ତଳ ଡାବେରି ଗାଁରେ ଚର୍ମ ରୋଗ ବ୍ୟାପୁଛି
ବନ୍ଧୁଗାଁ ତା,୦୨/୦୯/୨୪କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଏବେ କାଛୁ କୁଣ୍ଡିଆ ଭଳି ଚର୍ମ ରୋଗ ବ୍ୟାପିବାରେ ଲାଗିଛି । ବ୍ଲକ୍ ସଦର ଠାରୁ ୫ କିଲୋମିଟର ଦୂର ତଳ ଡ଼ାବେରି ଗାଁର ପ୍ରତ୍ୟେକ ଘରେ ଥିବା ଛୋଟ ଛୋଟ ପିଲା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି । ଖାଲି ସେତିକି ନୁହେଁ କିଛି ସେବାଶ୍ରମ ରେ ରହୁଥିବା ଛାତ୍ର ଛାତ୍ରୀ
ମଧ୍ୟ ଏହି ରୋଗରୁ ମୁକୁଳି ପାରି ନାହାନ୍ତି । ଏନେଇ ଖବର ପାଇ ବନ୍ଧୁଗାଁ ସ୍ବାସ୍ଥ୍ୟ ବିଭାଗର ଡ଼ାକ୍ତର ରମିୟ କିରନ୍ ତିନିଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଧରି ତଳ ଡାବେରି ଗାଁ ଯାଇଥିଲେ । ହେଲେ ସେଠାରେ ଆକ୍ରାନ୍ତ ଥିବା ଅନେକ ପିଲା ଚାଷ ଜମି ପାଖ କୁଡ଼ିଆରେ ରହି ଯାଇଥିବା ବେଳେ ଘରେ ଥିବା ମାତ୍ର ଦଶ ଜଣଙ୍କୁ ଔଷଧ ପତ୍ର ଦେଇ ଆସିଥିବା କହିଛନ୍ତି । ଏହା ଏକ ଡିଆଁ ରୋଗ ହୋଇଥିବା ବେଳେ ତୁରନ୍ତ ଏଥି ପ୍ରତି ଧ୍ୟାନ ଦିଆ ନଗଲେ ଆଗାମୀ ଦିନରେ ସାରା ବ୍ଲକ୍ ଏହାର କବ୍ଜାକୁ ଚାଲି ଜିବା ପାଇଁ ବେଶୀ ସମୟ ଲାଗିବନି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଆଗରୁ ଏହି ପରି କୌଣସି ରୋଗ ବ୍ୟାପୁ ନଥିଲା,ଏବେ ନାହିଁ ନଥିବା ରୋଗ ବ୍ୟାପିବାରେ ଲାଗିଛି । ଚାରିଆଡେ ଅଳିଆ ଆବର୍ଜନା ସହ ପାନୀୟ ଜଳ ଦୂଷିତ ହେବାରେ ଲାଗିଛି । ବର୍ଷା ହେଲେ ଯେଉଁ ବର୍ଷା ପାଣି ଝରଣା ଓ ନଦୀ ମାନଙ୍କରେ ମିଶି ବହି ଯାଉଥିବ ସେହିପରି ପାଣି ଗୋଳିଆ ଆବର୍ଯନା ଦୂଷିତ ପାଣି ଯାହାକୁ ବ୍ୟବହାର କରି ଅନେକ ଲୋକ ଏସବୁ ରୋଗର ଶିକାର ହେଉଛନ୍ତି । ତେଣୁ ପ୍ରଶାସନ ଏହାକୁ ଗୁରୁତ୍ଵ ସହ ନେଇ ଅଞ୍ଚଳ ବାସୀଙ୍କୁ ସଚେତନ କରାଇବା ନିହାତି ଜରୁରୀ ହୋଇ ପଡ଼ିଛି । ଡାକ୍ତର ଶ୍ରୀ ରମୀୟ କିରନ କହିଲେ କି ଏହି ଚୋର୍ମ ବା କାଚୁ କୁଣ୍ଡିଆ ରୋଗକୁ ଅବହେଳା ନ କରି ଦୈନିକ ଗରମ ପାଣିରେ ଗାଧଇବା ଓ ନିତି କପଡା ବଦଳେଇବା ଓ ବ୍ୟବହାର କରିଥିବା ବସ୍ତ୍ରକୁ ଗରମ ପାଣିରେ ସଫା କରିବା ଓ ନିଜର ଶୋଇବା ଶେଜକୁ ପରିବାରୋଙ୍କ ଠାରୁ ଅଲଗା ରଖିବା ଓ ଅଲଗା ଶୋଇବା ପାଇଁ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ବୁଝେଇଥିଲେ I ବର୍ତମାନ ଯାହା ଔଷଧ ଲଗେଇବା ଓ ସେବନ କରିବା ପାଇଁ ଦିଆଯାଇଛି ତାକୁ ନିତି ବ୍ୟବହାର କର ଆଉ ଗୋଟିଏ ଦିନପରେ ଫୁଣି ମୁଁ ଆସି ଦେଖିବି ଓ ଆବଶ୍ୟକ ହେଲେ ଅନ୍ୟ ଔଷଧ ଦେବି ବଲି କହିଥିଲେ I
ସଂଜୀବ କୁମାର ବଙ୍ଗାରି


