ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷକ ସଚେତନତା ଶିବିର 

କୃଷକ ସଚେତନତା ଶିବିର 

ଡାବୁଗାଁ, ୧୯/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜବାଗୁଡା ପଞ୍ଚାୟତ ର ଜବାଗୁଡା ଓ ଧୁଡୁକାଡଙ୍ଗରୀ ଗ୍ରାମରେ ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା ବିଭାଗ ତରଫରୁ କୃଷକ ସଚେତନତା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବୃଷ୍ଟି ପୁଷ୍ଟ ଅଞ୍ଚଳ ଉନ୍ନୟନ ଯୋଜନା (ଆର.ଏ.ଡି)- ୨୦୨୪-୨୫ ମାଧ୍ୟମରେ ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା ବିଭାଗ, କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଦ୍ୟାନ ବିଭାଗ ର ମିଳିତ ଆନୁକୁଲ୍ୟ ରେ କୃଷକ ମାନଙ୍କୁ ସମସ୍ତ ବିଭାଗର ଯୋଜନା ଗୁଡିକ ଉପରେ ଚାଷୀ ମାନଙ୍କୁ ଉପସ୍ଥିତ ଅଧିକାରୀ ମାନେ ସରଳ ଭାବେ ବୁଝାଇଥିଲେ | ଏଥିରେ ନବରଙ୍ଗପୁର ମୃତ୍ତିକା ସଂରକ୍ଷଣ ବିଭାଗ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ବିଶ୍ଵାଳ, ଡାବୁଗାଁ ମୃତ୍ତିକା ସଂରକ୍ଷଣ ରେଞ୍ଜ ଅଧିକାରୀ ଗୌତ୍ତମ ସେଠୀ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା, ପ୍ରାଣୀ ଚିକିତ୍ସକ ଏନ. ଲୋକ ନାଥ ରେଡ୍ଡୀ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ସ୍ଥାନୀୟ ୱାର୍ଡ ସଭ୍ୟ ଓ ଚାଷୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗଣେଷ ପୂଜା ଉପଲକ୍ଷେ ଫ୍ରେଣ୍ଡସ ଗ୍ରୁପ ତରଫରୁ ଶୁଭଖୁଣ୍ଟି ସ୍ଥାପନ  

masiha

ନୂଆପଡ଼ା ସିନାପାଲି ବ୍ଲକରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର , ୬୪ଟି ଅଭିଯୋଗର ଶୁଣାଣି, ତତ୍କାଳୀନ ସହାୟତା ଓ ସ୍ୱଚ୍ଛତା ଦୂତ ସମ୍ମାନ ପ୍ରଦାନ

ଓଷାଦେବୀ ହାଇସ୍କୁଲ ରେ ଚାରା ରୋପଣ ଅଭିଯାନ

Sunil Chandra Nayak

Leave a Comment

error: Content is protected !!