ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦଳିଅ କର୍ମୀ 

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦଳିଅ କର୍ମୀ 

ନୂଆପଡ଼ା,ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦଳିଅ କର୍ମୀ l ଶନିବାର ସଦର ନୂଆପଡା ଜିଲ୍ଲା ରେ ମନ୍ତ୍ରୀ ଢୋଲକିଆ ଙ୍କ ନାଁରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି l ବିଜୁ ଜନତା ଦଳର ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ନେତୃତ୍ୱରେ ଏହି ସାମ୍ବାଦିକ ସମ୍ମିଳନୀ ହୋଇଥିବା ବେଲେ ଶ୍ରୀଯୁକ୍ତ ଢୋଲକିଆ ପ୍ରତ୍ୟେକ କାମରେ ପିସି ନେଉଥିବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଟଙ୍କା ଖାଉଥିବା, ଜିଲ୍ଲା ପରିଷଦ ନିର୍ବାଚନରେ ଟିକେଟ ବିକ୍ରି କରିବା ଆଦି ଅଭିଯୋଗ ଅଣା ଯାଇଛି। ମାନ୍ୟବର ନବୀନ ପଟନାୟକ ଯଦି ତାଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ବଞ୍ଚେଇବାପାଇଁ ଚାହୁଁଛନ୍ତି ତାହେଲେ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ପ୍ରାର୍ଥୀ କରନ୍ତୁ ନାହିଁ ବୋଲି କହିଥିଲେ l ଯଦି କରିବେ ତାହେଲେ ନୂଆପଡା ଜିଲ୍ଲାର କୌଣସି ବିଜୁ ପରିବାର ସମର୍ଥନ କରିବେ ନାହିଁ l ଢୋଲକିଆ ଙ୍କୁ ଛାଡି ଅନ୍ୟ ଯେକୌଣସି ଲୋକଙ୍କୁ ପ୍ରାର୍ଥୀ କରନ୍ତି ତାହେଲେ ସମ୍ପୂର୍ଣ ସମର୍ଥନ କରାଯିବ ବୋଲି ପ୍ରେସମିଟ ଜରିଆରେ ସୂଚନା ଦିଆଯାଇଛି l ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ବିଜୁ ଯୁବ ଜନତା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ସଭାପତି ଭାନୁପ୍ରତାପ ମାଝୀ, ହେମନ୍ତ କର,ରାଜ୍ୟ ସମ୍ପାଦକ ସରୋଜ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଭାନୁପ୍ରତାପ ସିଂ ମାଝୀ, ନୂଆପଡା ସରପଞ୍ଚ ସଂଘ ସଭାପତି ପ୍ରେମଲାଲ ନାଏକ, ସରପଞ୍ଚ ବିରାଟ ବାଗ, ସରପଞ୍ଚ ଟିକେରାମ ସାହୁ, ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଖଡ଼ିଆଳ

Related posts

ଔଷଧୀୟ ବୃକ୍ଷଲତାରେ ପରିପୂର୍ଣ ସପ୍ତଶଯ୍ୟା

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନ ଫଳକ ଖଣିବାସୀଙ୍କ କାମରେ କେବେ ଆସିବ ? ବାମେବାରୀ ଠାରୁ ପଳାସ୍ପଙ୍ଗା ରାସ୍ତା କାର୍ଯ୍ୟରେ ବାଧକ କିଏ,ଅନୁମୋଦନ ଅଛି,ହେଲେ କାର୍ଯ୍ୟ ଆରମ୍ଭ ନାହିଁ

masiha

କିଡ଼ିଙ୍ଗ ସଂରକ୍ଷିତ ଜଙ୍ଗଲର କାଂଚଲି ଗାଁରେ ବାଘ ଆତଙ୍କ 

Sunil Chandra Nayak

Leave a Comment

error: Content is protected !!