ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଝାଡ଼ାବାନ୍ତି ରେ ଆଶା ଅଙ୍ଗନୱାଡ଼ି ରେ ହିଁ ରୋଗୀ ସେବା _ ଆଗକୁ ସ୍ବାସ୍ଥ୍ୟ ବିଭାଗ ସାବଧାନ

ନବରଙ୍ଗପୁର (ମନିସ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୁଜାରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିପଦର ଗ୍ରାମ ରେ ଦିନକୁ ଦିନ ଝାଡା ବାନ୍ତି ବ୍ୟାପିବାରେ ଲାଗୁଛି। ସ୍ବାସ୍ଥ୍ୟ ସେବା କହିଲେ, ଗ୍ରାମର ଆଶା ଅଙ୍ଗନୱାଡ଼ି ଙ୍କ ଉପରେ ଛାଡି ଦେଇ ସ୍ବାସ୍ଥ୍ୟ ବିଭାଗ ସବୁ ଜାଣି ଶୁଣି ଶୋଇପଡ଼ିଛି।ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ମାତ୍ର ୩ରୁ ୪କିମି ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ନଜର ନ ପଡ଼ିବା ଏଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼ିଛି ଯେ ସ୍ବାସ୍ଥ୍ୟ ବିଭାଗ କେମିତି କାମ କରୁଛି।ଗ୍ରାମ ରୁ ରୋଗୀ ଆସି ବହିର୍ବିଭାଗର ନାମ ପଞ୍ଜି କରଣ କରି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ କିଛି ସମୟ ଚିକିତ୍ସା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତାନାନ୍ତରଣ କରି ସାରିଲେଣି। ହେଲେବି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମରେ କୌଣସି ସ୍ବାସ୍ଥ୍ୟ ଟିମ୍ ଯାଇ ଘର କୁ ଘର ଭୁଲି ଚିକିତ୍ସା ନ କରି ଗ୍ରାମର ଆଶା ଦିଦି ଓ ଅଙ୍ଗନବାଡ଼ି କର୍ମୀଙ୍କ ଉପରେ ସବୁ କିଛି ଛାଡି ଦେଇଛନ୍ତି, ସେମାନେ ଯେଉଁଭଳି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସଚେତନ କରୁଛନ୍ତି ସେତିକି ରେ ହିଁ ରହିଯାଇଛି।ଆଦିବାସୀ ବହୁଳ ଗ୍ରାମ ରେ ଯେତେ ସ୍ୱାସ୍ଥ୍ୟ ସଚେତନ କଲେ ବି ଲୋକେ ଜଙ୍ଗଲ ଜାତ କରଡ଼ି ଛତୁ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଖାଇବା ଏହା ପୂର୍ବ ପୁରୁଷ କାଳରୁ ଚାଲିଆସିଛି। ଦିନକୁ ଦିନ ଗ୍ରାମ ରୁ ପାଖ ଗାଁ କୁ ବ୍ୟାପିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗ ଟିମ୍ ଗ୍ରାମକୁ ଗସ୍ତ ନ କଲେ ଗ୍ରାମରେ ଝାଡ଼ା ବାନ୍ତି ବହୁଳ ଭାବେ ବ୍ୟାପି ପାରେ ସମ୍ଭାବନା ଦେଖାଦେଇଛି।ଏହି ଗ୍ରାମକୁ ବାହାର ଗ୍ରାମ ର ଲୋକେ ଯିବାକୁ ଭୟ କରୁଛନ୍ତି, ଏକ ପ୍ରକାର କହିବାକୁ ଗଲେ ସଂପୂର୍ଣ୍ଣ ଝାଡା ବାନ୍ତିରେ ଗ୍ରାମରେ ଏକ ଭୟର ବାତାବରଣ ସୃଷ୍ଟି କରିଛି।ସୂଚନା ଅନୁସାରେ ଗ୍ରାମର ମକୁନ୍ଦ ସାନ୍ତା ଙ୍କୁ ଗତ ସପ୍ତାହ ରେ ଝାଡା ପରେ ବାନ୍ତି ହୋଇଥିଲା। ସେ ତୁରନ୍ତ ଆଶା ଦିଦି ନିକଟରେ ଯାଇ କିଛି ଔଷଧ ନେଇ କି ଯାଇଥିଲେ। ଏହାର ଗୋଟିଏ ଦିନ ପରେ ଅତ୍ୟଧିକ ଝାଡା ହୋଇଥିଲା।କାଳ ବିଳମ୍ବ ନ କରି ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।ଜଦୁ ସା ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଥିବା ବେଳେ,ଲୋଚିଆ ସାନ୍ତା, ସଦା ସାନ୍ତା ସମେତ ଏକାଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।ଏ ନେଇ ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ସମଲାଇ ପ୍ରସାଦ ପଣ୍ଡା ଙ୍କୁ ପଚାରିବାରୁ ଖୁଣ୍ଟିପଦର ଗ୍ରାମର କିଛି ଯୁବକ ଙ୍କ ଚିକିତ୍ସା କରାଯାଇ ଥିବା ସତ ସତ ମାନି ଯାଇଥିବା ବେଳେ ଗ୍ରାମରେ କାହିଁକି ସ୍ବାସ୍ଥ୍ୟ ବିଭାଗ ଟିମ୍ ଗସ୍ତ କରି ନାହାନ୍ତି ବୋଲି କହିବାରୁ ନରମି ଯାଇ କିଛି କହିବାକୁ ମନା କରି ଦେଇଥିଲେ।ଏପରି ସ୍ଵାସ୍ଥ୍ୟ ସେବାର୍ ଅବହେଳା ଉପରେ ଜିଲ୍ଲାପାଳ ଙ୍କ ଦ୍ରୁଷ୍ଟି ପଡିବାକୁ ଜନସଧାରଣରେ ଦ୍ରୁଢ ଦାବି କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଡେଙ୍ଗୁ ସଚେତନ ଶିବିର

Sunil Chandra Nayak

ରୋଟାରୀ କ୍ଳବ୍ ରିଭରସାଇଡ୍ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ବାସ୍ଥ୍ୟ କର୍ମଶାଳା

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!