ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮ଦଫା ଦାବି ପୂରଣ ଦାବିରେ ପରଜଙ୍ଗ ବିଡ଼ିଓ ଙ୍କୁ ଅଙ୍ଗନବାଡି କର୍ମୀ ଙ୍କ ଦାବିପତ୍ର  

ଢେଙ୍କାନାଳ (ମ ସୀ ହା)୨୩/୧୨_ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରେ ଆଜି ଅଙ୍ଗନବାଡି କର୍ମୀ ମାନେ ଆଠ ଦଫା ଦାବି ନେଇ ଧାରଣାରେ ବସିଛନ୍ତି l ପରଜଙ୍ଗ ବ୍ଲକର ୨୦୯ ଜଣ ଅଙ୍ଗୱାଡ଼ି କର୍ମୀ ଓ ୧୭୦ ଜଣ ସହକର୍ମୀମାନେ ବିଭିନ୍ନ ସମସ୍ୟା ର ସମାଧାନ ତଥା ବିଭିନ୍ନ ଦାବି ପୂରଣ ଉଦେଶ୍ୟରେ ୨୩ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବା ସଙ୍ଗେ ସଙ୍ଗେ ସମସ୍ତ ସରକାରୀ କାର୍ଯ୍ୟ ରୁ ନିବୃତ ରହୁବା ପ୍ରତିବାଦରେ ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ପରଜଙ୍ଗ ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଆଜି ସେମାନେ ଧାରଣା ରେ ବସିଛନ୍ତି l ସେମାନଙ୍କ୮ଦଫା ଦାବି ଗୁଡିକ ହେଲା ଆନ୍ଦୋଳନ ସମୟ ରେ ବହିଷ୍କୃତ ୬ଜଣ ଅଙ୍ଗନବାଡି କର୍ମୀ ଙ୍କୁ ପୁନଃ ନିଯୁକ୍ତି ପ୍ରଦାନ,ଅଙ୍ଗନବାଡି କର୍ମଚାରୀ ଙ୍କୁ ସରକାରୀ କର୍ମଚାରୀ ପ୍ରଦାନ, ମିନି ଅଙ୍ଗନବାଡି ଉଛେଦ କରି ମୁଖ୍ୟ ଅଙ୍ଗନବାଡି କର୍ମୀ ର ମାନ୍ୟତା ପ୍ରଦାନ,ଅଙ୍ଗନବାଡି, ମିନି ଅଙ୍ଗନବାଡି, ସହାୟିକା ଙ୍କୁ ଅବସର କାଳୀନ ସହାୟତା ପ୍ରଦାନ, ଗାଁ କଲ୍ୟାଣ ସମିତି ରୁ ଅଙ୍ଗନବାଡି କର୍ମଚାରୀ ଙ୍କୁ ବାଦ, ନୂତନ ଶିକ୍ଷାନୀତି ରେ ଅଭିଜ୍ଞତା ଓ ଯୋଗ୍ୟ ତା ଆଧାରରେ ବୟସ ସୀମା ନ ରଖି ସମସ୍ତ କର୍ମଚାରୀ ଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା,୫୦ଶତକଡା ଅଙ୍ଗନବାଡି କର୍ମୀଙ୍କୁ ପଦୋନ୍ନତି ଦିଆଯିବା ବେଳେ ଆଉ,୫୦ ଶତକଡା ସ୍ନାତକ ଓ ଉର୍ଦ୍ଧ ଅଙ୍ଗନବାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯିବା ଆଦି ଦାବି ପ୍ରଦାନ କରିଥିଲେ l ଏ ନେଇ ପରଜଙ୍ଗ ବ୍ଲକର ଅଙ୍ଗୱାଡ଼ି ସଭାପତି ନିଲାଂଜନ ରଥ,ଢେ଼ଙ୍କାନାଳ ଜିଲ୍ଲାର ସଭାନେତ୍ରୀ ମାନସୀ ମହାପାତ୍ର ଓ ଅଙ୍ଗୱାଡ଼ି କର୍ମୀମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିବେ ବୋଲି କହିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାକୁ ଦାବି 

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର

Sunil Chandra Nayak

ସାଲେପାଲି ଗ୍ରାମ ପଞ୍ଚାୟତରେ ବିକଶିତ ଭାରତ ଗ୍ରାମୀଣ ଗ୍ୟାରେଣ୍ଟି ରୋଜଗାର ଯୋଜନା ଓ ଅଜୀବିକା ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Comment

error: Content is protected !!