ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଇତି -୨୦୨୪ ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ 

ଚଇତି -୨୦୨୪ ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ 

ରାୟଗଡ:-ତା. ୬/୧୨- ଚଇତି -୨୦୨୪ ଶୁଭାରମ୍ଭ କାର୍ଯ୍ୟକ୍ରମ ପଦ୍ମପୁର ବ୍ଲକର ମରିଚଗୁଡା ଅକ୍ଷରଧାମ ମନ୍ଦିରରୁ କରିବା ନିମନ୍ତେ ଚଇତି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ପ୍ରକାରେ ଆୟୋଜନ କାର୍ଯ୍ୟକ୍ରମ ଚାଲୁରହିଛି l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ନିର୍ଦେଶରେ ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଖୁଦ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ବ୍ଲକସ୍ତରୀୟ ଚଇତି ସଞ୍ଜଯୋକ ତଥା ପ୍ରକଳ୍ପ ନିର୍ଦେଶକ ଜାଳବିଭାଜିକା ମିଶନ ଡ଼ଃ ଦୟାନିଧି ବାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗତ ୫/୧୨/୨୦୨୪ରିଖରେ ଅନୁଧ୍ୟାନ କରିଥିଲେ l ଏଥିରେ ବିଡ଼ିଓ ଶିବ ପଟ୍ଟନାୟକ ଓ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରଶ୍ମିତା ଶବର, ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରଥିଲେ l ସେହିପରି ଆଜି ତା ୬/୧୨/୨୦୨୪ରିଖରେ ଡ଼ଃ ଦୟାନିଧି ବାଗ, ପିଡି ୱାଟରସେଡ, ରାୟଗଡ ପଦ୍ମପୁର ବ୍ଲକ ସମିଳନୀ କକ୍ଷରେ ସମୀକ୍ଷା କରିଥିଲେ l ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ମଣିମାଳା ଶବର, ସହକାରୀ ନିର୍ବାହୀ ଯନ୍ତ୍ରୀ ରଶ୍ମିତା ଶବର, ସିଡିପିଓ, ଶ୍ରୀମତୀ ଜଗଦୀଶ୍ଵରୀ ଆଲୂ,ମରିଚଗୁଡା ମନ୍ଦିର କମିଟିର ସଦସ୍ୟ ବୃନ୍ଦ, ପଦ୍ମପୁର ପୋଲିସ ଅଧିକାରୀ,ଜନ ପ୍ରତିନିଧି, ପଦ୍ମପୁର ଜନସାଧାରଣ,ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରି ଆଲୋଚନା କରିଥିଲେ l ବିଶେଷ କରି ଆସନ୍ତା ଶୁଭlରମ୍ବ କାର୍ଯ୍ୟକ୍ରମରେ କିପରି କରାଯିବ, ଜନସାଧାରଣ କେମିତି ସାମିଲ ହେବେ, କୋଲଶ ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ,ଟ୍ରାଫିକ ନିୟନ୍ତ୍ରଣ ଆଦି ଉପରେ ଆଲୋଚନା ହୋଇଥିଲା l ବ୍ଲକ ସଞ୍ଜଯୋକ ଡ଼ଃ ବାଗ ଏହି କାର୍ଯ୍ୟକ୍ରମରେ ସମସ୍ତ ଜନ ପ୍ରତିନିଧି,ବ୍ଲକ ବାସୀ ଦଳଗତ, ଜାତିଗତ, ଧର୍ମଗତ ନିର୍ବିଶେଷରେ ସାମିଲ ହେବାକୁ ଅନୁରୋଧ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଇଣ୍ଟରନ୍ୟାସନାଲ ହ୍ଯୁମାନ ରାଇଟସ୍ କାଉନସିଲ୍ ଦ୍ବାରା ସୁନ୍ଦରଗଡ ସେବା ରତ୍ନ ସମ୍ମାନରେ ସମ୍ମାନୀତ ହେଲେ ଜୀବନ ସିଂ ମୁଣ୍ଡା

masiha

ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି କୁ NAC ପ୍ରଶାସନର ଜାଣିଶୁଣି ଅବହେଳା କି ନଜାଣିଲା ଭଳି ଅଭିନୟ 

masiha

ରାଇରଙ୍ଗପୁରରେ ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ,ବାମନଘାଟୀ ଶାଖାର କର୍ମଚାରୀଵୃନ୍ଦଙ୍କ ବିଭିନ୍ନ ଦାବିନେଇ କଳାବ୍ୟାଚ ପରିଧାନ 

masiha

Leave a Comment

error: Content is protected !!