ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- କସେଇ ବିଦ୍ୟାଳୟ ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ,୨- ଝରପାରି ବିଦ୍ୟାଳୟ ରେ 77 ତମ ବନ ମହୋତ୍ସବ ପାଳିତ, ୩- ମୁଣ୍ଡମରାଇ ଶିଶୁ ମନ୍ଦିରରେ ବନ ମହୋତ୍ସବ କାର୍ଯ୍ୟକ୍ରମ

କସେଇ ବିଦ୍ୟାଳୟ ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ 

ଆସିକା, ୮/୭/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର କସେଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଜରିଆରେ 157 ଜଣ ଛାତ୍ର ଛାତ୍ରୀ ଙ୍କୁ ଆମ୍ବ, ପଣସ , ନିମ୍ବ,ଆକାଶୀୟ , ଶାଗୁଆନ, ପିଜୁଳି, ସଜନା ଚାରା ବିତରଣ କରାଯାଇଛି । ପ୍ରଧାନ ଶିକ୍ଷକ ଅମୂଲ୍ୟ ଚନ୍ଦ୍ର ମିଶ୍ର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଶିକ୍ଷାବିତ ଦୀନବନ୍ଧୁ ପ୍ରଧାନ ଯୋଗଦେଇ ବୃକ୍ଷରୋପଣ ର ଆବଶ୍ୟକତା ଓ ପ୍ରକୃତିର ସୁରକ୍ଷା ଉପରେ ସମସ୍ତଙ୍କୁ ସଚେତନ କରାଇଥିଲେ। ଶିକ୍ଷକ ଶଙ୍କର ବେହେରା, ନିମାଇ ଚରଣ ସାହୁ, ସୁନୀଲ ପାଣିଗ୍ରାହୀ,ଗୋପାଳ ପଟନାୟକ, ବିଜନ କୁମାର ଜେନା ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ। ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଅନୁଷ୍ଠିତ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା ।

ଝରପାରି ବିଦ୍ୟାଳୟ ରେ 77 ତମ ବନ ମହୋତ୍ସବ ପାଳିତ 

ଆସିକା, ୮/୭/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଝରପାରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ 77 ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଖଣ୍ଡୁଆଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ସରପଞ୍ଚ ମାଧୁରୀ ସ୍ୱାଇଁ ଉପସ୍ଥିତ ରହିଥିବା ବେଳେ ଶିକ୍ଷକ ବାଙ୍କନିଧି ପାଇକ, ଏ ଅଶୋକ ଆଚାରୀ, ଚିତ୍ତରଞ୍ଜନ ପଣ୍ଡା, ମଗଦିଲ ଗମାଙ୍ଗ, ରୋହିତ ସାହୁ, ମନ୍ଦାକିନୀ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରକୃତିର ସୁରକ୍ଷା ପାଇଁ ସବୁଜିମା ପରିବେଶ ସୃଷ୍ଟି କରିବା ନିହାତି ଆବଶ୍ୟକ। ଏଣୁ ବୃକ୍ଷ ରୋପଣ ହିଁ ସନ୍ତୁଳନ ର ଏକମାତ୍ର ମଧ୍ୟମ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଏହି ଅବସରରେ ଇକୋ କ୍ଲବ ଅଧିକାରୀ ରାମ ଚନ୍ଦ୍ର ଗମାଙ୍ଗ ଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ ସହ ଗ୍ରାମ ପରିକ୍ରମା କରାଯାଇ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା । ଶେଷରେ ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗୀ ମନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ମୁଣ୍ଡମରାଇ ଶିଶୁ ମନ୍ଦିରରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ଆସିକା, ୮/୭/୨୬ (ଶିବ ଶଙ୍କର ମିଶ୍ର ) ମୁଣ୍ଡମରାଇ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ରେ ଦୀର୍ଘ ଏକ ସପ୍ତାହ ଧରି ଚାଲିଥିବା ବନ ମହୋତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମଙ୍ଗଳବାର ଶେଷ ଦିବସରେ ଅତିଥି ଭାବରେ ଇଁ ପ୍ରଦୀପ କୁମାର ପତ୍ରି ଯୋଗଦେଇ ବିଦ୍ୟାଳୟ ପରିସରରେ ଔଷଧୀୟ ବୃକ୍ଷ ରୋପଣ କରିଥିଲେ । ସମ୍ପାଦକ ଚିଦାନନ୍ଦ ପାତ୍ର,ପ୍ରଧାନ ଆଚାର୍ଯ୍ୟ ମହେଶ୍ୱର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆଚାର୍ଯ୍ୟ ଗଣେଶ ଚନ୍ଦ୍ର ପାତ୍ର,ବଳରାମ ଡାକୁଆ ଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା ଏଥିରେ ସହଯୋଗ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଆଜି ବିଦ୍ୟାଳୟ ପରିସରରେ ଅଅଁଳା, ପିଜୁଳି, ବେଲ, ଅଶୋକ , ଜାମ ଆଦି ବୃକ୍ଷ ରୋପଣ କରାଯାଇଥିଲା।

Related posts

ମରଣ ଜନ୍ତା ପାଲଟିଛି ଖୁଟୁବାଇ – ମାଲେକୋଟ ରାସ୍ତା, ହେଉନି ମରାମତି :ଜନ ସାଧାରଣ ରେ ଅସନ୍ତୋଷ

ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍ ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ “ଓଡ଼ିଶା ଦିବସ” ସମାରୋହରେ ପାଳିତ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳନ

masiha

Leave a Comment

error: Content is protected !!