ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ନିର୍ଦ୍ଧାରଣ କମିଟିର ବୈଠକ ୟୁରିଆ ସାର ଗଛିତ ରଖିବାକୁ ନିର୍ଦେଶ

ଢେଙ୍କାନାଳ -(ମନିସ )25/8/23 //ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ଗୃହରେ ଗୁରୁବାର ଅପରାହ୍ନରେ ଜିଲ୍ଲା କୃଷି ନିର୍ଦ୍ଧାରଣ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଚଛି ।ଜିଲ୍ଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି ୟୁରିଆ ସାରର ଯେପରି କଳାବଜାର ନହୋଇବ ସେଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେବା ସହିତ କୃଷି ସମବାୟ ସମିତି ଗୁଡିକରେ ପର୍ଯ୍ୟାପ୍ତ ସାର ମହଜୁଦ ରଖିବାକୁ କୃଷି ବିଭାଗ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ପ୍ରକାର କୃଷି ଯୋଜନା ସମ୍ବନ୍ଧରେ ପଂଚାୟତିରାଜ ଜନ ପ୍ରତିନିଧି ମାନଙ୍କୁ ମୋ ବ୍ଲକ ମିଟିଂରେ ସୂଚନା ପ୍ରଦାନ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଚଳିତ ଖରିଫ ଋତୁ ପାଇଁ ସମସ୍ତ କାର୍ଯ୍ୟକ୍ରମ ଉପରେ ଜିଲା ମୁଖ୍ୟ କୃଷି ଅଧିକାରୀ ଦିପ୍ତୀକାନ୍ତ ରାଉତରାୟ କହିଥିଲେ । ଉଠା ଜଳସେଚନ ଗୁଡିକରେ ରବି ଋତୁରେ ଠିକ୍ ଭାବରେ କାର୍ଯ୍ୟକ୍ଷମ କରିବା ସହିତ ନିର୍ଦ୍ଧାରିତ ଫସଲ ଗୁଡିକ ଲକ୍ଷ୍ୟ ପୂରଣ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଖାଦ୍ୟ ନିରାପତା ମିଶନରେ ୧୪ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିନି ଡାଲି ପ୍ରୋସେସର ୟୁନିଟ ଖୋଲିବା ପାଇ ପ୍ରେସେସିଂ ମେଶିନ ଜିଲାପାଳ ପ୍ରଦାନ କରିଥିଲେ । ଏହାଦ୍ୱାରା ପର୍ଯ୍ୟାପ୍ତ ଉତ୍ପାଦନ ହେଉଥିବା ଡାଲି ଫସଲରୁ ଡାଲି ପ୍ରସ୍ତୁତ କରି ମହିଳା ସ୍ୱୟଂ ସହାୟକ ଗୁଡିକ ଅଧିକ ଲାଭବାନ୍ ହେବେ ବୋଲି ସୂଚନା ଦେଇଥିଲେ । ସମନ୍ୱିତ ଫାର୍ମ ପଣ୍ଡ ଯୋଜନାରେ ୫୧ଜଣଙ୍କର କାର୍ଯ୍ୟାଦେଶ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ସୂଚନା ଦିଆଯାଇଥିଲା । ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗୋଟିଏ ପାଣି ପଂଚାୟତ ଓ ଗୋଟିଏ କୃଷକ ଉତ୍ପାଦକ ସଂଘକୁ କୃଷି ଯନ୍ତ୍ରପାତି ବ୍ୟାଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ୮୦ ପ୍ରତିଶତ ସବସିଡିରେ ଫାର୍ମ ମେଶିନାରୀ ଟ୍ରାକ୍ଟର, ରୋଟାଭେକ୍ଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ଗୁଡିକୁ ଯୋଗାଇ ଦିଆଯାଇବାର ବ୍ୟବସ୍ଥା ରହିଛି । ବୃହତ ଜଳସେଚନ ପ୍ରକଳ୍ପ ଅଂଚଳ ପାଇଁ ଫସଲର ବିବିଧକରଣ ଉପରେ ସହଯୋଗୀ ଅନୁଷ୍ଠାନ ଗୁଡିକର ପାଓର୍ୱାର ପଏଂଟ ଦ୍ୱାରା ଉପସ୍ଥାପନା କରାଯାଇଥିଲା । ଆକାଂକ୍ଷି ଜିଲା ଭାବରେ ମିଳିଥିବା ୧କୋଟି ୬୦ଲକ୍ଷ ଅନୁଦାନକୁ ୮ଟି ବ୍ଲକରେ ସୋଲାର କୋଲଡ୍ ଚ୍ୟାମ୍ବର କାର୍ଯ୍ୟ ଶେଷ କରିବାକୁ ଜିଲାପାଳ କୃଷି ବିଭାଗକୁ ନିର୍ଦେଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା, ଜିଲା ମୁଖ୍ୟ କୃଷି ଅଧିକାରୀ ଦୀପ୍ତିକାନ୍ତ ରାଉତରାୟ, ଉଦ୍ୟାନ କୃଷି ଅଧିକାରୀ ଗୀତାଶ୍ରୀ ପାଢୀ, ସମବାୟ ସମିତି ଉପନିବନ୍ଧକ ସରୋଜିନୀ ଜେନା, ଢେଙ୍କାନାଳ ଜିଲ୍ଲା କୃଷି ଅଧିକାରୀ ଜ୍ୟୋତି ଦୀପ୍ତ ପଟ୍ଟନାୟକ ଓ କାମାକ୍ଷାନଗର କୃଷିଜିଲ୍ଲା ଅଧିକାରୀ, ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀଙ୍କ ସମେତ, ନାବାର୍ଡ ଡିଡିଏମ୍, ଉଠା ଜଳସେଚନ ବିଭାଗ, ଜଳଛାୟା ପ୍ରକଳ୍ପ ନିଦେ୍ର୍ଦଶକ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସଂସ୍କୃତି ଓ ପ୍ରଗତିର ଅନନ୍ୟ ମାଟି ହେଉଛି କଳାହାଣ୍ଡି  ଉଦଘାଟିତ ହେଲା କଳା, ସଂସ୍କୃତିର ମହାକୁମ୍ଭ 27 ତମ,କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫

masiha

ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କ ରାୟଗଡ଼ା ଗସ୍ତ

masiha

୯ ମ ଆଇଆରବି, ଜାରିଙ୍ଗ ଠାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!