ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଟ ସର୍କିଟ ଲାଗି ଘରେ ଲାଗିଲା ନିଆଁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ

ସର୍ଟ ସର୍କିଟ ଲାଗି ଘରେ ଲାଗିଲା ନିଆଁ

ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ

ମୁନିଗୁଡ଼ା,୨୮।୪ ଜନ୍ମ ଦିନ ଉତ୍ସ୍ରଵରେ ଯୋଗଦେବାକୁ ଯାଇଥିବା ବେଳେ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ପଞ୍ଚାୟତ ନୂଆ ପଡ଼ା ବିଳାସ କରକରିଆଙ୍କ ଘରେ ସର୍ଟ ସର୍କିଟ ଲାଗି ନିଆଁ ଲାଗିବା ଫଳରେ ଘରେ ଥିବା ଟିଭି, ଫ୍ରିଜ, ଗଡରେଜ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ ଆସବାବପତ୍ର ରେ ନିଆଁ ଲାଗି ନଷ୍ଟ ହୋଇଥିବା ଜଣାପଡିଛି। ଘରେ ନିଆଁ ଲାଗିବା ପରେ ଧୁଆଁ ବାହାରିବାରୁ ସାହି ବାସିନ୍ଦା ପହଞ୍ଚି ଘରର ତାଲା ଭାଙ୍ଗି ନିଆଁ କୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ ନିଆଁ ରେ ବିଳାସଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି। ସୁଚନା ଅନୁଯାୟୀ ଅମ୍ବାଦଳା ପଞ୍ଚାୟତ ନୂଆପଡ଼ାର ବିଳାସ କରକରିଆ ତାଙ୍କ ପରିବାର ସହିତ ଏକ ଜନ୍ମ ଦିନ ଉତ୍ସବରେ ଯୋଗଦେବା ପାଇଁ ମୁନିଗୁଡ଼ା ଯାଇଥିବା ବେଳେ କୌଣସି କାରଣରୁ ସର୍ଟ ସର୍କିଟ ହୋଇଥିଲା। ବିଳାସ ଜଣେ ନିରାଶ୍ରୟ ମହିଳା ହୋଇଥିବାରୁ ପ୍ରଶାସନ ପକ୍ଷରୁ କ୍ଷତି ଆକଳନ କରାଯିବା ସହ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

 

Related posts

୪୨ ମୌଜାରେ ସାଂସ୍କୃତିକ ମହୋତ୍ସବ,ମୀନ ବଜାର ଓ ସମ୍ବର୍ଧନା ସଭା 

masiha

ଦଶ ବର୍ଷ ହେଲା ପକ୍ଷାଘାତ ରେ ପୀଡ଼ିତ ଥିବା ମାନସ ନାଏକଙ୍କ ପାଖକୁ ପହଂଚିଲେ ପ୍ରଶାସନ

masiha

ଓଡିଶା ର ବରପୁତ୍ର ତଥା ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ “ମା ଙ୍କୁ ସମ୍ମାନ ଗାଁ କୁ କାମ “

masiha

Leave a Comment

error: Content is protected !!