ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ,ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର: ଅଲଟ୍ରା ସାଉଣ୍ଡ, ଏକ୍ସରେ ଓ ମା ଗୃହ ଉଦ୍ଘାଟିତ

ମ,ରାମପୁର,୨୪/୧୨ ( ମସୀହା): ମ,ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ଦ୍ଵାରା ଏକ୍ସ ରେ ସେବା, ଅଲଟ୍ରାସାଉଣ୍ଡ ସେବା ସହିତ ଏକ ମାଆ ଗୃହ ର ଶୁଭ ଉଦ୍ଘାଟନ ହୋଇଯାଇଛି l ଏହା ମଦନପୁର ରାମପୁର ଅଞ୍ଚଳ ରେ ଅନେକ ଦିନ ଧରି ଦାବି ହୋଇ ଆସୁଥିଲା ବେଳେ ଏହା ଦ୍ବାରା ଅନେକ ରୋଗୀ ଓ ଗର୍ଭବତୀ ମାଆ ଉପକୃତ ହେବେ ବୋଲି ଉପସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରୀ ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ ମିତ୍ରା ପ୍ରକାଶ କରିଥିଲେ l ଏହି ଅବସର ରେ କର୍ଲାମୁଣ୍ଡା ଓ କେସିଙ୍ଗା ର ଦୁଇ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରlପ୍ତ ଚିକିତ୍ସା ଅଧିକାରୀ ଡ଼ା. ସୁଧୀର ଦୀପ ଉପସ୍ଥିତ ଥିଲେ l ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ ଅବନୀ ରଞ୍ଜନ ମହାପାତ୍ର ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମ.ରାମପୁର ବିଡିଓ ବିନୟ କୁମାର ଭୋଇ, ସିଡିପିଓ କୁସୁମ ପ୍ରହରାଜ, ଏନ୍ଏଚଏମ ରୁ ବିପିଏମ ସନ୍ଦୀପ ସିଂହ ପ୍ରମୁଖଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ର ସମସ୍ତ ଡାକ୍ତର, କର୍ମଚାରୀ ଏବଂ ଶକ୍ତି ସିଂ, ଭବାନୀ ଶଙ୍କର ସାହୁ,ଜ୍ଞାନେନ୍ଦ୍ର ଭୋଇ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ରେ ଅଞ୍ଚଳ ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲା ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ଦ୍ଵାରା ସମ୍ମାନୀତ

Sunil Chandra Nayak

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ସୃଜନୀ (ଚେନ୍ନାଇ)ର ସ୍ମୃତି ଶ୍ରଦ୍ଧାଞ୍ଜଳି

masiha

କିନ୍ନର ରଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ

Sunil Chandra Nayak

Leave a Comment

error: Content is protected !!