ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଦ୍ମାଳୟା ର ଆମ ସଂସ୍କୃତି ଆମ ପରମ୍ପରା କାର୍ଯ୍ୟକ୍ରମ 

ପଦ୍ମାଳୟା ର ଆମ ସଂସ୍କୃତି ଆମ ପରମ୍ପରା କାର୍ଯ୍ୟକ୍ରମ 

ରାଉରକେଲା: ପଦ୍ମାଳୟା ଓଡ଼ିଆ ସଙ୍ଗୀତ, ସାହିତ୍ୟ, ସଂସ୍କୃତି ଏବଂ ନୃତ୍ୟ ପ୍ରତି ଏକ ସମର୍ପିତ ଅନୁଷ୍ଠାନ। ଏହା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ସହିତ ଅନୁଷ୍ଠାନ ଜଡିତ । ୨୦୨୫ ମସିହାରୁ ସକ୍ରିୟ ଭାବେ କାମ କରୁଛି । ସଂଗଠନରେ ଉପସଭାପତି ଗଙ୍ଗାଧର ଦାଶ ଓ ସାଧାରଣ ସମ୍ପାଦିକା ନିଶି ନନ୍ଦଙ୍କ ପ୍ରୟାସ, ପ୍ରଚେଷ୍ଟା, ମାର୍ଗଦର୍ଶନ ଓ ସମସ୍ତ କାର୍ଯ୍ୟକର୍ତ୍ତା, ସଭ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ କରାଯାଉଛି । ସଂଗଠନ ପକ୍ଷରୁ ପ୍ରଚେଷ୍ଠା କରାଯାଇ ଏବର୍ଷ ବାର୍ଷିକ ଉତ୍ସବ ଜୁନ ୭ ତାରିଖରେ ସେକ୍ଟର ୧୯ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ କରିବା ପାଇଁ ସ୍ଥିରିକୃତ ହୋଇଛି । ଏହି ପରିପ୍ରେକ୍ଷୀରେ ଚଳିତ ମାସ ୨୦ ଓ ୨୧ ତାରିଖରେ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବର ମୁଖ୍ୟ ଗୃହରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା । ପ୍ରଥମ ଦିନ ୫ ବର୍ଷରୁ ୧୨ ବର୍ଷ ଓ ୧୨ ବର୍ଷରୁ ୨୦ ବର୍ଷ ପିଲାଙ୍କ ମଧ୍ୟରେ ପ୍ରଥମେ ସଙ୍ଗୀତ ଓ ଦ୍ୱିତୀୟ ସତ୍ରରେ ନୃତ୍ୟ ପ୍ରତିଯୋଗିତା କରାଯାଇ ପ୍ରତିଭା ମାନଙ୍କୁ ମଞ୍ଚ ପ୍ରଦାନ କରି ସେମାନଙ୍କୁ ଲୋକ ଲୋଚନକୁ ଆଣିବାକୁ ପ୍ରୟାସ କରାଯାଇ ଥିଲା । ପ୍ରାରମ୍ଭର ପ୍ରଥମ ସତ୍ରରେ ଅବସର ପ୍ରାପ୍ତ ମହାପ୍ରବନ୍ଧକ ଡ଼ଃ ଶକ୍ତି ପ୍ରସାଦ ସାମନ୍ତରାୟ ଓ ସ୍ନିଗ୍ଧା ସାମନ୍ତରାୟ ମୁଖ୍ୟଅତିଥି ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ଓ ବିଚାରକ ମଣ୍ଡଳୀରେ ଶ୍ୟାମସୁନ୍ଦର ପଟ୍ଟନାୟକ, ମିରା ତ୍ରିପାଠୀ, ସଞ୍ଜୟ ଭଟ୍ଟାଚାର୍ଯ୍ୟ, ଦ୍ୱିତୀୟ ସତ୍ରରେ ବିଜୟ କୁମାର ମୁଖୀ, ଦୀପକ ରାଜ ଚେଷ୍ଠା, ସାତ୍ଵନା ପରିଡ଼ା, ରଶ୍ମିତା ବେହେରା ଯୋଗ ଦେଇଥିଲେ । ୨୧ ତାରିଖ ପ୍ରଥମ ସତ୍ରରେ ମଡେଲିଙ୍ଗରେ ସାରିକା କୁମାର, ସୁଜାତା ମିଶ୍ର, ମାନସୀ ଦାସ ମହାପାତ୍ର, ଦ୍ୱିତୀୟ ସତ୍ରରେ ଉର୍ମିଳା ରାଉତ ଓ ବିଳାସିନୀ ଅଧିକାରୀ ଆଦି ପୋଡ଼ପିଠାରେ ବିଚାରକ ଭାବେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଝିଲିମା ମହାନ୍ତି ପରିଚାଳନା କରିଥିଲାବେଳେ ଓ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଜଗନ୍ନାଥ ରାଉତ, ମୀନତି ତ୍ରିପାଠୀ, ବିଷ୍ଣୁପ୍ରିୟା ଦାଶ, ଅର୍ଚ୍ଚନା ସାହୁ, ପ୍ରାଞ୍ଜଳୀ ନାଗ, ମଞ୍ଜୁଲତା ମୋହିନୀ, ଅନିତା ମହାନ୍ତି, ମମତା ବାରିକ୍, ବନୋଜ୍ ଦାସ, ବିମଳ ପଟ୍ଟନାୟକ, ନିରୁପମା ନାୟକ, ବନଲତା ବେହେରା, ଅଜିତା ପ୍ରଧାନଙ୍କ ସହିତ ବହୁ ସଭ୍ୟ ଅଂଶ ଗ୍ରହଣ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଏବଂ ନାଗରିକ ସମ୍ମାନ ସମାରୋହ

masiha

ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଉଦଘାଟନ କଲେ ଧର୍ମଗଡ଼ ବିଧାୟକ, ଛାତ୍ରୀ ହେବେ ଉପକୃତ

masiha

ନୂଆପଡା ଜିଲ୍ଲାର ଦୃଷ୍ଟିହୀନ ଦିବ୍ୟାଙ୍ଗ ମାନଙ୍କ ପାଇଁ ନୂଆ ଆଶା ଆଣିଲା ଟର୍ଚ୍ଚ-ଇଟ୍ ଫାଉଣ୍ଡେସନ। ବିତରଣ କଲା ଆଧୁନିକ ସହାୟକ ସାମଗ୍ରୀ 

masiha

Leave a Comment

error: Content is protected !!