ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଠାରେ କ୍ରାଉନ ଡେଣ୍ଟାଲ ମଲ୍ଟି ସ୍ପେଶାଳିଟି କ୍ଲିନିକ ଉଦଘାଟିତ

କୋକସରା ଠାରେ କ୍ରାଉନ ଡେଣ୍ଟାଲ ମଲ୍ଟି ସ୍ପେଶାଳିଟି କ୍ଲିନିକ ଉଦଘାଟିତ

କୋକସରା,୯/୩ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଶିଵ ମନ୍ଦିର ଛକ ନିକଟରେ ଶୁକ୍ରବାର କ୍ରାଉନ ମଲ୍ଟି ଡେଣ୍ଟାଲ ସ୍ପେଶାଳିଟି କ୍ଲିନିକ ଉଦଘାଟିତ ହୋଇଯାଇଛି। ଡାକ୍ତର ଗୌରବ ରଞ୍ଜନ ବାଗ ଏହି ଡେଣ୍ଟାଲ କ୍ଲିନିକ ଖୋଲିଥିବା ବେଳେ ଆଜି ଉଦଘାଟନ ଅବସରରେ ଅଞ୍ଚଳର ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ। ଦାନ୍ତ ଜନିତ ରୋଗ ଓ ଏହାର ଚିକିତ୍ସା ଏହି ମଲ୍ଟି ସ୍ପେଶାଳିଟି କ୍ଲିନିକରେ କୋକସରା ବ୍ଲକ ଅଞ୍ଚଳର ଦାନ୍ତ ରୋଗୀଙ୍କୁ ହାତ ପାହାନ୍ତାରେ ଉପଲବ୍ଧ ହେବ ଓ ବିଶେଷଜ୍ଞ ଡାକ୍ତରଙ୍କ ଟିମ ଜଟିଳ ଦାନ୍ତ ଜନିତ ଚିକିତ୍ସା କରିବେ ବୋଳି ଡାକ୍ତର ଶ୍ରୀ ଗୌରବ ରଞ୍ଜନ ବାଗ ସୂଚନା ଦେଇଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ଅଵସର ପ୍ରାପ୍ତ ରେଳ ବିଭାଗ ବିଳାଶପୁର ଡ଼. କେଶବ ଲାଲ ବାଗ, ଡେଣ୍ଟାଲ ସର୍ଜନ ଡ଼.କଲ୍ୟାଣ ରାୟ, ଡ଼.ଆଶିଷ ରଞ୍ଜନ, ଡ଼. ମିର୍ଜା ବାର୍ଷି ବେଗ, ଡ଼.ସେଫ ଅହମଦ ଖାଁ, ଡ଼.ସ୍ନିଗ୍ଧା ସିଂ ଉପସ୍ଥିତ ରହି ଥିବାବେଳେ ଗୋବର୍ଦ୍ଧନ ବାଗ, ବାମଦେବ ଠାକୁର, ଅଵସର ପ୍ରାପ୍ତ ବ୍ୟାଙ୍କ ମେନେଜର ଧବଳେଶ୍ବର ନାଗ, ଡମ୍ବରୁ ପାଣିଗ୍ରାହୀ, ନିରଞ୍ଜନ ପ୍ରସାଦ ବାଗ, ସମାଜସେବୀ ପର୍ଶୁରାମ ପ୍ରଧାନୀ, ଅଧ୍ୟାପକ ଅଶ୍ୱିନ କୁମାର ପଟ୍ଟନାୟକ, ଦଶରଥ ବାଗ,ବିଜେଡି ନେତ୍ରୀ ଅଶୋକା ନାଏକ, ସମେତ କୋକସରା ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ବୈଠକ

Sunil Chandra Nayak

ତାରଣାରେ ସାଗୁନ ବାହା ଦୋସନ୍ ପାଳିତ

masiha

ବିଶିଷ୍ଟ ମହିଳା ସମାଜସେବୀ ଗାନ୍ଧୀ ବାଦୀ ତଥା ସର୍ବୋଦୟ ଜିଲ୍ଲା ସଭାପତି ଓ ସ୍ଵାଧୀନତା ସଂଗ୍ରାମୀ ରବି ମାଝୀ ଙ୍କ ପୁତ୍ରବଧୂ ଶ୍ରୀମତୀ ନୟନା ମାଝୀ ଙ୍କ ଦେହ ଅସୁସ୍ଥ:ଭେଟିଲେ କଂଗ୍ରେସ ଜିଲ୍ଲା ସଭାପତି ଓ ମହିଳା ସାମାଜ ସେବୀ 

masiha

Leave a Comment

error: Content is protected !!