ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ଅଞ୍ଚଳ ରେ ହାତୀ ର ତାଣ୍ଡବ 

କାମାକ୍ଷାନଗର ଅଞ୍ଚଳ ରେ ହାତୀ ର ତାଣ୍ଡବ 

କାମାକ୍ଷାନଗର (ମନିସ )19/12/24 // କାମାକ୍ଷାନଗର ବ୍ଲକ ତଥା ଭୁବନ ବନାଞ୍ଚଳ ଅଧୀନରେ ରେ ଦେଖାଦେଇଛି ହାତୀପଲ ଙ୍କ ଉପଦ୍ରଵ l ଜିରାଳ ଫରେଷ୍ଟ ସେକ୍ସନ କଂଗେଇଲ, ଜଗନ୍ନାଥ ପୁର,ପିପଳା ପ୍ରଭୂତି ଗ୍ରାମ ଗୁଡିକ ରେ ହାତୀପଲ ଙ୍କ ଉପଦ୍ରଵ ଦେଖାଦେଇଛି l ଏବେ ଧାନ ଫସଲ ଅମଳ ସମୟ ହୋଇଥିବା ଯୋଗୁଁ ପାଚିଲା ଧାନ ବାସ୍ନା ରେ ହାତୀପଲ ଧାନକ୍ଷେତ ମୁହାଁ ହେଉଥିବା ବେଳେ ଏକର ଏକର ଧାନ ଫସଲ ଦଳିଚକଟି ନଷ୍ଟ କରୁଛନ୍ତି l ଫଳରେ ଅମଳ ସମୟରେ ଚାଷୀ ମାନଙ୍କର ଫସଲ ନଷ୍ଟ ହେଉଥିବା ବେଳେ ହାତୀପଲ ଙ୍କ ଉପଦ୍ରଵ ଯୋଗୁଁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥା ରେ ଅଛନ୍ତି l ତେବେ ହାତୀପଲ ଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ତରଫରୁ ଚେଷ୍ଟା କରାଯାଉଥିବା ବେଳେ ହାତୀପଲ ଗୁଡିକ ସଂନ୍ଧ୍ୟା ସମୟରେ ଓ ଭୋର ସମୟରେ ରାସ୍ତା ପାର ହେଉଥିବା ବେଳେ ଦିନ ରେ ଗାଁ ପାଖରେ ଥିବା ଜଙ୍ଗଲ ରେ ରହୁଛନ୍ତି l ଫଳରେ ପାଖରେ ଥିବା ଗ୍ରାମବାସୀ ମଧ୍ୟ ଭୟ ରେ ରହୁଥିବା ଦେଖାଯାଇଛି l ଏହି ସବୁ ଅଞ୍ଚଳ ରେ ବାରମ୍ବାର ହାତୀପଲ ଙ୍କ ଉପଦ୍ରବ ଦେଖାଯାଉଥିବା ବେଳେ ଏକର ଏକର ଧାନ ଫସଲ ନଷ୍ଟ ହେଉଛି l ତେଣୁ ଭଲ ଫସଲ ଅମଳ ଲକ୍ଷ୍ୟ ରେ ଥିବା ଚାଷୀ ଏବେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କପିଳାସ ଠାରେ ମହାଶିବରାତ୍ରୀ ଜାଗର ଅବସରରେ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ନିଜ ସୁରକ୍ଷା ପାଇଁ କବିରାଜମାନେ ସାଜିଛନ୍ତି ନକଳି ସାମ୍ବାଦିକ ୨ୟ ଭାଗ

masiha

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ବଡବିଲ ଶାଖା ତରଫରୁ ବିଶାଳ ରକ୍ତଦାନ ଶିବିର ଆୟୋଜନ

Sunil Chandra Nayak

Leave a Comment

error: Content is protected !!