ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ବିଶ୍ଵ ଜଳ ଦିବସ ୨୦୨୫ ସମ୍ମିଳନୀ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ବିଶ୍ଵ ଜଳ ଦିବସ ୨୦୨୫ ସମ୍ମିଳନୀ ଅନୁଷ୍ଠିତ 

ରାୟଗଡ:-ତା.୨୪/୦୩/୨୦୨୫- ରାୟଗଡ଼ା ଜିଲ୍ଲାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ଵ ଜଳ ଦିବସ ଗତ ତା ୨୨/୦୩/୨୦୨୫ ରିଖରେ ପାଳନ କରାଯାଇଅଛି। ଏହି ସମାରୋହରେ ମୁଖ୍ୟ ଅତିଥଭାବେ ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ା, ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ,ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଜନ, ରାୟଗଡ଼ା ଶ୍ରୀ ଦୁସି ସୁଧାକର କୁମାର, ନିର୍ବାହୀ ଯନ୍ତ୍ରୀ, ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ସଫେଇ ବ୍ୟବସ୍ଥା, ଶ୍ରୀ ଗୋପାଳ ଚନ୍ଦ୍ର ନାୟକ, ନିର୍ବାହୀ ଯନ୍ତ୍ରୀ, ବିଦ୍ୟୁତ୍, ଶ୍ରୀ ସୁଶାନ୍ତ କୁମାର ସାହୁ, ପର୍ଯ୍ୟଟନ ଅଧିକାରୀ, ରାୟଗଡ଼ା, ଶ୍ରୀ ନାରାୟଣ ମିଶ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ, ରାୟଗଡ଼ା, ଶ୍ରୀ କୁଲଦୀପ କୁମାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଗୁଡ଼ାରୀ, ଶ୍ରୀ ପ୍ରସନ୍ନ କୁମାର ପାଢ଼ୀ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼ା, ଶ୍ରୀ ଚନ୍ଦ୍ରକାନ୍ତ ମାଝୀ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଗୁଣୁପୁର, ଶ୍ରୀ ଅଜୟ କୁମାର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡ଼ା, ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ କର, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ଼ା, ଶ୍ରୀ ବିଜୟ କୁମାର ନାଏକ ଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଏବଂ ପାଣି ପଞ୍ଚାୟତର କାର୍ଯ୍ୟକର୍ତ୍ତା ମାନଙ୍କ ସହ ସାମ୍ବାଦିକ ବନ୍ଧୁମାନେ ଯୋଗ ଦେଇଥିଲେ। ବିଶ୍ଵ ଜଳ ଦିବସରେ କେମିତି ଜଳକୁ ବିଭିନ୍ନ ଉପାୟରେ ସଂରକ୍ଷଣ କରି ସେହି ଜଳର ସୁପରିଚାଳନା ଓ ସୁବିନିଯୋଗ କରିପାରିବା ତତ୍ ସହିତ ବ୍ୟବହାର ହେଉଥିବା ଜଳକୁ କିପରିଭାବେ ପୁନଃ ବ୍ୟବହାର ଯୋଗ୍ୟ କରିବା ଏବଂ ଜଳର ଅପଚୟର ପରିଣାମ ବିଷୟରେ ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ସେମାନଙ୍କ ଅଭିଭାଷଣ ରଖିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶ୍ୱନାଥପୁର ଧାନ ମଣ୍ଡିରେ ଅବ୍ୟବସ୍ଥା  ପେକ୍ସ କର୍ମଚାରୀ ସାଜିଛନ୍ତି ମିଲର୍ସ ଦଲାଲ  ଚାଷୀ ପାଉନି ପରିଶ୍ରମର ଫଳ 

masiha

ତେଜୁଛି ଜିଲ୍ଲା ମାନ୍ୟତା ଦାବୀ ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୪୨ ଦିନରେ 

masiha

ଯୁବ କବି ସୁବ୍ରତ କୁମାର ଙ୍କୁ “କବି ଭୂଷଣ ସମ୍ମାନ”

Sunil Chandra Nayak

Leave a Comment

error: Content is protected !!