ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ ମହଙ୍ଗା ପଡ଼ିଲା

ତେଲ ମିଲ୍ ରେ ନାବାଳକଙ୍କ ହାତ କଟିବା ଘଟଣା,

ବନ୍ଧା ହେଲେ ମିଲ୍ ମାଲିକ

ରାଜ୍ୟ କମିଶନ ନିକଟରେ ଅଭିଯୋଗ, ପ୍ରଶାସନିକ ତଦନ୍ତ ଆରମ୍ଭ

ଲାଞ୍ଜିଗଡ଼,୨୧/୦୩(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ପଞ୍ଚାୟତ ଡୁମେରମୁଣ୍ଡାଠାରେ ଥିବା ଏକ ତେଲ ମିଲରେ ବେନଗାଁ ପଞ୍ଚାୟତ ଧଡେଲ୍ ଗାଁର ସୁଶାନ୍ତ ମାଝୀ ନାମକ ଜଣେ ଶିଶୁ ଶ୍ରମିକର ହାତ ସଂପୂର୍ଣ୍ଣ ଭାବେ ଛିଣ୍ଡି ଅଲଗା ହୋଇଯିବା ଘଟଣାରେ ଆଜି ସଂପ୍ରୁକ୍ତ ମିଲ୍ ମାଲିକଙ୍କୁ ଜେଲ୍ ଯିବାକୁ ପଡ଼ିଛି । ଏନେଇ ବିଶ୍ବନାଥପୁର ଥାନା କେସ୍ ନଂ ୩୫/୨୦୨୩, ଆଇପିସି ୨୮୭/ ୩୩୮ ଆର୍ ଡବ୍ଲ୍ୟୁ ସେକ୍ସନ୍ ୭୯ ଅନୁଯାୟୀ ମାମଲା ରୁଜୁ କରାଯାଇ ମିଲ୍ ମାଲିକ ନ୍ରୁସିଂହ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ ! ବିଶ୍ବନାଥପୁର ଥାନାଧିକାରୀ ମମତା ହେମ୍ବ୍ରମଙ୍କ ତତ୍ବାବଧାନରେ ଏଏସ୍ଆଇ ବି. ଆର୍ ମାଝୀ ଘଟଣାର ତଦନ୍ତ କରୁଛନ୍ତି ! ତେବେ ଏଇ ମାମଲାକୁ ନେଇ ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ସ୍ବେଚ୍ଛାସେବୀ ସଂଗଠନ ଅନ୍ତୋଦୟର ଅଧ୍ୟକ୍ଷ ତଥା ଜିଲ୍ଲା ଏସ୍ ସି ଏସ୍ ଟି ଭିଜିଲାନ୍ସ ଓ ମନିଟରିଂ କମିଟିର ସଦସ୍ୟ ଦିଲିପ କୁମାର ଦାସ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ, ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ତଥା କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ! ତେବେ ପୁଲିସ ଦ୍ବାରା ମିଲ୍ ମାଲିକ ଗିରଫ ହୋଇ ଜେଲ୍ ଯିବା ସହିତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି ! ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର ମିଶ୍ର, ଏବିଡିଓ ବିଭୁତିଭୂଷଣ ଶତପଥୀଙ୍କ ତତ୍ତ୍ବାବଧାନରେ ଜିପିଇଓ ସରୋଜ ପ୍ରଧାନ, ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁ ଘଟଣାସ୍ଥଳ ପରିଦର୍ଶନ କରି ପଚରାଉଚୁରା କରିଛନ୍ତି ! ଅପରପକ୍ଷରେ, ମିଲ୍ ମାଲିକ ଜେଲ୍ ଯିବା ପରେ ଛତୁଆ ପ୍ରସ୍ତୁତି ପାଇଁ ମିଲ୍ କୁ ଲିଜ୍ ନେଇଥିବା ଡୁମେରମୁଣ୍ଡା ଅମରଜ୍ୟୋତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଉପରେ ମଧ୍ୟ ଅପରାଧିକ ମାମଲା ରୁଜୁ କରିବା ସହିତ ଛତୁଆ ଲାଇସେନ୍ସ ବାତିଲ୍ କରିବାକୁ ଏବେ ଦାବି ଜୋର ଧରିଛି ! କାରଣ ଦୀର୍ଘ ଦିନ ଧରି ନିମ୍ନମାନର ଛତୁଆ ପ୍ରସ୍ତୁତି ସହିତ ବଣ୍ଟନ କରି କୋମଳମତି ଶିଶୁମାନଙ୍କ ଜୀବନ ସହ ଖେଳ ଖେଳୁଥିବା ଏଇ ସ୍ବୟଂ ସହାୟକ ଗୋଷ୍ଠୀ ନାଁରେ ସଂପ୍ରୁକ୍ତ ମିଲ୍ ର ଲିଜ୍ ରହିଛି ! ଏଣୁ ଏଇ ସ୍ବୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ଅଭିଯୁକ୍ତ କରାଯିବାକୁ ଶ୍ରୀ ଦାସ ଦାବି କରିଛନ୍ତି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଯଶିପୁର ଥାନା ! ପ୍ରେମିକ ଘରେ ପ୍ରେମିକାକୁ ପ୍ରେମିକର ପରିବାର ଲୋକଙ୍କ ଆକ୍ରମଣ ନେଇ ଥାନାରେ ମାମଲା ରୁଜୁ 

ସାଇକଲ ଷ୍ଟୋର ଉପରେ ଜିଏସ୍ଟି ଚଢ଼ାଉ

masiha

ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ କୁ ସାତ ବର୍ଷ କାରାଦଣ୍ଡ

Sunil Chandra Nayak

Leave a Comment

error: Content is protected !!