ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ପାଇଁ ଗୌରବ ଆଣିଲେ ବିଶ୍ଵଜିତ 

ତେନ୍ତୁଳିଖୁଣ୍ଟି ୩୧/୦୭/୨୩ // ଆଜି ପ୍ରକାଶ ପାଇଥିବା ଓଡିଶା ସିଭିଲ ସର୍ଭିସ ଫଳାଫଳରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକର ବିଶ୍ୱଜିତ କର୍କରା ୨୮୯ ନମ୍ବର ରେଙ୍କ ରଖି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଛନ୍ତି। ଏହା ନବରଙ୍ଗପୁର ଜିଲ୍ଲା ତଥା ତେନ୍ତୁଳିଖୁଣ୍ଟି ବ୍ଲକ ପାଇଁ ଗର୍ବ ଓ ଗୌରବର ବିଷୟ। ବର୍ତ୍ତମାନ ବିଶ୍ଵଜିତ ଙ୍କ ପାଖକୁ ବିଭିନ୍ନ ସମାଜିକ ଅନୁଷ୍ଠାନ ବ୍ୟକ୍ତି ସମୂହ ଓ ବିଭିନ୍ନ ସାମାଜିକ ଗଣ ମାଧ୍ୟମ ଗ୍ରୁପ ରୁ ଶୁଭେଚ୍ଛା ର ସୁଅ ଛୁଟିବା ସହ ବିଶ୍ଵଜିତ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭଗବାନଙ୍କ ପାଖରେ ପାର୍ଥିନା କରିବା ମତାମତ ଦେଖିବାକୁ ମିଳୁଛି। କୁକୁଡା ବାଇ ର ନରେନ୍ଦ୍ର ନାୟକ ଙ୍କ ପରେ ତେନ୍ତୁଳିଖୁଣ୍ଟି ବ୍ଲକ ପାଇଁ ଦ୍ଵିତୀୟ ବ୍ୟକ୍ତି ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ କୃତିତ୍ୱ ହାସଲ କରିଛନ୍ତି। କୁର୍ମାକୋଟ ନିବାସୀ ବିଶ୍ଵଜିତ ଙ୍କ ବାପା କୃଷକ ତଥା ଜଣେ ରାଜନେତା ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଭାଇଜାଗ ଇସ୍ପାତ କାରଖାନାର ଦୁର୍ଘଟଣା ନେଇ ରାଉରକେଲା ମଜଦୁର ସଭାର ଉଦବେଗ ପ୍ରକାଶ

ଲୋକଙ୍କ ପାଇଁ ବରଦାନ ସାଜିଛି ବିନ୍ଦୁମିନା ସେବା ଫାଉଣ୍ଡେସନ: ଗୋଲାମୁଣ୍ଡା ବ୍ଲକର ୨୮ଟି ପଞ୍ଚାୟତର ବର୍ଷା ବିପନ୍ନଙ୍କୁ ଦୁଆର ମୁହଁରେ ମିଳିଲା ମାଗଣା ରାସନ ଓ ଶୁଖିଲା ଖାଦ୍ୟ

Sunil Chandra Nayak

ଅବ୍ୟବସ୍ଥାରେ ରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

Leave a Comment

error: Content is protected !!