ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀ ଙ୍କୁ ମିଳିଲା ଦୁଇ ଲକ୍ଷ ଟଙ୍କା

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଡାବୁଗାଁ ଅଧିବାସୀ ସ୍ଵର୍ଗତ ସତ୍ୟ ନାରାୟଣ ମହାନ୍ତି, ପିତା ନିତ୍ୟାନନ୍ଦ ମହାନ୍ତି ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ରେ ବୀମା ବ୍ୟାଙ୍କ ଖାତା ଯୋଗୁଁ କରାଯାଇଥିଲା l

କିନ୍ତୁ ଦୁଃଖର କଥା ୨୦୨୧ ରେ ସତ୍ୟନାରାୟଣଙ୍କର ଡାବୁଗାଁ ନିଜ ବାସଭବନରେ ହୃଦ୍ ଘାତରେ ସେ ମୃତ୍ୟୁବରଣ କରିଥିଲେ lତାପରେ ଡାବୁଗାଁ ଷ୍ଟେଟ ବ୍ୟାଙ୍କ ର ସୁଦକ୍ଷ ଶାଖା ପରିଚାଳକ ନୀତିଶ କୁମାର ସ୍ୱାଇଁ ଙ୍କ ପରାମର୍ଶ ଓ ସହଯୋଗ କ୍ରମେ ସମସ୍ତ ପ୍ରମାଣ ପତ୍ର ଦାଖଲ ପରେ ସ୍ଵର୍ଗତ ସତ୍ୟନାରାୟଣ ଙ୍କ ଉତ୍ତରାଧିକାରୀ ଙ୍କୁ ତା ୨୧|୦୮|୨୦୨୩ ରିଖରେ ତାଙ୍କ ଜମାଖାତା ରେ ବୀମା ରାଶି ଦୁଇ ଲକ୍ଷ ଟଙ୍କା ଉପଲବ୍ଧ ହେଲା lଏଥିପାଇଁ ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ସ୍ଵାଇଁ ଙ୍କ ସହଯୋଗ ଓ ପରାମର୍ଶ ଯୋଗୁଁ ବୀମା ରାଶି ଉପଲବ୍ଧ ହୋଇ ଥିବାରୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ବୀମା ରାଶି ପାଇଥିବା ପରିବାର l ଏତଦ୍ ବ୍ଯତୀତ ଡାବୁଗାଁ ବାସୀ ଶାଖା ପରିଚାଳକ ଙ୍କ କାର୍ଯ୍ୟକଳାପ ରେ ବେଶ୍ ଖୁସି ଥିବାରୁ ଗ୍ରାମବାସୀ ମାନେ ମଧ୍ଯ ପ୍ରସଂଶା ସହ ଧନ୍ୟବାଦ ଜଣାଇଛନ୍ତି l ତେଣୁ ସମସ୍ତଙ୍କ ଅବଗତି ଏବଂ ସଚେତନତା ନିମନ୍ତେ ଏହା ଏକ ସ୍ଵାଗତଯୋଗ୍ୟ ଓ ଶୁଭଙ୍କର ସୂଚନା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବରଙ୍ଗପୁର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରୀପାଠୀ ଙ୍କ ଜନ୍ମ ଜୟନ୍ତୀ ସମାରୋହ ପାଳନ 

masiha

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

masiha

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ

masiha

Leave a Comment

error: Content is protected !!