ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନଶକ୍ତିର ପୁନର୍ଗଠନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଈଁ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ 

ମିଶନଶକ୍ତିର ପୁନର୍ଗଠନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଈଁ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ 

ଡାବୁଗାଁ, ୧୬/୪ (ମ.ନି.ସ.) :- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମିଶନଶକ୍ତି ର ପୁନର୍ଗଠନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ମିଶନଶକ୍ତି ର ଇସି ମେମ୍ବର ମାନେ ଏକ ଦାବିପତ୍ର ବୁଧବାର ଡାବୁଗାଁ ବିଡିଓ ଶରତ ମାଝି ଙ୍କୁ ପ୍ରଦାନ କରିଛନ୍ତି | ସରକାର ଦ୍ୱାରା ପ୍ରେରିତ ଚିଠି ର ନିର୍ଦ୍ଦେଶ ନାମା ଅନୁଯାୟୀ ଇସି ମାନଙ୍କର ପୁନର୍ଗଠନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଉ । ବ୍ଲକ ର ସମସ୍ତ ଜିପିଏଲଏଫ ଓ ବିଏଲଏଫ ର ସଭାପତି ଓ ସମ୍ପାଦିକା ମାନେ ଆଜକୁ ୨ ବର୍ଷ ୬ ମାସ ହେଲା କାର୍ଯ୍ୟ କରିଛନ୍ତି | ସମସ୍ତ ଙ୍କର କାର୍ଯ୍ୟ କାଳ ୪ ବର୍ଷ ହୋଇନାହିଁ ତେଣୁ ଯିଏ ଯେଉଁ ପଦବୀରେ ଅଛନ୍ତି ସେମାନେ ସେହି ପଦବୀରେ ରହିବେ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି | ଏହି ଦାବି ପତ୍ର ଦେବା ସମୟରେ ପ୍ରିୟଦର୍ଶନୀ ପାତ୍ର, ସବିତା ବିଶୋଇ, ବବିତା ସିଂ, ସାଗରିକା ଦିଗାଲ, ସନ୍ତୋସିନୀ ଡାକୁଆ, ଭାରତୀ ମାଝି ଓ ଇସି ମେମ୍ବର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଳା କିନ୍ନର ସଙ୍ଘ କୁ ତ୍ରିପାଠୀ ପରିବାର ପକ୍ଷରୁ ଆର୍ଥିକ ସହାୟତା

Sunil Chandra Nayak

ଶିକ୍ଷାବିତ୍ ବିଜୟ ରାମ ପାତ୍ରଙ୍କୁ ଜନ୍ମ ମାଟିରେ ଶ୍ରଦ୍ଧାଂଜଳି 

masiha

ବସ୍ତା ଏନଏସି ଘୋଷଣା କରିଥିବାରୁ ସଦାନନ୍ଦପୁର ପଞ୍ଚାୟତ ଅଫିସ ନିକଟରେ ବାଣ ଫୁଟାଇ ଖୁସି ମନାଇଲେ 

masiha

Leave a Comment

error: Content is protected !!