ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗ ପଞ୍ଚାୟତ ଡଙ୍ଗରିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶ୍ୱିନ କୁମାର ରାଉତ ଙ୍କୁ ଆଜି ସ୍କୁଲ ପ୍ରାଙ୍ଗଣରେ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଲିନା ଦାସ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ସି ଆର୍ ସି ସି ଗଜିନ୍ଦ୍ର ନାଏକ, ଉଦେସୃଙ୍ଗ ସରପଞ୍ଚ ନାରାୟଣ ଆଘ୍ରିଆ,ସ୍କୁଲ ପରିଚାଳନା ସଭାପତି ହୃଷୀକେଶ ଅଘ୍ରୀଆ, ଯାଞ୍ଚ କମିଟିର ସଭାପତି କବି କେତନ ଭୋଇ ମଞ୍ଚାସିନ ଥିଲେ।ସଭାଟିକୁ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ମୂରଲୀଧର ଅଘ୍ରୀଆ । ମଞ୍ଚାସିନ ସମସ୍ତ ଅତିଥିଙ୍କୁ ଫୁଲତୋଡ଼ା ଦେଇ ସ୍ଵାଗତ କରିବା ପରେ ନିଜ ନିଜର ଅଭିଭାଷଣ ରଖିଥିଲେ। ଶ୍ରୀଯୁକ୍ତ ରାଉତ ଙ୍କୁ ମୁଖ୍ୟ ଅତିଥିଙ୍କ କର କମଳରେ ଉପଢ଼ୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା ।ଶେଷରେ ଅବସର କାଳୀନ ସଙ୍ଗୀତ ପରିବେଷଣ କରିଥିଲେ ସହ ଶିକ୍ଷକ ହରେକୃଷ୍ଣ ମାଝୀ।

ଶ୍ରୀଯୁକ୍ତ ରାଉତ ୨୯ ବର୍ଷ ଧରି ଡଙ୍ଗରିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରିବା ପରେ ଅବସର ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ୩୦/୦୪/୨୦୨୫ ରେ ଆନୁଷ୍ଠାନିକ ଭାବେ ଅବସର ନେବେ। ସେ ଏକାଧାରରେ ଜଣେ ସଚ୍ଚୋଟ , ସମୟାନୁବର୍ତ୍ତି, ସୁ ଦକ୍ଷତା ସମ୍ପନ୍ନ ଶିକ୍ଷକ ଥିଲେ।ତାଙ୍କ ଶିକ୍ଷକତା ଜୀବନର ଅଭୁଲା ସ୍ମୃତି ର ଛାପ ଛାଡ଼ି ଯାଉଥିବାରୁ ଛାତ୍ର/ ଛାତ୍ରୀ, କମିଟି,ସହପାଠୀ ତଥା ଅଭିଭାବକ ମହଲରେ ଝୁରି ହେଉଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇରଙ୍ଗପୁରରେ ‘ମାନାପୁରମ୍ ଗୋଲ୍ଡ ଲୋନ’ଅଫିସରେ ୫ ଦୁବୃର୍ତ୍ତଙ୍କ ଲୁଟ୍ ଉଦ୍ୟମ ବିଫଳ ; ସାଇରନ୍ ବାଜିବା ଯୋଗୁଁ ଲୁଟ୍ ଉଦ୍ୟମ ଫସର ଫାଟିଗଲା

masiha

ଶହୀଦ ଭଗତ ସିଂ ଙ୍କ ୯୪ ତମ ଶହୀଦ ଦିବସ ପାଳନ 

masiha

ଛତା ମହୁଲ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!