ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧ

କାମାକ୍ଷାନଗର (ମନିସ )21/7/23 // ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗେଙ୍ଗୁଟିଆ ଅଞ୍ଚଳ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ଵ କେନାଲରେ ଜଣେ ଚାଷୀ ଗାଧୋଇବାକୁ ଯାଇ ଗତକାଲି ପାଣିରେ ଭାସି ଯାଇ ନିଖୋଜ ଥିଲେ l ସୂଚନା ମୁତାବକ ଗେଙ୍ଗୁଟିଆ ଗ୍ରାମର ଚାଷୀ ଅନ୍ତର୍ଯ୍ୟାମୀ ସାହୁ ବୟସ (60) ଚାଷ କାମ ସାରି କେନାଲକୁ ଗାଧୋଇବାକୁ ଯାଇଥିଲେ l ଗାଧୋଇବା ସମୟରେ ସେ ପାଣିରେ ଭାସି ଯାଇଥିଲେ, ଫଳରେ ଅନ୍ତର୍ଯ୍ୟାମୀ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ବର୍ଗ ତାଙ୍କୁ ଖୋଜିଥିଲେ l ପରେ ସେ କେନାଲ ରେ ଭାସି ଯାଇଥିବା ଖବର ପାଇଥିଲେ l ଖବର ପାଇ ପରଜଙ୍ଗ ଅଗ୍ନିଶମ ବାହିନୀ ପହଂଚି ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ତର୍ଯ୍ୟାମୀ କୁ ପାଇନଥିଲେ l ଆଜି ସକାଳ ୮ ଟା ବେଳେ କେନାଲ ରେ ଅନ୍ତର୍ଯ୍ୟାମୀ ଗାଧୋଇବା ସ୍ଥାନରେ ତାଙ୍କର ଶବ ମିଳିଥିଲା l ଶବକୁ ବ୍ୟାବେଛେଦ ପାଇଁ ପରଜଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି l ଏ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଳିତ

masiha

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ରାମେଶ୍ଵରୀ ହିକକାଙ୍କୁ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!