ଢେ଼ଙ୍କାନାଳ (ମ ନି ସ) ୨୫/୦୮_କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କୋଟଗରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପଣ୍ଡୁଆ ଗ୍ରାମର ଚନ୍ଦନ ନାଏକ ୨୦୧୯ ମସିହାରେ କଳା ବିଭାଗରେ ଡିଗ୍ରୀ ପାସ୍ କଲାପରେ ଉଚ୍ଚଶିକ୍ଷା ପାଇଁ ଆଶା ବାନ୍ଧିଥିବା ବେଳେ ଦାରିଦ୍ର୍ୟର କଷାଘାତ ସହିବାକୁ ପଡୁଛି l ଯେଉଁଠି ମୁଠାଏ ପେଟକୁ ନିଅଣ୍ଟ ସେଠି ଉଚ୍ଚଶିକ୍ଷା ଦେଖିବା ତାଙ୍କ ପାଇଁ ଦିବାସ୍ବପ୍ନ ପାଲଟି ଯାଇଛି lତାଙ୍କ ବାପାଙ୍କର ବୟସ ୬୫ ବର୍ଷ l ଏହି ବାର୍ଦ୍ଧକ୍ୟ ଅବସ୍ଥାରେ ଘର ଚଳାଇବା କଷ୍ଟକର ହୋଇଯାଉଛି l ଯାହାକି ପାଠପଢାରେ ଡୋରି ବାନ୍ଧିବା ପରି ଦୟନୀୟ ପରିସ୍ଥିତି ସୃଷ୍ଠି କରୁଛି lଉଚ୍ଚଶିକ୍ଷା ନିମନ୍ତେ ଆବଶ୍ୟକୀୟ ଅର୍ଥ ଯୋଗାଡ଼ ପାରୁନାହିଁ l ଏ ଦିଗରେ ରାଜ୍ୟ ସରକାର ଯଦି ସାହାର୍ଯ୍ୟ କରନ୍ତି, ତେବେ ତାଙ୍କ ପରିସ୍ଥିତି ସୁଧୁରି ଯିବ ବୋଲି ଆଶା ପ୍ରକଟ କରିଛନ୍ତି l
next post