ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି ବୈଠକ।

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି ବୈଠକ।

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ସ୍ଥାନୀୟ ବ୍ଲକ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଉପଜିଲ୍ଲାପାଳ ତଥା ଉତ୍ସଵ କମିଟିର ଅଧ୍ୟକ୍ଷ ଧିମାନ ଚକମା, ଆଇଏଏସ,ବିଡିଓ ଶରତ ପାତ୍ରୋ, ତହସିଲଦାର ସଞ୍ଜୟ ସାମନ୍ତରା, ନଗରପାଳ ଅଶୋକ କୁମାର ମହାନ୍ତି, ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା, ଏନଏସି ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା,ବ୍ଲକ ଶ୍ରୀମତୀ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଏନ ଏ ସି ଉପାଧ୍ୟକ୍ଷା ମନୀଷା ମିଶ୍ର ପ୍ରମୁଖ ଯୋଗ ଦେଇ ଆଗାମୀ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୫ ପାଇଁ ବିଭିନ୍ନ କମିଟି ମାନ ପୁନର୍ଗଠନ କରାଯିବା ନେଇ ଆଲୋଚନା ଓ ଉତ୍ସବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। 

ଏହି ବୈଠକରେ ଧର୍ମଗଡ଼ ଥାନା ଅଧିକାରୀ ଦାମୋଦର ବିହାରୀ, ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଶୀ, ନିରଞ୍ଜନ ମହାପାତ୍ର,ବିଦ୍ୟାଧର ସାହୁ,ବିରଞ୍ଚି ନାରାୟଣ ଜାଲ, ଅଂଶୁମାନ ପାତ୍ର,ଆଇନଜୀବୀ ଭବାନି ଚରଣ ଦାସ,ସୁବାସ ପାଣିଗ୍ରାହୀ, ସନ୍ତୋଷ ମେହେର ସୁଶ୍ରୀ ହୀରା ବାଗ, ଲିଙ୍ଗରାଜ ପାତ୍ର, ମାଧବ ଲହଜଲ, ଘନଶ୍ୟାମ ଅଗ୍ରୱାଲ,କ୍ଷୀରୋଦ ବାଗ,ରମଣୀ କାନ୍ତ ଜାଲ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଓ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଭାଗ ନେଇଥିଲେ।ଆସନ୍ତା ଜାନୁୟାରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

 

Related posts

ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ 

masiha

Swachhata Hi Seva 2025 Drive Launched at Rayagada DRM Camp office

Sunil Chandra Nayak

ଅଳ୍ପ ବର୍ଷା ରେ ସୃଷ୍ଟି ହେଉଛି କୁତ୍ରିମ ବନ୍ୟା! ଆଖି ପଲକରେ ଏବେ ଭୋଗିବେ ଟେମେରା ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!