ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଙ୍କି ଗାଁ ରାଜପଥ କଡ଼ରେ ଯୁବକର ଝୁଲନ୍ତା ମୃତ ଦେହ ପୋଲିସ, ଗ୍ରାମବାସୀ ଏବଂ ସାଇଣ୍ଟିଫିକ ଟିମ୍ ଉପସ୍ଥିତିରେ ଉଦ୍ଧାର 

ବାଙ୍କି ଗାଁ ରାଜପଥ କଡ଼ରେ ଯୁବକର ଝୁଲନ୍ତା ମୃତ ଦେହ ପୋଲିସ, ଗ୍ରାମବାସୀ ଏବଂ ସାଇଣ୍ଟିଫିକ ଟିମ୍ ଉପସ୍ଥିତିରେ ଉଦ୍ଧାର 

    ମୟୂରଭଞ୍ଜ – ୦୨/୦୭ ( ମସିହା)ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ ସ୍ଥିତ ବାଙ୍କି ଗାଁର ରାଜପଥ କଡ଼ରେ ଥିବା ଏକ ଭଙ୍ଗା ଘର ଚାଳିଆ ଘରେ ଏକ ଯୁବକର ଝୁଲନ୍ତା ମୃତଦେହ ପୋଲିସ ଦ୍ବାରା ଉଦ୍ଧାର ।

       ସୂଚନା ମୁତାବକ ଯୁବକ ଜଣକ ହେଲେ ବିଜାତଳା ବ୍ଲକ ସ୍ଥିତ ବିଜାତଳା ଗ୍ରାମର ଶତ୍ରୁଘନ ବେହେରା (୬୨) ଙ୍କ ସାନ ପୁଅ ବିଶ୍ଵନାଥ ବେହେରା (୨୮) ବୋଲି ଜଣାପଡିଛି। ବିଶ୍ଵନାଥ ବେହେରା ସୋମବାର ଭୋଳବେଡା ଗ୍ରାମରେ ନିଜ ଭିଣୋଇ ଘରକୁ ଆସିଥିଲା, । ତାଙ୍କ ଘରେ ରାତିରେ ଖାଇପିଇ ଘରୁ କୁଆଡେ଼ ପଳାଇ ଯାଇଥିଲା, ରାତିରେ ଭଉଣୀ,ଭିଣୋଇ ଖୋଜାଖୋଜି କରି ପାଇ ନଥିଲେ। ତେବେ ଆଜି ମଙ୍ଗଳବାର ସକାଳୁ ୬ ଟା ସମୟରେ ଗାଁ ଲୋକେ ରାସ୍ତା ପାର୍ଶ୍ବରୃ ଏକ ଆବାସଯୋଜନା ଘର ଚାଳରେ ଯୁବକର ମୃତଦେହ ଦେଖି ଥାନାକୁ ଖବର ଦେଇଥିଲେ । ପରେ ତାଙ୍କ ଘର ଲୋକେ ଆସି ମୃତକଙ୍କୁ ଚିହ୍ନଟ କରିଥିଲେ। ଉକ୍ତ ଘଟଣାକୁ ନେଇ ଘର ଲୋକେ ବିଶୋଇ ଥାନା ରେ ଏହା ଏକ ହତ୍ୟାକାଣ୍ଡ ବୋଲି ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବିଶୋଇ ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ପୋଲିସ ଏକ କେଶ ମାମଲା ୧୦/୨୪ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛନ୍ତି ।ତେବେ ଆଗକୁ ଦେଖିବାକୁ ବାକି ରହିଲା,ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ର ତଦନ୍ତ ପରେ ଜଣାପଡ଼ିବ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଟ୍ରକ ଧକ୍କାରେ ୨ ସାଇକେଲ ଆରୋହୀ ଗୁରୁତର

ରାଉରକେଲା ପୋଲିସ୍ ଦ୍ବାରା ୫୦୨ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ : ୬ ଅଭିଯୁକ୍ତ ଗିରଫ ସହ ୫ କାର୍, ୮ ମୋବାଇଲ ଓ ୨୩୦୦ ଟଙ୍କା ନଗଦ ଜବତ

Sunil Chandra Nayak

ଜଟାଵାଲରେ ସିରିଜ ଚୋରି, ମୁଖ୍ୟ ରାସ୍ତାର ପାଞ୍ଚଗୋଟି ଦୋକାନ ରେ କଳାକନା ବୁଲାଇଲେ ଦୁର୍ବୁତ୍ତ

Sunil Chandra Nayak

Leave a Comment

error: Content is protected !!