ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଗୁରୁକୃପା ପବ୍ଲିକ ସ୍କୁଲ ରେ ଉତ୍କଳ ଦିବସ ପାଳିତ 

ଡାବୁଗାଁ ଗୁରୁକୃପା ପବ୍ଲିକ ସ୍କୁଲ ରେ ଉତ୍କଳ ଦିବସ ପାଳିତ 

ଡାବୁଗାଁ, ୧/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ସଦରମହକୁମାସ୍ଥିତ ଗୁରୁକୃପା ପବ୍ଲିକ ସ୍କୁଲ ରେ ୯୧ତମ ଉତ୍କଳ ଦିବସ ବୁଧବାର ପାଳିତ ହୋଇଯାଇଛି | ଏଥିରେ ପ୍ରଥମେ ବନ୍ଦେ ମାତରମ ଗୀତ ଗାନ କରିବା ସହ ଛାତ୍ରୀ ଛାତ୍ର ମାନଙ୍କର ଶ୍ରେଣୀ ପଦନ୍ନତି ଦିବସ ପାଳନ କରାଯାଇଛି | ସେହି ସ୍କୁଲରେ ଆଜି ପିଲା ମାନଙ୍କର ବାର୍ଷିକ ପ୍ରଗତି ପତ୍ର. ଅଭିଭାବକ ମାନଙ୍କୁ ପ୍ରଦାନ କରାଯାଇଥିଲା ଏବଂ ପିଲା ଙ୍କ ପାଠପଢା ଏବଂ ଦୈନନ୍ଦିନ କାର୍ଯ୍ୟ ପ୍ରତି ଥିବା ଠିକ ଭୁଲ ର ବିବରଣୀ ଅଭିଭାବକ ମାନଙ୍କୁ ଜଣାଯାଇଥିଲା | ଏହି ସ୍କୁଲ ର ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କର ଲକ୍ଷ୍ୟ ହେଲା ଏହି ସ୍କୁଲରେ ପଢ଼ୁଥିବା ଛାତ୍ରୀ ଛାତ୍ର ମାନେ କିପରି ଭଲ ପାଠ ପଢିବା ସହିତ ଜୀବନ ରେ କେମିତି ଗୋଟିଏ ଭଲ ମଣିଷ ରେ ପରିଣତ ହେବେ ସେଥିପ୍ରତି ଧ୍ୟାନ ଦିଅନ୍ତି | ଏଠାରେ ଶିକ୍ଷୟତ୍ରୀ ଶିକ୍ଷକ ସେମାନେ ପିଲାଙ୍କୁ ନୈତିକ ଶିକ୍ଷା ଦେବା ସହିତ ମାନସିକ ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି | ଏହି ସ୍କୁଲ ର ପ୍ରତିଷ୍ଠାତା ତନୁଶ୍ରୀ ମହାନ୍ତି ଙ୍କ ମୂଳଲକ୍ଷ୍ୟ ହେଲା ଡାବୁଗାଁ ଗୋଟିଏ ଆଦିବାସୀ ଅଧୁଷିତ ଅଞ୍ଚଳ ହେଲେ ମଧ୍ୟ ଆମେ ସେମାନଙ୍କର ଉତ୍ତମ ଯତ୍ନ ନେଇ ସେମାନଙ୍କୁ ବ୍ଲକ, ଜିଲା ଏବଂ ରାଜ୍ୟ ସ୍ତରରେ ହେଉଥିବା ପ୍ରତ୍ୟେକ ସାଂସ୍କୃତିକ କାର୍ଯ୍ୟକ୍ରମ, ସାଧାରଣ ଜ୍ଞାନ, ନବୋଦୟ, ବୃତ୍ତି ଇତ୍ୟାଦି କାର୍ଯ୍ୟକ୍ରମ ରେ ଉତୀର୍ଣ୍ଣ କରିବୁ, ଯେମିତିକି ବଣ ମଲ୍ଲୀ ବଣ ରେ ଫୁଟି ଝଡି ନଯିବ. | ଏହା ସହିତ ଏହି ସ୍କୁଲ ର ନୂତନ ବର୍ଷ ନିମନ୍ତେ ନାମଲେଖା ମଧ୍ୟ ସେମାନେ ଆରମ୍ଭ କରିସାରିଛନ୍ତି.ଏହି କାର୍ଯ୍ୟକ୍ରମ ଗୁଡିକୁ ଦେଖି ଅଭିଭାବକ ଏବଂ ଜନ ସାଧାରଣ ରେ ମଧ୍ୟ ଉତ୍କଣ୍ଠା ଦେଖିବାକୁ ମିଳିଛି.ଏହି କାର୍ଯ୍ୟକ୍ରମ ରେ ଏହି ସ୍କୁଲ ର ଶିକ୍ଷୟତ୍ରୀ ଗିରିଜା ପାତ୍ର, ଅଙ୍କିତା ପାତ୍ର, କୁମକୁମ ମାଳୀ, ସୋନି ବାରିକ ପ୍ରମୁଖ ଉପସ୍ଥିତ ଥିଲେ. |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବସ୍ତା ଅଞ୍ଚଳ ର ସମାଚାର

masiha

ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଦିବ୍ୟ ଗୃହସ୍ଥ ଜୀବନ ଆଲୋଚନାଚକ୍ର 

Sunil Chandra Nayak

Leave a Comment

error: Content is protected !!