ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ପରିଚାଳନାରେରେ  ଦୁର୍ନୀତି !! ତିର୍ତ୍ତୋଲ ଶିକ୍ଷାବିଭାଗରେ ରାଜନୀତିର ଝଲକ !!

ଜଗତସିଂହପୁର — ରାଜ୍ୟ ଶିକ୍ଷା ବିଭାଗର କାହିଁ କେତେ ଯୋଜନା କାର୍ଯ୍ୟକାରୀ କରାଇବାକୁ ପ୍ରତିବର୍ଷ ଆର୍ଥିକ ସହାୟତା ରାଶି ଆସୁଥିବା ବେଳେ ତାହା ସଠିକ ଭାବେ ବିନିଯୋଗ ହେଉଛି କି ନାହିଁ, ତାହାକୁ ତଦାରଖ କରିବାକୁ କୋଉଠି ନା କୋଉଠି ପ୍ରଶାସନିକ ପ୍ରଚେଷ୍ଟା ବା କଟକଣା ବାଟବଣା ହୋଇଯାଇଛି ! ବିଦ୍ୟାଳୟର କମିଟି କିମ୍ବା ଛାତ୍ରଛାତ୍ରୀଙ୍କ ଅବିଭାବକ ବ୍ଲକ ଶିକ୍ଷାଧିକାରୀ ଅନନ୍ତ କିଶୋର ଭୂୟାଁଙ୍କୁ ଅଭିଯୋଗ କଲେ ମଧ୍ୟ ସେ ତାହାକୁ ଅଣଦେଖା କରି ଫୁ କରିଦେଉଛନ୍ତି ! ଯାହାଫଳରେ ଛୋଟ ଏକ ବିଷୟକୁ ନେଇ ଜନ ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି ! ଖବର ଅନୁଯାଇ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଅଧିନସ୍ଥ ମତ୍ତଗଜପୁର ଗ୍ରାମର ବାଲାବିହାରୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରଥ ମଲ୍ଲଙ୍କ ବିରୁଦ୍ଧରେ ଆସିଛି ସାଙ୍ଘାତିକ ଅଭିଯୋଗ ! 2019 ଆର୍ଥିକ ବର୍ଷରୁ 2022 ଆର୍ଥିକ ବର୍ଷ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହୋଦୟ , ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନ, ମଧ୍ୟାହ୍ନ ଭୋଜନ ଉପସ୍ଥାନ ଅନୁସାରେ ଅଧିକ ତାଲିକାର ହିସାବ, ଏବଂ ବିଦ୍ୟାଳୟ ମରାମତି ବାବଦକୁ ଆସୁଥିବା ଅର୍ଥକୁ ଦୁରୁପଯୋଗ କରିଥିବାର ଅଭିଯୋଗ ପତ୍ର,ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ମୋ ସ୍କୁଲ ଅଭିଯାନର ସଭାପତି ବେଦଦ୍ୟୁତି ପୃଷ୍ଟି, ସ୍କୁଲ ପରିଚାଳନା କମିଟି ସଭାପତି ଅନୋଜ ମଲ୍ଲିକ, ପୁରାତନ ଛାତ୍ର ଅମର ମଲ୍ଲିକ, ତ୍ରିପୁରାନ୍ତକ ପଣ୍ଡା, ରବୀନ୍ଦ୍ର ମଲ୍ଲିକ ସ୍କୁଲ ପରିଚାଳନା କମିଟିର ସଭ୍ୟ ଓ ଅବିଭାବକ ମାନେ,ଡିସେମ୍ବର ପ୍ରଥମ ସପ୍ତାହରୁ ଦାଖଲ କରିଥିଲେ ମଧ୍ୟ ତାର ବିଧିବଦ୍ଧ ତଦନ୍ତ କରାନଯାଇ ଆଜି ଯାଏ ପଡି ରହିଛି ! ଚର୍ଚ୍ଚା ହେଉଛି ଯେ ଯେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଠିକ ମାଧ୍ୟମରେ ଅର୍ଥ ଉପଯୋଗ କରିଛନ୍ତି, ତେବେ ତଦନ୍ତଭୁକ୍ତ ହୋଇ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ପ୍ରକାଶ କରିବାରେ ପଛଘୁଞ୍ଚା ଦେଉଛନ୍ତି କାହିଁକି ? ଅଭିଯୋଗ କାରୀଙ୍କ ମୁହଁ ବନ୍ଦ କରୁନାହାନ୍ତି କାହିଁକି? ଶିକ୍ଷାଧିକାରୀ ଏ ବିଷୟକୁ ତଦନ୍ତ ଭୁକ୍ତ କରୁ ନାହାନ୍ତି କଣ ପାଇଁ ? କଣ ରହିଛି ରହସ୍ୟ ? ବାସ୍ତବରେ ଅଭିଯୋଗ କାରୀଙ୍କ ଯୁକ୍ତିରେ ସତ୍ୟତା ଅଛି କି ? ପ୍ରଧାନ ଶିକ୍ଷକଙ୍କୁ ଘଣ୍ଟ ଘୋଡାଉଛି କି ପ୍ରଶାସନ ? ରାଜନୀତି ଚାଲିଛି କି ବ୍ଲକ ଶିକ୍ଷାବିଭାଗରେ ??? ସାଧାରଣରେ ଚର୍ଚ୍ଚା ହେଉଛି “ଆମେ ଗୁହାରୀ କରିବୁ ଯାହାକୁ, ଅଭିଯୁକ୍ତମାନେ ସ୍ୱାମୀ କରିଛନ୍ତି ତାହାକୁ ” ! ଦେଖିବାକୁ ବାକି ରହିଲା ଶିକ୍ଷା – ଦୁର୍ନୀତିର ରହସ୍ୟ ଉପରୁ ପରଦା ଉଠୁଛି ନା ରାଜନୀତିରେ ଶିକ୍ଷାବିଭାଗ ସାମିଲ ହେଉଛି !

ତିର୍ତ୍ତୋଲ ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା news Odisha.

Related posts

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩

ମୁଣ୍ତମରାଇ କଲେଜ ରେଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ 

masiha

ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ 

Leave a Comment

error: Content is protected !!