ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଷ୍ଠିତ 

ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଷ୍ଠିତ 

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଆଶାରାମ ଜୀ ବାପୁ ଆଶ୍ରମରେ ଗତ ରବିବାର ଦିନ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇ ଯାଇଛି। ପ୍ରଥମେ ସମସ୍ତେ ଶ୍ରୀ ଅଗ୍ରେସନ୍ ମହାରାଜ ଙ୍କ ପୂଜା କାର୍ଯ୍ୟକ୍ରମ କରି ସଭା କାର୍ଯ୍ୟ ଟିକୁ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାରୱାଡି ପରିବାରର ଭାଇ ଚାରା କିଭଳି ଭାବରେ ବଢିବ ଓ ଦୃଢ଼ ସମ୍ପର୍କ ଯୋଡ଼ି ହୋଇ ଦୀର୍ଘ ସ୍ଥାୟୀ ହବ, ପୁଣି ସୁଖ ଶାନ୍ତି ଓ ସମୃଦ୍ଧି ସହ ଭବିଷ୍ୟତରେ ମାରୱାଡି ସମାଜ ଉନ୍ନତି ର ଶିଖର ଛୁଇଁବ ସେସବୁ ବିଷୟରେ ବିସ୍ତୃତ ଭାବରେ ନିଜ ନିଜ ମଧ୍ୟରେ ଆଲୋଚନା କରିଥିଲେ । ସେହିଭଳି ମାରୱାଡି ପରିବାରର ବିବାହ,ସୁଖ ଦୁଃଖ ଓ ସମ୍ପର୍କ କିଭଳି ଭାବରେ ଯୋଡ଼ି ହୋଇ ରହିବା ସହ ଆଉ ବିଭିନ୍ନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମାରୱାଡି ପରିବାରର ଷ୍ଟେଟ୍ ପ୍ରେସିଡେଣ୍ଟ ଶ୍ରୀ ଦିନେଶ କୁମାର ଅଗ୍ରୱାଲ ସମ୍ବଲପୁର, ଭାଇସ ପ୍ରେସିଡେଣ୍ଟ ଶ୍ରୀ ମଧୁସୂଦନ ଶର୍ମା ଗୋଦଭାଗା, କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ସୁବାସ ଚନ୍ଦ୍ର ଅଗ୍ରୱାଲ ରୁଫ୍ରା ରୋଡ଼, ଜିଲ୍ଲା ଉପ ସଭାପତି ଶ୍ରୀ ଦୀପକ ଗୁପ୍ତା, ଜିଲ୍ଲା ସମ୍ପାଦକ ଶ୍ରୀ ଲାଳଚନ୍ଦ ଚୌଧରି ଭବାନୀପାଟଣା, ଉପ ସମ୍ପାଦକ କିଶୋର ଅଗ୍ରୱାଲ ଧର୍ମଗଡ଼,ଶ୍ରୀ ମତୀ ଅନିତା ଜେନ୍ ମହିଳା ସଭାପତି ଜୟପାଟଣା ଙ୍କ ସହ କଳାହାଣ୍ଡି ,ନୂଆପଡ଼ା,କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଶତାଧିକ ମାରୱାଡି ପରିବାର ଉପସ୍ଥିତ ଥିଲେ । ଏହି ସଭା କାର୍ଯ୍ୟଟିକୁ ଶ୍ରୀ ସତ୍ୟନାରାୟଣ ଅଗ୍ରୱାଲ ଓ ଅନିତା ଜେନ ପରିଚାଳନା କରିଥିଲେ । ସମାଜର କଲ୍ୟାଣ ପାଇଁ ବିଭିନ୍ନ ସମସ୍ୟା କୁ ଗୋଲାମୁଣ୍ଡା ବ୍ଲକ୍ ରୁ ବରିଷ୍ଟ ସମାଜ ସେବୀ ଶ୍ରୀ ଶ୍ୟାମସୁନ୍ଦର ଅଗ୍ରୱାଲ ଉପସ୍ଥାପନା କରିଥିଲେ । ଶେଷରେ ସମସ୍ତ ବ୍ରାଞ୍ଚରୁ ଉପସ୍ଥିତ ଥିବା ଅତିଥି ବୃନ୍ଦଙ୍କୁ ସମ୍ମାନିତ କରାଯାଇଥିଲା।ସଭାକାର୍ଯ୍ୟଟି କୁ ଶ୍ରୀ କିଶୋର ଅଗ୍ରୱାଲ ଧନ୍ୟବାଦ୍ ଅର୍ପଣ କରି ସାଙ୍ଗ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଶ୍ରୀରାମ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ପ୍ରତିଷ୍ଠା ଦିବସ 

masiha

ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ପୁରାତନ ଛାତ୍ରଛାତ୍ରୀ

masiha

କୋକସରା ଆଦର୍ଶ ବିଦ୍ୟାଳୟରେ ବୃକ୍ଷ ରୋପଣ କଲେ ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!