ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବିଧାନ ଦିବସ ପାଳନ ପାଇଁ ଆଲୋଚନା ଚକ୍ର 

ସମ୍ବିଧାନ ଦିବସ ପାଳନ ପାଇଁ ଆଲୋଚନା ଚକ୍ର 

ନବରଙ୍ଗପୁର:( ୨୫/୧୧/୨୪)(ରବି ନାରାୟଣ ମହାନ୍ତି) ଧରାକୋଟ ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଡ଼ ସୁଜିତ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ସମ୍ବିଧାନ ଦିବସ ପାଳନ ପାଇଁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ଲମ୍ବୋଦର ମାରାଣ୍ଡି ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଲୋଚନାର ଶୀର୍ଷକ ଭାରତୀୟ ସମ୍ବିଧାନ ଉପରେ ସବିଶେଷ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଆ ଅଧ୍ୟାପକ କୈଳାସ ଚନ୍ଦ୍ର ସ୍ୱାଇଁ,ଶିକ୍ଷା ବିଭାଗ ଅଧ୍ୟାପିକା ଆରତୀ ପ୍ରଧାନ, ଇ ଭି ଏସ ଅଧ୍ୟାପିକା ସୈଳଜା ସାମନ୍ତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରାଜନୀତି ବିଭାଗ ଅଧ୍ୟାପକ ତାପସ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଅଶୋକ କୁମାର ଗୌଡ଼,ରାକେଶ ସ୍ୱାଇଁ ଓ ପ୍ରଭାସିନୀ ନାହାକ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ( ମ ନି ସ )

Related posts

ରୁପ୍ରାରୋଡ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

masiha

ହିନ୍ଦୋଳ ପାଇଁ ଗୌରବ ଆଣିଲେ ବିଶ୍ୱଜିତ ସାହୁ 91ପ୍ରତିଶତ ରଖି +2ବିଜ୍ଞାନରେ ବି ସି ଏସ ଟି କଲେଜ ଟପର 

masiha

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!