଥି ରୂପେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଉପଦେଶ ଅନୁଯାୟୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ସୁଫଳ ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ ନେତୃବୃନ୍ଦ ମାନଙ୍କୁ ପରାମର୍ଶ ଦେଇଥିଲେ।ଅନ୍ୟତମ ଅତିଥି ରୂପେ କେନ୍ଦୁଝର ଯାନ୍ତ୍ରିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ରତ୍ନାକର ରାୟ ଯୋଗ ଦେଇ ନାମ୍ପୋ ପଂଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରି ସେ ଗୁଡିକର ସମାଧାନ ପାଇଁ ଯୁବ ଶକ୍ତିର ଆବଶ୍ୟକତା ଉପରେ ଗୁୁରୁତ୍ୱାରୋପ କରିଥିଲେ।ପ୍ରାରମ୍ଭରେ କମିଟିର ଉପଦେଷ୍ଟା ସୁକୁମାର ରଣା କେନ୍ଦ୍ରର ୧୨ ବର୍ଷ ଏନଡିଏ ସରକାର ଓ ରାଜ୍ୟରେ ଶାସନାଧିନ ୨ ବର୍ଷର ବିଜେପି ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ବିବରଣୀ ଉପସ୍ଥାପନ କରିଥିଲେ।ଏହି ବୈଠକରେ କମିଟିର ଉପସଭାପତି ସଞ୍ଜୀବ ପ୍ରଧାନ, ବରିଷ୍ଠ ସଭ୍ୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ଦତ୍ତ,ମଧୁସୁଦନ ଦେ,ସତ୍ୟ ସାଗର ଦାଶ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ ବରିଷ୍ଠ ସଭ୍ୟ ସତ୍ୟରଞ୍ଜନ ରଣା ଧନ୍ୟବାଦ ଅର୍ପଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ସୁନିତା ଜୟପୁରିଆ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଓଡ଼ିଶା ରାଜ୍ଯର ବିଭିନ୍ନ ସ୍ଥାନରେ ବିପ୍ଳବୀ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୮ ତମ ତିରୋଧାନ ଦିବସ -୨୦୨୫ ପାଳିତ 

Sunil Chandra Nayak

ବିଷମିଶା ରଙ୍ଗୀନ ଖାଦ୍ୟ ଖାଇ ରୋଗରେ ସଢ଼ୁଛନ୍ତି ଲୋକେ କୁମ୍ବକର୍ଣ୍ଣ ନିଦ୍ରାରେ ଯାଜପୁର ଖାଦ୍ୟ ସୁରକ୍ଷା ବିଭାଗ

masiha

Leave a Comment

error: Content is protected !!