ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ 

ଢେଙ୍କାନାଳ-(ମସୀହା)୨୫/୦୮_ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସଭା ଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଲେ ଯେ, ଓଡିଶା ସରକାର ଲୋକମାନଙ୍କ ପାଇଁ ବହୁ ଜନକଲ୍ୟାଣୀ ଯୋଜନାମାନ ପ୍ରଣୟନ କରୁଛନ୍ତି । ଏହାର କାର୍ଯ୍ୟକାରିକତା ସମ୍ପୂର୍ଣ ଭାବେ ସରକାରୀ ଅଧିକାରୀଙ୍କ ଉପରେ ନିର୍ଭରଶୀଳ । ତେଣୁ ଅଧିକାରୀମାନେ ଏ ଦିଗରେ ଯତ୍ନବାନ ହେବା ଉଚିତ୍ । 

ବୈଠକର ପରିଚାଳନା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ କରିଥିଲେ । ସେ ପ୍ରଥମେ ଢେଙ୍କାନାଳ ସହରାଂଚଳର ଉନ୍ନୟନ କାର୍ଯ୍ୟର ସମୀକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ମୁକ୍ତ ଯୋଜନାରେ ଢେଙ୍କାନାଳ ଜିଲ୍ଲାର ପୌରାଂଚଳ ଓ ବିଜ୍ଞାପିତ ଅଂଚଳ ପରିଷଦରେ ହେଉଥିବା କାର୍ଯ୍ୟର ସମୀକ୍ଷା କରିଥିଲେ ଓ ଏହି ଅଂଚଳରେ ରାସ୍ତା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହିତ ଏହି ଅଂଚଳରେ ୬୬ଟି ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏଯାବତ ୫୫ଟି ଗୃହ ପାଇଁ କାର୍ଯ୍ୟନିର୍ଦ୍ଦେଶ ଦିଆଯାଇଛି ଏବଂ ୧୦ଟି ଗୃହର ଶେଷ ପର୍ଯ୍ୟାୟ କାର୍ଯ୍ୟ ଚାଲୁରହିଛି । ଏହି ଅଂଚଳର ସୌନ୍ଦର୍ଯ୍ୟକରଣ ପାଇଁ ସ୍ମାର୍ଟ ପାର୍କ ନିର୍ମାଣ ଓ ଶବଦାହ ପାଇଁ ଉନ୍ନତମାନର ଶବଦାହ କେନ୍ଦ୍ର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ  ।

ଗ୍ରାମାଂଚଳ ବିଷୟରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୮ଟି ବ୍ଲକରେ ୩୯୮ଟି ପ୍ରକଳ୍ପ ହାତକୁ ନିଆଯାଇଛି ଏବଂ ଏହାର ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲା । ସେହିପରି ଜିଲ୍ଲାରେ ମୋଟ ୨୨୨୦ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟକରୁଥିବାବେଳେ ସେଥିମଧ୍ୟରୁ ୨୨୦୦ କେନ୍ଦ୍ରର ନିଜସ ଗୃହ ପାଇଁ ଅର୍ଥ ମଂଜୁରୀ କରାଯାଇଛି । ଏଯାବତ ୨୦୩୦ଟି କେନ୍ଦ୍ରର ଗୃହ ନିର୍ମାଣ କାର୍ଯ୍ୟ ସରିଯାଇଛି । ଏବଂ ବାକି ରହିଥିବା ଗୃହର ନିର୍ମାଣ କାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ କରିବାପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ । ଏହି ବୈଠକରେ ଆର. ଡବ୍ଲୁ. ଏସ୍. ଏସ୍‌ର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସୁରେନ୍ଦ୍ର କୁମାର ବେହେରା, ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।

ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

Sunil Chandra Nayak

ବହୁବିଧ ସେବା ପାଇଁ ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ରଙ୍କୁ ସବୁଠି ପ୍ରଶଂସା 

masiha

ଶ୍ରୀଜଗନ୍ନାଥଙ୍କ କଥାମୃତ କାର୍ଯ୍ୟକ୍ରମ 

Leave a Comment

error: Content is protected !!