ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ, ଜନ୍ତୁ ଓ ଜନତାଙ୍କୁ ପ୍ରାଥମିକତା ଦିଆଯିବ  ମସ୍କାଗୁଡାଠାରେ ୭୫ତମ ବନ ମହୋତ୍ସବ ପାଳିତ

ଜଙ୍ଗଲ, ଜନ୍ତୁ ଓ ଜନତାଙ୍କୁ ପ୍ରାଥମିକତା ଦିଆଯିବ 

ମସ୍କାଗୁଡାଠାରେ ୭୫ତମ ବନ ମହୋତ୍ସବ ପାଳିତ 

ଲାଞ୍ଜିଗଡ,୦୨/୦୭(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତଥା ନର୍ଲା ବନାଞ୍ଚଳ ଅନ୍ତର୍ଗତ କମର୍ଦ୍ଧା ସେକ୍ସନ ମସ୍କାଗୁଡାଠାରେ ୭୫ତମ ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। କମର୍ଦ୍ଧା ସେକ୍ସନର ବନପାଳ ରମେଶ ଚନ୍ଦ୍ର ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବରେ ଭୁର୍ଟିଗଡ଼ ସେକ୍ସନର ବନପାଳ କିଶୋର ଚନ୍ଦ୍ର ସାହୁ, କମର୍ଦ୍ଧା ସମିତି ସଦସ୍ୟା ସୁଶୀଳା ମାଝୀ, ନାଏବ ସରପଞ୍ଚ ପିତାମ୍ବର ପୁଟେଲ, ସମାଜସେବୀ ଭଗବାନ ମାଝୀ, ଆମ ଜଙ୍ଗଲ ଯୋଜନାର ଡିଇଓ ପଦ୍ମଲୋଚନ ସେନାପତି, ବନରକ୍ଷୀ ସୁଶୀଲ କୁମାର ମହାରଣାଙ୍କ ସମେତ ବନ ସୁରକ୍ଷା ସମିତିର ବହୁସଂଖ୍ୟକ ସଦସ୍ୟ, ସଦସ୍ୟା ଉପସ୍ଥିତ ରହି ଏହି ବନ ମହୋତ୍ସବକୁ ସଫଳ କରାଇଥିଲେ। ଏହି ଅବସରରେ ମସ୍କାଗୁଡା ଜଙ୍ଗଲରେ କରଞ୍ଜ, ବାଉଁଶ ଆଦି ଶତାଧିକ ବୃକ୍ଷରୋପଣ କରାଯାଇଥିଲା। ବନବିଭାଗର ଅସ୍ଥାୟୀ କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ସବୁବେଳେ ହାତୀ ମଣିଷ ମୁହାଁମୁହିଁ ପରିସ୍ଥିତିର ସମ୍ମୁଖୀନ ହେଉଥିବା ନର୍ଲା ବନାଞ୍ଚଳର ଏଇ ସେକ୍ସନ ଓ ବିଟ ଅଞ୍ଚଳରେ ଜନସାଧାରଣଙ୍କ ସହଭାଗିତାରେ ଜଙ୍ଗଲ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ଲୋକଙ୍କ ଧନ ଜୀବନର ସୁରକ୍ଷା ପାଇଁ ବନବିଭାଗ ଅଣ୍ଟା ଭିଡ଼ିଥିବାବେଳେ ମସ୍କାଗୁଡା ବନ ମହୋତ୍ସବରେ ଏହାର ନିଦର୍ଶନ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଜନ ସାଧାରଣ ଓ ବନ ବିଭାଗର ମିଳିତ ସହଯୋଗରେ ଜଙ୍ଗଲ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ଲୋକଙ୍କ ଜୀବନ ଜୀବିକା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ ବୋଲି କମର୍ଦ୍ଧା ବନପାଳ ଶ୍ରୀ ବାଗ ପ୍ରକାଶ କରିଛନ୍ତି।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଆୟୋଜିତ

masiha

ନବରଙ୍ଗପୁର ରେ ମହମ୍ମଦ ଜୟନ୍ତୀ ପାଳିତ 

masiha

ଯୁବ ବ୍ଯବସାୟୀଙ୍କ ମୃତ୍ୟୁ

masiha

Leave a Comment

error: Content is protected !!