ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଢେଙ୍କାନାଳ (ମନିସ )19/12/24 // ଢେ଼ଙ୍କାନାଳ ଜିଲ୍ଲା ର ଓଡ଼ାପଡ଼ା ବ୍ଲକ ଠାରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଓଡ଼ାପଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲୀପ କୁମାର ଷଡଙ୍ଗୀଙ୍କ ନେତୃତ୍ବରେ ୫୭୩ ଜଣଙ୍କୁ ପଞ୍ଜିକରଣ କରାଯାଇଥିଲା। ଶିବିରରେ ବିଭିନ୍ନ ବିଭାଗର ଡ଼ାକ୍ତର ମାନେ ଉପସ୍ଥିତ ରହି ପରୀକ୍ଷା କରିବାସହ,ସେଥି ମଧ୍ୟରୁ ଆଖି ବିଭାଗରେ ୬୯ ଜଣ,ଗଳା ନାଶା କାନ ବିଭାଗରେ ୬୬ଜଣ,ମାନସିକ ବିଭାଗରେ ୧୩୪ ଜଣ,ଅସ୍ଥିଶଲ୍ୟ ବିଭାଗରେ ୨୫୦ ଜଣ ଓ ଅନ୍ୟାନ୍ୟ ବିଭାଗର ୩୩ ଜଣ ଏହିପରି ୫୭୩ ଜଣଙ୍କୁ ପଞ୍ଜିକରଣ କରାଯାଇଥିଲା।ସେଥି ମଧ୍ୟରୁ ୩୫୩ ଜଣ ଯୋଗ୍ୟ ହିତାଧିକାରୀ ଭାବେ ବିବେଚନା କରଯାଇଥିବା ବେଳେ ୧୯ ଟି ଆବେଦନକୁ ଅନ୍ୟତ୍ର ସୁପାରିଶ କରାଯାଇ,୯୫ଟି ଦରଖାସ୍ତକୁ ନାକଜ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ହିଦୋଳ ବିଧାୟିକା ସୀମାରାଣୀ ନାଏକ ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି ଉପାଧ୍ୟକ୍ଷ ଢେଙ୍କାନାଳ ଜିଲ୍ଲା ମଙ୍ଗଳ ଅଧିକାରୀ ନରେଶ ଚନ୍ଦ୍ର ସ୍ବାଇଁ ଶିବିର ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଓଡ଼ାପଡ଼ା ମଙ୍ଗଳ ଅଧିକାରିଣି ସୁନିତା ବେହେରା ଓ ମୁକେଶ ରଥ ପରିଚାଳନା କରୁଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ନବରଙ୍ଗପୁର ମହାବିଦ୍ୟାଳୟରେ କାର୍ ଗିଲ୍ ବିଜୟ ଦିବସ ପାଳନ

masiha

ତେରେସିଂହା କଲେଜରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ

masiha

ରାଇରଙ୍ଗପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ ପରିକ୍ରମା ‘ ଆନୁକୁଲ୍ୟରେ ରଙ୍ଗ ରଙ୍ଗୋଲି ଓ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

Leave a Comment

error: Content is protected !!