ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦାହାଣ୍ଡିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଗା ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ

ନବରଙ୍ଗପୁର, (ମସିହା): ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅଫିସ ପରିସର ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ ପ୍ରଶାସନ ସହଯୋଗରେ ଆଜି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ପ୍ରଶାସନ ପକ୍ଷରୁ ତିନି ଜଣ, ତହସିଲ କାର୍ଯ୍ୟାଳୟ ପକ୍ଷରୁ ଦୁଇ,ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତେଇଶି ଜଣ, ଶିକ୍ଷା ବିଭାଗ ପକ୍ଷରୁ ଆଠ ଜଣ, ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ଦୁଇ ଜଣ, ଆଇସିଡ଼ିଏସ ପକ୍ଷରୁ ଜଣେ, ଛାତ୍ର ଛାତ୍ରୀ ତିନି ଜଣ, ସମାଜ ସେବୀ ଚାରି ଜଣ, ପୋଲିସ ବିଭାଗ ପକ୍ଷରୁ ଜଣେ, ସାଧାରଣ ଜନତା ତେର ଜଣ ଓ ଜଣେ ସାମ୍ବାଦିକଙ୍କୁ ନେଇ ମୋଟ ୬୧ ଜଣ ରକ୍ତଦାତାଙ୍କ ଠାରୁ ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଏହି ରକ୍ତଦାନ ଶିବିରରେ ସ୍ଵାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ, ବ୍ଲକ ପ୍ରଶାସନ, ଶିକ୍ଷା ବିଭାଗ, ଓ ଅନ୍ୟମାନେ ଅକ୍ଲାନ୍ତ ପରିଶ୍ରମ କରି ମେଗା ରକ୍ତ ଦାନ ଶିବିରକୁ ସଫଳ କରାଇଥିଲେ।ଏହି ଶିବିରର ଆୟୋଜନ ସ୍ଵାସ୍ଥ୍ୟ ବିଭାଗ କରିଥଲେ ହେଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କ୍ଷୀରୋଦ ଚନ୍ଦ୍ର ସାହୁ ଶିବିରର ସଫଳ ପାଇଁ ନିଜେ ଉପସ୍ଥିତ ରହି ସହଯୋଗ କରିବା ସହ ନିଜେ ରକ୍ତ ଦାନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି। ଏହି ଶିବିରରେ ଡ ମାନସ ରଞ୍ଜନ ନାୟକ, ଡ ଅମିତ୍ ଦାସ, ଡ ସଂଘମିତ୍ରା ମହାପାତ୍ର, ଡ ଉମା ଶଙ୍କର ଚଇନି,ଡ ଜିନିଆ ରାଣୀ ମହାଙ୍କୁଡ, ଡ ନିବେଦିତା ଗୌଡ,ଡ ଚିରାଗ ଆଚାର୍ଯ୍ୟ, ଡ ସୁଶାନ୍ତ ଜେନା, ବିପିଏମ ନିବେଦିତା ପଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ସମେତ ବହୁ ବ୍ୟକ୍ତି ବିଶେଷ ରକ୍ତଦାନ କରିଥଲେ। ରକ୍ତଦାତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ନନ୍ଦାହାଣ୍ଡି ବ୍ଲକରେ ଆୟୋଜିତ ଏହି ଶିବିରକୁ ସଫଳ କରିବା ପାଇଁ ବ୍ଲକର ସମସ୍ତ ବିଭାଗ ପକ୍ଷରୁ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ତିରିଂ ଥାନା !ଗର୍ଭବତୀ ମହିଳାଙ୍କ ଅପମୃତ୍ୟୁ, ଶଶୁର ଘର ଲୋକେ ଗ୍ରହଣ କଲେନି, ବାପଘର ଲୋକେ ଶ୍ମଶାନ ଘାଟରେ ଶବଦାହ କଲେ

Sunil Chandra Nayak

କର୍ମେଗାଁ ପଞ୍ଚାୟତରେ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଅନୁଷ୍ଠିତ 

masiha

ଦାରିଙ୍ଗବାଡ଼ି ବ୍ଲକ ର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ତଦାରଖ କଲେ କନ୍ଧମାଳ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!