ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ ସଚେତନତା ଶିବିର ଅନୁଷ୍ଠିତ

ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ ସଚେତନତା ଶିବିର ଅନୁଷ୍ଠିତ

କୋକସରା,୧୧/୧୧ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାର୍ଯ୍ୟାଳୟ କନ୍ଫରେନ୍ସ ହଲ ଠାରେ ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମକୁ ବିଭିଓ ଡ଼. ସୁଜିତ୍ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ପିଏଚ୍ଇଓ ସର୍ମିଲି ଛତ୍ରିଆ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ତହସିଲଦାର ନବୀନ କିଶୋର ପାଢ଼ୀ, ଏବିଇଓ ଦୟାନିଧି ପାଢ଼ୀ, ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦିନବନ୍ଧୁ କର, ମତ୍ସ୍ୟ ଅଧିକାରୀ ଲଲିତ ମହାନନ୍ଦ, ସମିତି ସଭ୍ୟା ଗାୟତ୍ରୀ ପଣ୍ଡା, କୋକସରା ଥାନା ଏସ୍.ଆଇ ହେମନ୍ତ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ ସମ୍ଵନ୍ଧରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ। ମୁଖ୍ୟତଃ ଅବାଧ ଗୋ ଚାଲାଣ ରୋକିବା ସଂପର୍କରେ ଆଲୋଚନା ହୋଇଥିଲା । ଏହି ସଚେତନତା ଶିବିରରେ ଅଞ୍ଚଳର ଗୋ ପାଳକ ଚାଷି, ବୁଦ୍ଧିଜୀବୀ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହରେ ଶପଥ ପାଠ

Sunil Chandra Nayak

ଶ୍ରୀରାମ ନବମୀ ଉପଲକ୍ଷେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

masiha

ଢେ଼ଙ୍କାନାଳ ହରିପୁର ନିକଟ ଆଇପିଏଲରେ ଆଖୁପେଡ଼ା ଉଦ୍ଘାଟନ

Sunil Chandra Nayak

Leave a Comment

error: Content is protected !!