ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ,ଡାକ୍ତରଙ୍କ ଅବହେଳା ନେଇ ଅଭିଯୋଗ ଆଣିଲେ ପରିବାର

ପାପଡାହାଣ୍ଡି,25/9, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବା କତ୍ରା ପଂଚାୟତ ଖୁଡିଗୁଡା ଗ୍ରାମର ଲାଇବନ ମୁଦୁଲି ଙ୍କ ରବିବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ | ଡାକ୍ତର ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କ୍ଷତି ପୂରଣ ଦାବିରେ ଜିଦରେ ଅଡ଼ି ବସି ଶବ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତ ବିଭାଗରେ ପକାଇ ରଖିଛନ୍ତି | ଯାହାକୁ ନେଇ ଉତ୍ତଜେନା ଦେଖାଦେବା ସହ ପୋଲିସ ଘଟଣାସ୍ଥଳରେ ପହଁଚିଛନ୍ତି | ସୂଚନା ମୁତାବକ ଲାଇବନ ତାଙ୍କ ସାଥି ଧନିଆ ହରିଜନ ସହ ଏକ ବାଇକରେ ଖୁଡି ଗୁଡା ଗ୍ରାମରୁ ମଇଦଲପୁର ଆସିବା ସମୟରେ ବାଇକଟି ଦୁର୍ଘଟଣାଗସ୍ତ ହୋଇଥିଲା | ଏଥିରେ ଲାଇବାନ ଗୁରୁତର ଆହତ ହୋଇଥିଲେ | ପରିବାର ଲୋକେ ଜାଣିବା ପରେ ଆମ୍ବୁଲାନ୍ସ କୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିନଥିଲା ଶେଷରେ ଏକ ଅଟୋ ଯୋଗେ ଦିନ 11ସମୟରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ତେବେ ଅପରାହ୍ନ 3 ଟା ବେଳକୁ ଲାଇବାନର ମୃତ୍ୟୁ ହୋଇଥିବା ଖବର ଡାକ୍ତର ଦେଇଥିଲେ | ଯାହାକୁ ନେଇ ଉତେଜନା ଦେଖାଦେଇଥିଲା | କାର୍ଯ୍ୟରତ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା କୁ ଦାୟୀ କରି ଶବକୁ ଅନ୍ତ ବିଭାଗରେ ପକାଇ ରଖିଛନ୍ତି | ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ପରିବାରଙ୍କୁ ବୁଝା ସୁଝା କରିବା ସହ ଶବ ଉଠାଇବା ଲାଗି କହିବା ପରେ ବି ଲୋକେ ବୁଝି ନ ଥିଲେ | ଡାକ୍ତର ମୃତକଙ୍କ ପରିବାର କୁ କ୍ଷତି ପୂରଣ ଦେବା ଲାଗି ପରିବାର ଲୋକେ ଜିଦରେ ଅଡ଼ିବସିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତ ଦାନ ଶିବିର

Sunil Chandra Nayak

ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ୨୦୫ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

ରକ୍ତଦାନ ମହାପୂଣ୍ୟ, ସମାଜ ସେବା ମାଧବସେବା

Sunil Chandra Nayak

Leave a Comment

error: Content is protected !!