ପାପଡାହାଣ୍ଡି,25/9, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବା କତ୍ରା ପଂଚାୟତ ଖୁଡିଗୁଡା ଗ୍ରାମର ଲାଇବନ ମୁଦୁଲି ଙ୍କ ରବିବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ | ଡାକ୍ତର ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କ୍ଷତି ପୂରଣ ଦାବିରେ ଜିଦରେ ଅଡ଼ି ବସି ଶବ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତ ବିଭାଗରେ ପକାଇ ରଖିଛନ୍ତି | ଯାହାକୁ ନେଇ ଉତ୍ତଜେନା ଦେଖାଦେବା ସହ ପୋଲିସ ଘଟଣାସ୍ଥଳରେ ପହଁଚିଛନ୍ତି | ସୂଚନା ମୁତାବକ ଲାଇବନ ତାଙ୍କ ସାଥି ଧନିଆ ହରିଜନ ସହ ଏକ ବାଇକରେ ଖୁଡି ଗୁଡା ଗ୍ରାମରୁ ମଇଦଲପୁର ଆସିବା ସମୟରେ ବାଇକଟି ଦୁର୍ଘଟଣାଗସ୍ତ ହୋଇଥିଲା | ଏଥିରେ ଲାଇବାନ ଗୁରୁତର ଆହତ ହୋଇଥିଲେ | ପରିବାର ଲୋକେ ଜାଣିବା ପରେ ଆମ୍ବୁଲାନ୍ସ କୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିନଥିଲା ଶେଷରେ ଏକ ଅଟୋ ଯୋଗେ ଦିନ 11ସମୟରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ତେବେ ଅପରାହ୍ନ 3 ଟା ବେଳକୁ ଲାଇବାନର ମୃତ୍ୟୁ ହୋଇଥିବା ଖବର ଡାକ୍ତର ଦେଇଥିଲେ | ଯାହାକୁ ନେଇ ଉତେଜନା ଦେଖାଦେଇଥିଲା | କାର୍ଯ୍ୟରତ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା କୁ ଦାୟୀ କରି ଶବକୁ ଅନ୍ତ ବିଭାଗରେ ପକାଇ ରଖିଛନ୍ତି | ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ପରିବାରଙ୍କୁ ବୁଝା ସୁଝା କରିବା ସହ ଶବ ଉଠାଇବା ଲାଗି କହିବା ପରେ ବି ଲୋକେ ବୁଝି ନ ଥିଲେ | ଡାକ୍ତର ମୃତକଙ୍କ ପରିବାର କୁ କ୍ଷତି ପୂରଣ ଦେବା ଲାଗି ପରିବାର ଲୋକେ ଜିଦରେ ଅଡ଼ିବସିଛନ୍ତି |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ