ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରାରୋଡ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ରୁପ୍ରାରୋଡ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

 ନର୍ଲା,୨୪|୩: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ରୁପ୍ରାରୋଡର ଦ୍ବିତୀୟ ବାର୍ଷିକ ଉତ୍ସବ ଲାଖଗୁଡା ସ୍ଥିତ ନୂତନ କ୍ୟାମ୍ପସ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରିନ୍ସିପାଲ ଦୀପ୍ତିରାଣୀ ସିଂଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ନର୍ଲା ବିଇଓ ତପିମଣି ଜାନି, ସମ୍ମାନିତ ଅତିଥି ଭାବେ ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ମାରଓ୍ବାଡି ସମ୍ମେଳନର ରାଜ୍ୟ ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ସୁବାଶ ଚନ୍ଦ୍ର ଅଗ୍ରୱାଲ, ୟଙ୍ଗ ବ୍ଲଡ଼ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନର ଚ୍ୟାରମେନ ରାମ କୁମାର ଜୈନ, ସ୍କୁଲର ଭାଇସ ଚ୍ୟାରମେନ ରତନ କୁମାର ଅଗ୍ରୱାଲ, ସମ୍ପାଦକ ସୁମିତ କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ଅନିମା ଅଗ୍ରୱାଲ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସ୍କୁଲର ଭାଇସ ପ୍ରିନ୍ସପାଲ ବିଭୁ ରଞ୍ଜନ ମହାହୁତି ବିଦ୍ୟାଳୟର ବିବରଣୀ ପଠନ କରିଥିଲେ। ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ରୁପ୍ରାରୋଡର ବାର୍ଷିକ ଉତ୍ସବ ପାଳନ ଅବସରରେ ଲାଖଗୁଡା ଠାରେ ଏହାର ନୂତନ କ୍ୟାମ୍ପସ ଲୋକାର୍ପିତ ହୋଇଛି। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରୁସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। ଶିକ୍ଷୟତ୍ରୀ ନିବେଦିତା ସାହୁ, ତୁଳସୀ ବେହେରା, ପ୍ରେମାଞ୍ଜଳୀ ପୋଢ, ଶିକ୍ଷକ ପଦ୍ମନାଭ ଝାଙ୍କର, ବିଜୟ କୁମାର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମର ବିଭିନ୍ନ ପର୍ଯ୍ୟାୟର ମଞ୍ଚ ସଂଚାଳନ କରିଥିଲେ। ସ୍କୁଲର ଶିକ୍ଷକ ଚୈତନ୍ୟ ସାହୁ, ଦେବେନ୍ଦ୍ର ସେନାପତି, ଶିକ୍ଷୟତ୍ରୀ ପୂଜା ଅଗ୍ରୱାଲ, ଅଞ୍ଜୁ ବେହେରା, କୁନ୍ତୀ ଭୋଇଙ୍କ ସମେତ ବିଦ୍ୟାଳୟର କର୍ମଚାରୀ ଧିରୋଜ ସେଠୀ, ସୁମିତ୍ରା ପୋଢ, ବୃନ୍ଦାବନ ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସହ ଶିକ୍ଷକ ତୁଷାର ଗଉଡ ଧନ୍ୟବାଦ ଅର୍ପଣ କରିଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ

masiha

ଚନ୍ଦାହାଣ୍ଡି ଠାରେ ଶ୍ରୀ ହରିକଥା ପରାୟଣ ଉଦଯାପିତ     

Sunil Chandra Nayak

ଛାତ୍ର-ଶିକ୍ଷକ ବିରୋଧୀ ଅଗଣତାନ୍ତ୍ରିକ ଆଦର୍ଶ ଆଚରଣ ସଂହିତା ଲାଗୁ କରିବା ବିରୁଦ୍ଧରେ ଛାତ୍ର ବିକ୍ଷୋଭ 

Sunil Chandra Nayak

Leave a Comment

error: Content is protected !!