ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃକ୍ଷ ରୋପଣ କାର୍ଯକ୍ରମ    

ବୃକ୍ଷ ରୋପଣ କାର୍ଯକ୍ରମ    

ମ.ରାମପୁର,୧୩/୦୮(ମସୀହା): ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ, ମ.ରାମପୁରଙ୍କ ସହାୟତାରେ ଜୀବନ ଜ୍ୟୋତି କଳା ପରିଷଦ ଅଁଳାପାଲି ଗ୍ରାମରେ ୨୦୦୦ ବୃକ୍ଷ ରୋପଣ କରିବାକୁ ଅଭିଯାନ ଆରମ୍ଭ କରିଛି l ଗିରିଗୋବର୍ଦ୍ଧନ ଉଚ୍ଚ ବିଦ୍ୟା ପୀଠ କେନ୍ଦୁବନ୍ଧ ଠାରୁ ଏନ୍ .ଏଚ୍ ୫୭ ସଢେଲ ପୁଜା ପୀଠ ପଯ୍ୟନ୍ତ ବୃକ୍ଷରୋପଣ ଓ କପିସ କରି ବୃକ୍ଷ ରକ୍ଷଣାବେକ୍ଷଣ କାର୍ଯ୍ୟ ଅନୁଷ୍ଠାନ ଦାୟିତ୍ଵ ନେଇଛି। ଉକ୍ତ କାର୍ଯ୍ୟକ୍ରମରେ ମ.ରାମପୁର ରେଞ୍ଜ ଅଧିକାରୀ ଅସିତ ଦାଶ, ଫରେଷ୍ଟର ଦୀପକ୍ କୁମାର ସା , ଫରେଷ୍ଟ ଗାର୍ଡ ବାଳକୃଷ୍ଣ ଜାଲ, ସେବାଜଗତ ର ଟଙ୍କଧର ବଗର୍ତ୍ତି ପ୍ରମୂଖ ଉପସ୍ଥିତ ହୋଇ ଜୀବନ ଜ୍ୟୋତି କଳା ପରିଷଦ ର ସମସ୍ତ ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଝସ୍ କେତନ ସାହୁ, ଶଙ୍କର ସାହୁ, ହିମାଦ୍ରି ସାହୁ,ଖଗେନ୍ଦ୍ର ସାହୁ ,ଯୋଗୀମତ୍ ଜାଲ ତଥା ଗ୍ରାମର କଳାକାର ବୃନ୍ଦ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପରିଷଦ ର ସଭାପତି ଲକ୍ଷ୍ମଣ ସାହୁ ଏବଂ ଠାକୁର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୪୦ତମ ବାର୍ଷିକ ସମାବେଶ

masiha

Regional level Divyang Conference held at Rayagada

masiha

ବାଲିଗୁଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ: ଗରମ ଓ ଗୁଳୁଗୁଳି ଦ୍ବିଗୁଣିତ ହୋଇଗଲାଣି 

masiha

Leave a Comment

error: Content is protected !!