ବାଲେଶ୍ଵର,୨୩/୧୨/୨୨- ବାଲେଶ୍ଵର ଜିଲ୍ଲା ଖଇରା ଥାନା ଖଇରା ବଜାରରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନରେ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଉକ୍ତ ମଦ ଦୋକାନ ଉପରେ ଚଢ଼ାଉ କରିଛି । ଏଥିରେ ବ୍ଯାପକ ନକଲି ମଦ ଜବତ କରାଯାଇଥିବାର ସୂଚନା ମିଳିଛି । ଏଥିସହିତ ୫୨୭/୨୨ ମୂଳେ ଏକ ମାମଲା ରୁଜୁ କରାଯାଇ ଦୋକାନରେ ମଦ ବିକ୍ରି କରୁଥିବା ଦୁଇ ଜଣ ବିକ୍ରେତା ରାହୁଳ କୁମାର ଗୁପ୍ତା ଓ ଅନୀଲ କୁମାର ସାହାଙ୍କୁ ଗିରଫ କରାଯାଇଛି । ଆଜି ଶୁକ୍ରବାର ତା ୨୩/୧୨/୨୨ ରିଖ ପୂର୍ବାହ୍ନ ଠାରୁ ଆରମ୍ଭ କରି ଅପରାହ୍ନ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ କେନ୍ଦ୍ରାଞ୍ଚଳ ଡେପୁଟି ସୁପରିଟେଣ୍ଡ ପ୍ରତାପ କୁମାର ଦାସ, ଇନ୍ସପେକ୍ଟର ସତ୍ଯଜିତ ଖଟୁଆ, ଏସ୍. ଆଇ. ସୌମ୍ୟ ରଞ୍ଜନ ଭୋଇ, ଖଇରା ଅବକାରୀ ଥାନା ଅଧିକାରିଣୀ କଳ୍ପନା ଜେନା ଓ କନେଷ୍ଟବଳ ବିଜୟ କୁମାର ମଲ୍ଲିକ ପ୍ରମୁଖ ଉକ୍ତ ଚଢ଼ାଉରେ ସାମିଲ ଥିଲେ । ନକଲି ମଦ ସନ୍ଦେହରେ ପରୀକ୍ଷା ଗାରାକୁ ନମୁନା ନିଆଯାଉଥିବା ସମୟରେ ସନ୍ଦେହରେ ଅବକାରୀ ଟିମ୍ ମଦସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ