ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକରେ ଶିଶୁ ଦିବସ ପାଳିତ

ଡାବୁଗାଁ ବ୍ଲକରେ ଶିଶୁ ଦିବସ ପାଳିତ

ଡାବୁଗାଁ, ୧୪/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଙ୍ଗଳବାର ଶିଶୁ ଦିବସ ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି | ଏଥିରେ ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ମାନେ ପୂର୍ବତନ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ | ପରେ ଛାତ୍ରୀ ମାନେ କେକ କାଟି ଶିଶୁ ଦିବସ ପାଳନ କରିଥିଲେ | ପରେ ଚାଚା ନେହେରୁ ଙ୍କ ଜୀବନୀ ବିଷୟରେ ଛାତ୍ରୀ ମାନେ ଭାଷଣ ଦେଇଥିଲା | ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋୟୀ ପଣ୍ଡିତ ନେହେରୁ ଙ୍କ ଜୀବନୀ ଓ ଶିଶୁ ଦିବସ ପାଳନ ମହତ୍ଵ ଉପରେ ଛାତ୍ରୀମାନଙ୍କୁ ବୁଝାଇଥିଲେ | ଏଥିରେ ଶିକ୍ଷକ ମହେଶ୍ଵର ନାଥ ସଭା ପରିଚାଳନା କରିଥିଲେ | ଏଥିରେ ସମସ୍ତ ଶିକ୍ଷୟତ୍ରୀ ରଶ୍ମିରାଣୀ ପଣ୍ଡା, କେ. ଦମୟନ୍ତୀ ଦୋରା,ସୁନାମଣୀ ପୂଜାରୀ, କଲ୍ପନା ଉଥାନସିଂ, ସୁଦେସ୍ନା ଜତି, ବିନୀତା ଠାକୁର, ସୁପ୍ରିୟା ମହାଙ୍କୁଡ, ଇତିଶ୍ରୀ ପ୍ରଧାନ, ରଶ୍ମୀରଞ୍ଜିତା ନାୟକ, ଶିକ୍ଷକ ସୋମ୍ୟରଞ୍ଜନ ନାୟକ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ | ସେହିପରି ବଡଓଲମା ଆଶ୍ରମ ବିଦ୍ୟାଳୟ-୧ ଓ ବଡଓଲମା ଆଶ୍ରମ ବିଦ୍ୟାଳୟ-୨, କୋଇଲାରି କସ୍ତୁରବା ଗାନ୍ଧୀ ବାଳିକାବିଦ୍ୟାଳୟ, ବୋରିପଦର ଆଶ୍ରମ ବିଦ୍ୟାଳୟ ଓ ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କାଣ୍ଡସର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀଗୃହ ଉଦଘାଟନ ସମାରୋହ

Sunil Chandra Nayak

ସାରସଗୁଡା ଗ୍ରାମକୁ ଜଳାଯୋଗଣାରେ ଅଣଦେଖା  ଅଭିଯୋଗ ଆଣିଲେ ଗ୍ରାମବାସୀ

masiha

ଖାଟୁଶ୍ୟାମ ବାବା ଙ୍କ ଫାଲଗୁନ ମେଳା ଓ ନିଶାନ ପଦଯାତ୍ରା,

masiha

Leave a Comment

error: Content is protected !!