ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସୀମାନ୍ତରେ ଚେଙ୍କ ଯୋଗୁଁ ପୁଣି ୯ ମାସର ଶିଶୁ ପୁତ୍ରର ମୃତ୍ୟୁ 

ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରୁ ଲୁଚିପଳାଇଥିଲେ

 ପ୍ରଭାବ ପଡ଼ୁନି ଚେଙ୍କ ସଚେତନତା କାର୍ଯ୍ୟକ୍ରମ

ରାଇଘର. ୩୦/ ୭  ଚେଙ୍କ ଚିକିତ୍ସା ଏକ ଅନ୍ଧ ବିଶ୍ବାସ ବୋଲି ଉପାନ୍ତ ତଥା ଆଦିବାସୀ ବହୁଳ ଗ୍ରାମ ଗୁଡ଼ିକରେ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ଦେଖାଇ ଆସୁଥିବା ବେଳେ କେଉଁଠି ନା କେଉଁଠି ଏହାର ସଠିକ ରୂପାୟନ ହୋଇ ପାରି ନଥିବା ଦେଖା ଦେଇଛି l ଫଳରେ ଏବେ ବି ଏହି ଅନ୍ଧ ବିଶ୍ବାସର ଶିକାର ହୋଇ ପରିବାର ଲୋକେ ଚେଙ୍କ ଦ୍ବାରା ଚିକିତ୍ସା କରିବାକୁ ଯାଇ ନିଜ ନିରୀହ ଶିଶୁକୁ ସବୁଦିନ ପାଇଁ ହରାଇ ବସୁଥିବା ଦେଖିବାକୁ ମିଳୁଛି l ଏଭଳି ଏକ ଅନ୍ଧ ବିଶ୍ବାସର ଶିକାର ହୋଇ ୯ ମାସର ଶିଶୁ ପୁତ୍ର କୁ ହରାଇ ଥିବା ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କସକଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାରା ଗ୍ରାମରେ l

   ସୂଚନା ଅନୁଯାୟୀ ଜଡ଼ାପାରା ଗ୍ରାମର ସୁକଦେବ ଗଣ୍ଡଙ୍କ ୯ ମାସର ପୁଅ ରୂପେଶ ଗଣ୍ଡକୁ ଗତ ସୋମବାର ଦିନ ଥଣ୍ଡା ଖାସ ସହିତ ଜ୍ବର ହୋଇଥିଲା | ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସେଠାକାର ଆଶାକର୍ମୀ ସହନ୍ତି ଗଣ୍ଡ ଗତ ମଙ୍ଗଳବାର ଦିନ ସୁକଦେବ ଘରକୁ ଯାଇ ପୁଅକୁ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ | କିନ୍ତୁ ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ | ଫଳରେ ବୁଧବାର ଦିନ ଜୋଡ଼ଯୋଙ୍ଗା ଅଂଚଳରୁ ଜଣେ ବୃଦ୍ଧାଙ୍କୁ ଡକାଇ ନିଜ ପୁଅ ରୂପେଶକୁ ଚେଙ୍କ ଦେଇଥିଲେ | ଚେଙ୍କ ଦେଉଥିବା ସମୟରେ ଆଶାକର୍ମୀ ସେଠାକୁ ପହଞ୍ଚି ଏଭଳି ଅବସ୍ଥା ଦେଖି ତୁରନ୍ତ ୧୦୮ ଆମ୍ବୁଲାନସ୍ ଡକାଇ ଥିଲେ l ଅପର ପକ୍ଷରେ ଚେଙ୍କ ଯୋଗୁଁ ଋପେଶର ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା l ଆମ୍ବୁଲାନସ୍ ପହଞ୍ଚିବା ପରେ ଦିନ ଦ୍ବିପହର ରେ ଆଶାକର୍ମୀଙ୍କ ସହାୟତାରେ ଋପେଶକୁ ହାଟଭରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା l ସେଠାରେ ଡାକ୍ତର ଋପେଶ କୁ ଭର୍ତ୍ତି କରି ଭଲ ହେବା ପର୍ଯ୍ୟନ୍ତ ଚିକିତ୍ସା ଚାଲୁ ରହିବ ବୋଲି କହିଥିଲେ l ଅନ୍ୟପଟେ ପରିବାର ଲୋକେ ମେଡିକାଲରେ ଚିକିତ୍ସା କରିବାକୁ ପସନ୍ଦ କରୁ ନଥିବା ବେଳେ ଘରକୁ ଫେରି ଯିବାକୁ ଇଛା କରି ଡାକ୍ତରଙ୍କୁ ରୀଲିଭି କରିଦିଅ ବୋଲି ବାରମ୍ବାର କହିଥିଲେ l ଅନ୍ୟପଟେ ଋପେଶର ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ଅଛି ତାକୁ ଛଡ଼ାଯିବ ନାହିଁ ବୋଲି ଡାକ୍ତର ସଫା ସଫା ମନା କରିଥିଲେ | ଗତ ଗୁରୁବାର ଦିନ ସକାଳ ପ୍ରାୟ ୧୦ ଟା ସମୟରେ ଆଶାକର୍ମୀ ଓ ଡାକ୍ତର ଆସି ଦେଖିବା ବେଳକୁ ଋପେଶ କୁ ନେଇ ପରିବାର ଲୋକେ ମେଡିକାଲରୁ ଲୁଚି ପଳାଇଥିଲେ l ଏହା ପରେ ଡାକ୍ତର ଏ ନେଇ କୁନ୍ଦେଇ ଥାନାରେ ଲିଖିତ ଜଣାଇଥିଲେ l ଆଶାକର୍ମୀ ସହନ୍ତି ଗଣ୍ଡ ପୁଣି ଥରେ ସୁକଦେବ ଗଣ୍ଡଙ୍କ ଘରକୁ ଯାଇ ଦେଖିବା ବେଳକୁ ଋପେଶ କୁ ଘରୋଇ ଚିକିତ୍ସା କରୁଥିଲେ | ଆଶାକର୍ମୀ ସେମାନଙ୍କୁ ବହୁତ ବୁଝାଇବା ପରେ ବି ସେମାନେ ନ ବୁଝିବାରୁ ସେ ନିରାଶ ହୋଇ ଫେରି ଆସିଥିଲେ l ଶେଷରେ ଋପେଶର ଶୁକ୍ରବାର  ଭୋର ୪ଟା ସମୟରେ ମୃତ୍ୟୁ ଘଟିଥିଲା l ଚେଙ୍କ ଭଳି ଏକ ଅନ୍ଧ ବିଶ୍ବାସର ଚିକିତ୍ସା ଯୋଗୁଁ  ଆଉ ଏକ ନିରୀହ ଶିଶୁର ଜୀବନ ଯାଇଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି l ଖବର ପାଇ ରାଇଘର ସମ୍ମାନିତ ଶିଶୁ ବିକାଶ ର ଭାରପ୍ରାପ୍ତ ଅଧିକାରୀ ଗୀତାଞ୍ଜଳି ମିଶ୍ର,ସୁପର ଭାଇଜର ଭବାନୀ ପୂଜାରୀ, ଅଙ୍ଗନବାଡି କର୍ମୀ ଫାଋଲ ବିଶ୍ବାସ, ୱାର୍ଡ ସଭ୍ୟ ଆଇତୀ ଗଣ୍ଡ ଙ୍କ ସମେତ ଗ୍ରାମବାସୀ ସୁକଦେବ ଗଣ୍ଡ ଙ୍କ ଘର କୁ ଶନିବାର ଘଟଣା ବିଷୟରେ ପଚାରି ବୁଝି ଥିଲେ l ଋପଶ ଙ୍କ ମା ଶ୍ୟାମ ବତୀ ଗଣ୍ଡ ଙ୍କୁ ପଚାରିବାରୁ ସେ ଚେଙ୍କ ଦେଉଥିବା ଘଟଣା କୁ ସ୍ବୀକାର କରିନଥିଲେ ବୋଲି  ଶ୍ରୀମତୀ ମିଶ୍ର ପ୍ରକାଶ କରିଛନ୍ତି l ସେ କହିଲେ ଭାଲିଆ ମଞ୍ଜି ଧରି ଦେହରେ ଲଗାଇଛନ୍ତି ବୋଲି କହିଥିଲେ l ଏ ନେଇ କୁନ୍ଦେଇ ଥାନାରେ କୌଣସି ଖବର ନଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ମାରୁୱାଡି ଯୁବା ମଞ୍ଚ ଦ୍ୱାରା ନିଶୁଳ୍କ କ୍ୟାନ୍ସର ପରୀକ୍ଷା ଶିବିର

Sunil Chandra Nayak

ମାରୱାରୀ ଯୁବା ମଞ୍ଚ ଏବଂ ଜାଗ୍ରୁତି ଶାଖା ତରଫରୁ ଏକ କର୍କଟ ସ୍କ୍ରିନିଂ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!