ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେହେରା ରେ ‘ନଶା ମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ

ବେହେରା ରେ ‘ନଶା ମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ

ଧର୍ମଗଡ଼ :ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଲ୍ଲୀଠାରେ ଶୁଭାରମ୍ଭ କରାଯାଇଥିବା ଜାତୀୟ ସ୍ତରୀୟ ‘ନଶା ମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମର ସିଧାପ୍ରସାରଣ ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଛି। ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଡ଼ ପରଦା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଶୁଭାରମ୍ଭ ସମାରୋହ ଓ ବାର୍ତ୍ତାକୁ ସ୍ଥାନୀୟ ଜନସାଧାରଣ ସହିତ ସିଲେଇ ତାଲିମ ପ୍ରାପ୍ତ ଶତାଧିକ ଛାତ୍ରୀ ସିଧାସଳଖ ଦେଖିବାର ସୁଯୋଗ ପାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଅଭିଯାନର ସିଧାପ୍ରସାରଣକୁ ନେଇ ସ୍ଥାନୀୟ ଯୁବକ,ସାଧାରଣ ଜନତା ଓ ଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ସମାବେଶରେ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ସୁବ୍ରତ ତ୍ରିପାଠୀ ଅଧ୍ୟକ୍ଷତା କରି ସାମ୍ପ୍ରତିକ ସମାଜରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ନିଶାସକ୍ତ ଅବସ୍ଥା ସମାଜର ମଙ୍ଗଳ ଓ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଯଦି ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ଯୁବପିଢ଼ିକୁ ଆଗକୁ ଅଣାଯାଇପାରିବ, ତେବେ ହିଁ ଦେଶରେ ଏକ ‘ନଶା ମୁକ୍ତ ବିକଶିତ ଭାରତ’ ଗଠନର ସ୍ୱପ୍ନ ସାକାର ହୋଇପାରିବ। ଅନ୍ୟ ମାନଙ୍କ ମଧ୍ୟରେ ଜନ ଶିକ୍ଷଣ ସଂସ୍ଥାନ ତରଫରୁ ବେହେରା ଠାରେ ଚାଲିଥିବା ସିଲେଇ କେନ୍ଦ୍ର ପ୍ରଶିକ୍ଷିକା ସାବିତ୍ରୀ ନାଏକ, ଦିପିକା ସାହୁ, ହାରାମଣୀ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ରଜତ ବଂଶଲ ପରିଚାଳନା କରିଥିଲେ। ଜନ ଶିକ୍ଷଣ ସଂସ୍ଥାନର ଗଙ୍ଗାଧର ନାଏକ, କ୍ଷୀରମଣି କୁମ୍ଭାର, ତୋଫାନ ବାରିକ, ମଧୁସୂଦନ ବାଗ ପ୍ରମୂଖ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ଶତାଧିକ ଯୁବକ, ଜନସାଧାରଣ ଏବଂ ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଫରୱାର୍ଡ ଦ୍ଵାରା ତିରିଙ୍ଗ ବ୍ଲକରେ ବିଶ୍ୱପରିବେଶ ଦିବସ ପାଳନ

କୂଅରୁ ଯୁବକଙ୍କ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

masiha

ରାଇୟଙ୍ଗପୁର ପ୍ରସିଦ୍ଧ ୩୯ ତମ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!